ଦିଲ୍ଲୀ ଜଳ ବୋର୍ଡ ମାମଲାରେ କେଜ୍ରିଓ୍ବାଲଙ୍କୁ ଇଡି ନୋଟିସ୍; ବେଆଇନ କହିଲା ଆପ୍
ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମନିଲଣ୍ଡ୍ରିଂ ମାମଲାରେ ପଚରାଉଚରା ପାଇଁ ଇଡି ସମନ ଜାରି କରିଛି । ମାତ୍ର ଏହାକୁ ନେଇ ଆପତ୍ତି ଉଠାଇଛି ଆମ୍ ଆଦମୀ ପାର୍ଟି । ରାଉଜ୍ ଆଭେନ୍ୟୁ କୋର୍ଟରୁ ଜାମିନ୍ ମିଳିଥିବା ବେଳେ କାହିଁକି କେନ୍ଦ୍ରୀୟ ଏଜେନ୍ସି ବାରମ୍ବାର ନୋଟିସ୍ ଜାରି କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ନେତା । ଏହା ସହିତ ଜଳ ବୋର୍ଡ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲ୍ ଇଡି ହାଜର ହେବେ ନାହିଁ । ଭାରତୀୟ ଜନତା ପାର୍ଟି ଇଡି ପଛରେ ଲୁଚି ନିର୍ବାଚନ ଲଢ଼ିବାକୁ ଚାହୁଛି ବୋଲି ଆପ୍ ନେତା କହିଛନ୍ତି । ସେପଟେ ଆଲର୍ଟ ମୋଡରେ ଆସିଛି ଦିଲ୍ଲୀ ପୋଲିସ୍ । ଯଦି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରେ, ତେବେ ଆମ୍ ଆଦମୀ ପାର୍ଟିର ବହୁ ସଂଖ୍ୟାରେ ସମର୍ଥକ ବିଜେପି ଅଫିସ୍ ସାମ୍ନାରେ ବିକ୍ଷୋଭ କରିବା ଆଶଙ୍କା ରହିଛି । ଏନେଇ ଡିସିପି ସେଣ୍ଟ୍ରାଲ୍ ଏକ ସର୍କୁଲାର୍ ଜାରି କରିଛନ୍ତି । ଦିଲ୍ଲୀ ପୋଲିସର ରିପୋର୍ଟ ମୁତାବକ, ଯଦି ଆରବିନ୍ଦ କେଜ୍ରିଓ୍ବାଲ୍ ଇଡିରେ ହାଜର ହୁଅନ୍ତି ,ତେବେ ସେ ପ୍ରଥମେ ରାଜଘଟ ଯିବେ, ସେଠାରେ ଆପ୍ ନେତା ଓ କର୍ମୀଙ୍କ ଭିଡ଼ ଜମିପାରେ । ନ୍ୟାୟ ଯାତ୍ରାର ସମାପନରେ ଉଠିଲା ଇଲେକ୍ଟୋରାଲ ବଣ୍ଡ ଓ ଇଭିଏମ ପ୍ରସଙ୍ଗ, ନେତା କହିଲେ- ମେସିନ ଉପରେ ନଜର ରଖନ୍ତୁକେବଳ ଜଳ ବୋର୍ଡ ଦୁର୍
ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମନିଲଣ୍ଡ୍ରିଂ ମାମଲାରେ ପଚରାଉଚରା ପାଇଁ ଇଡି ସମନ ଜାରି କରିଛି । ମାତ୍ର ଏହାକୁ ନେଇ ଆପତ୍ତି ଉଠାଇଛି ଆମ୍ ଆଦମୀ ପାର୍ଟି । ରାଉଜ୍ ଆଭେନ୍ୟୁ କୋର୍ଟରୁ ଜାମିନ୍ ମିଳିଥିବା ବେଳେ କାହିଁକି କେନ୍ଦ୍ରୀୟ ଏଜେନ୍ସି ବାରମ୍ବାର ନୋଟିସ୍ ଜାରି କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ନେତା । ଏହା ସହିତ ଜଳ ବୋର୍ଡ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲ୍ ଇଡି ହାଜର ହେବେ ନାହିଁ । ଭାରତୀୟ ଜନତା ପାର୍ଟି ଇଡି ପଛରେ ଲୁଚି ନିର୍ବାଚନ ଲଢ଼ିବାକୁ ଚାହୁଛି ବୋଲି ଆପ୍ ନେତା କହିଛନ୍ତି ।
ସେପଟେ ଆଲର୍ଟ ମୋଡରେ ଆସିଛି ଦିଲ୍ଲୀ ପୋଲିସ୍ । ଯଦି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରେ, ତେବେ ଆମ୍ ଆଦମୀ ପାର୍ଟିର ବହୁ ସଂଖ୍ୟାରେ ସମର୍ଥକ ବିଜେପି ଅଫିସ୍ ସାମ୍ନାରେ ବିକ୍ଷୋଭ କରିବା ଆଶଙ୍କା ରହିଛି । ଏନେଇ ଡିସିପି ସେଣ୍ଟ୍ରାଲ୍ ଏକ ସର୍କୁଲାର୍ ଜାରି କରିଛନ୍ତି । ଦିଲ୍ଲୀ ପୋଲିସର ରିପୋର୍ଟ ମୁତାବକ, ଯଦି ଆରବିନ୍ଦ କେଜ୍ରିଓ୍ବାଲ୍ ଇଡିରେ ହାଜର ହୁଅନ୍ତି ,ତେବେ ସେ ପ୍ରଥମେ ରାଜଘଟ ଯିବେ, ସେଠାରେ ଆପ୍ ନେତା ଓ କର୍ମୀଙ୍କ ଭିଡ଼ ଜମିପାରେ ।
ନ୍ୟାୟ ଯାତ୍ରାର ସମାପନରେ ଉଠିଲା ଇଲେକ୍ଟୋରାଲ ବଣ୍ଡ ଓ ଇଭିଏମ ପ୍ରସଙ୍ଗ, ନେତା କହିଲେ- ମେସିନ ଉପରେ ନଜର ରଖନ୍ତୁ
କେବଳ ଜଳ ବୋର୍ଡ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିନାହିଁ ବରଂ ଅବକାରୀ ନୀତି ଘୋଟାଲାରେ ମଧ୍ୟ ଇଡି ଯାଞ୍ଚ କରୁଛନ୍ତି । ମଦ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଆପ୍ ସୁପ୍ରିମୋଙ୍କୁ ୯ଥର ସମନ ଜାରି କରିଛି, ହେଲେ ସମସ୍ତ ନୋଟିସକୁ ବେଆଇନ କହି ଏଡ଼ାଇ ଯାଇଛନ୍ତି କେଜ୍ରିଓ୍ବାଲ୍ । ଆଜି ଦିଲ୍ଲୀ ଜଳ ବୋର୍ଡ ମାମଲାରେ ପଚରାଉଚରା ପାଇଁ ଇଡି ଡାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ହାଜର ହେବେ ନାହିଁ ବୋଲି ଆପ୍ ନେତା କହିଛନ୍ତି ।