ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ; ମୁଁହ ଖୋଲିଲେ ବାପା
ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ସୂଚନା। ଯାହା ପରେ ଓଡ଼ିଶା ପୋଲିସ ଲୋକଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୋଲିସର ବଡ଼ ସୂଚନା ଦେଇଛନ୍ତି। ‘ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ସମସ୍ତଙ୍କୁ ଅନୁରୋଧ, ଦୁଃଖଦ ମୁହୂର୍ତ୍ତରେ ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ’। ଏହା ପରେ ବଳଙ୍ଗା […] The post ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ; ମୁଁହ ଖୋଲିଲେ ବାପା appeared first on Odisha.News.
ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ସୂଚନା। ଯାହା ପରେ ଓଡ଼ିଶା ପୋଲିସ ଲୋକଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୋଲିସର ବଡ଼ ସୂଚନା ଦେଇଛନ୍ତି।
‘ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ସମସ୍ତଙ୍କୁ ଅନୁରୋଧ, ଦୁଃଖଦ ମୁହୂର୍ତ୍ତରେ ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ’। ଏହା ପରେ ବଳଙ୍ଗା ପୀଡ଼ିତା ବାପା ବଡ଼ ବୟାନ ଦେଇଛନ୍ତି। ସରକାର ଯାହା ସହଯୋଗ କରିବା କଥା କରିଛନ୍ତି। ମାନସିକ ଚିନ୍ତା ଲାଗି ଝିଅ ଜୀବନ ହାରିଛି। ମୋ ଝିଅର ମୃତ୍ୟୁକୁ ନେଇ ରାଜନୀତି କରନାହିଁ। ମୋ ଝିଅ ଲାଗି ପ୍ରାର୍ଥନା କରନ୍ତୁ, ତା’ ଆତ୍ମା ଶାନ୍ତି ପାଉ ବୋଲି ସେ କହିଛନ୍ତି।
ଉଲ୍ଳେଖଯୋଗ୍ୟ, ବଳଙ୍ଗା ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଥିବା କାରଣରୁ ତାଙ୍କ ଅବସ୍ଥା ଗୁରୁତର ଥିଲା। ପ୍ରାରମ୍ଭରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୀଡ଼ିତାଙ୍କୁ ପରେ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା।
The post ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ; ମୁଁହ ଖୋଲିଲେ ବାପା appeared first on Odisha.News.