ଦିବ୍ୟା ଦେଶମୁଖ ଜିତିଲେ ବିଶ୍ୱ ଜୁନିୟର ଗାର୍ଲସ୍ ଚେସ୍ ଚାମ୍ପିୟନସିପ୍-୨୦୨୪ ଟାଇଟଲ
ଗାନ୍ଧିନଗର ୧୩।୬: ଦିବ୍ୟା ଦେଶମୁଖ ଗୁରୁବାର ବିଶ୍ୱ ଜୁନିୟର ଗାର୍ଲସ୍ ଚେସ୍ ଚାମ୍ପିୟନସିପ୍ ୨୦୨୪ ଟାଇଟଲ ବିଜୟୀ ହୋଇଛନ୍ତି। ଫାଇନାଲ ରାଉଣ୍ଡରେ ସେ ବୁଲଗାରିୟାର ବେଲୋସ୍ଲାଭା କ୍ରଷ୍ଟେଭାଙ୍କୁ ହରାଇ ଟାଇଟଲ ଜିତିଛନ୍ତି। ଦିବ୍ୟା ଚୂଡ଼ାନ୍ତ ରାଉଣ୍ଡରେ କ୍ରଷ୍ଟେଭାଙ୍କ ବିରୋଧରେ ଉଲ୍ଲେଖନୀୟ ବିଜୟ ହାସଲ କରିଛନ୍ତି। ସେ ସମ୍ଭାବିତ ୧୧ରୁ ୧୦ ଅଙ୍କ ପ୍ରାପ୍ତ କରି ପ୍ରଥମ ସ୍ଥାନ ଜିତିଛନ୍ତି। ଗତମାସରେ ସେ ଶାରଜାହ ଚ୍ୟାଲେଞ୍ଜର୍ସ ଜିତିବା ପରେ ଏହା ତାଙ୍କର ଦ୍ୱିତୀୟ ଟାଇଟଲ ବିଜୟ। ଦିବ୍ୟାଙ୍କ ପରେ ୨୦ ବର୍ଷିୟ ଆର୍ମେନୀୟ ଖେଳାଳି ମରିୟମ ମକର୍ଚୟନ ୯.୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି, ଯିଏ ତୃତୀୟ ସ୍ଥାନରେ ଥିବା ଅଜରବୈଜାନର ଅୟାନ ଅଲ୍ଲାହଭରଦିଏଭାଙ୍କ ଠାରୁ ଗୋଟିଏ ପଏଣ୍ଟ ଆଗରେ ଥିଲେ। ଭାରତର ଶୁବି ଗୁପ୍ତା ୮ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଥିବା ବେଳେ ପଞ୍ଚମ ସ୍ଥାନରେ ଭାରତର ରକ୍ଷିତା ରଭି ଅଛନ୍ତି। ରଭି ମାତ୍ର ଅଧପଏଣ୍ଟ ପଛରେ ରହିଯାଇଛନ୍ତି। ଏହି ଟାଇଟଲ ବିଜୟ ସହିତ ଦିବ୍ୟା ଦୀର୍ଘ ୧୫ ବର୍ଷର ବିଶ୍ୱ ଜୁନିୟର ଟାଇଟଲର ଭାରତର ଶୁଷ୍କତାକୁ ସମାପ୍ତ କରିଦେଇଛନ୍ତି। ଦିବ୍ୟା ଏବେ କୋନେରୁ ହମ୍ପି, ହରିକା ଦ୍ରୋଣାଭଲ୍ଲୀ ଓ ସୌମ୍ୟା ସ୍ୱାମୀନାଥନଙ୍କ ପରେ ବିଶ୍ୱ ଟାଇଟଲ ବିଜେତା ହେବାରେ ଚତୁର୍ଥ ଭାରତୀୟ ଚେସ୍ ଖେଳାଳି ପାଲଟିଛନ୍ତି।
ଗାନ୍ଧିନଗର ୧୩।୬: ଦିବ୍ୟା ଦେଶମୁଖ ଗୁରୁବାର ବିଶ୍ୱ ଜୁନିୟର ଗାର୍ଲସ୍ ଚେସ୍ ଚାମ୍ପିୟନସିପ୍ ୨୦୨୪ ଟାଇଟଲ ବିଜୟୀ ହୋଇଛନ୍ତି। ଫାଇନାଲ ରାଉଣ୍ଡରେ ସେ ବୁଲଗାରିୟାର ବେଲୋସ୍ଲାଭା କ୍ରଷ୍ଟେଭାଙ୍କୁ ହରାଇ ଟାଇଟଲ ଜିତିଛନ୍ତି। ଦିବ୍ୟା ଚୂଡ଼ାନ୍ତ ରାଉଣ୍ଡରେ କ୍ରଷ୍ଟେଭାଙ୍କ ବିରୋଧରେ ଉଲ୍ଲେଖନୀୟ ବିଜୟ ହାସଲ କରିଛନ୍ତି। ସେ ସମ୍ଭାବିତ ୧୧ରୁ ୧୦ ଅଙ୍କ ପ୍ରାପ୍ତ କରି ପ୍ରଥମ ସ୍ଥାନ ଜିତିଛନ୍ତି। ଗତମାସରେ ସେ ଶାରଜାହ ଚ୍ୟାଲେଞ୍ଜର୍ସ ଜିତିବା ପରେ ଏହା ତାଙ୍କର ଦ୍ୱିତୀୟ ଟାଇଟଲ ବିଜୟ।
ଦିବ୍ୟାଙ୍କ ପରେ ୨୦ ବର୍ଷିୟ ଆର୍ମେନୀୟ ଖେଳାଳି ମରିୟମ ମକର୍ଚୟନ ୯.୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି, ଯିଏ ତୃତୀୟ ସ୍ଥାନରେ ଥିବା ଅଜରବୈଜାନର ଅୟାନ ଅଲ୍ଲାହଭରଦିଏଭାଙ୍କ ଠାରୁ ଗୋଟିଏ ପଏଣ୍ଟ ଆଗରେ ଥିଲେ। ଭାରତର ଶୁବି ଗୁପ୍ତା ୮ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଥିବା ବେଳେ ପଞ୍ଚମ ସ୍ଥାନରେ ଭାରତର ରକ୍ଷିତା ରଭି ଅଛନ୍ତି। ରଭି ମାତ୍ର ଅଧପଏଣ୍ଟ ପଛରେ ରହିଯାଇଛନ୍ତି।
ଏହି ଟାଇଟଲ ବିଜୟ ସହିତ ଦିବ୍ୟା ଦୀର୍ଘ ୧୫ ବର୍ଷର ବିଶ୍ୱ ଜୁନିୟର ଟାଇଟଲର ଭାରତର ଶୁଷ୍କତାକୁ ସମାପ୍ତ କରିଦେଇଛନ୍ତି। ଦିବ୍ୟା ଏବେ କୋନେରୁ ହମ୍ପି, ହରିକା ଦ୍ରୋଣାଭଲ୍ଲୀ ଓ ସୌମ୍ୟା ସ୍ୱାମୀନାଥନଙ୍କ ପରେ ବିଶ୍ୱ ଟାଇଟଲ ବିଜେତା ହେବାରେ ଚତୁର୍ଥ ଭାରତୀୟ ଚେସ୍ ଖେଳାଳି ପାଲଟିଛନ୍ତି।