ଦିଲ୍ଲୀ ନରେଲାରେ ସିଲିଣ୍ଡର ବିସ୍ଫୋରଣ ; ଜଳିଗଲେ ୬ ଜଣ

ମୁମ୍ଵାଇ ୦୯।୧୨; ଦିଲ୍ଲୀର ନରେଲାରେ ସିଲିଣ୍ଡର ବିସ୍ଫୋରଣର ଏକ ମାମଲା ସାମ୍ନାକୁ ଆସିଛି। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ସମାନ ପରିବାରର ୬ ଜଣ ଲୋକ ଏଠାରେ ଜଳି ଯାଇଥିଲେ। ଏଥିରେ ୩ ପିଲା ମଧ୍ୟ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ, ଦୁଇ ମହଲା କୋଠାର ଛାତ ଭୁଶୁଡ଼ିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।ସୂଚଦା ମୁତାବକ, ଦିଲ୍ଲୀ ନରେଲା ଅଞ୍ଚଳରେ ଥିବା ଦୁଇ ମହଲା କୋଠା ଛାତ ଭୁଶୁଡିବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ମଧ୍ୟରେ ୪୦ ବର୍ଷୀୟ ରାଜୁ, ୩୫ ବର୍ଷୀୟ ରାଜୁଙ୍କ ପତ୍ନୀ ରାଜେଶ୍ୱରୀ, ୧୮ ବର୍ଷୀୟ ରାହୁଲ ଏବଂ ତିନି ଛୋଟ ଝିଅ ଅଛନ୍ତି।ପଡୋଶୀଙ୍କ କହିବା ମୁତାବକ, ଯେଉଁ ସମୟରେ ଛାତ ଭୁଶୁଡିଲା ସେତେବେଳେ ପରିବାର ଜଣେ ସଦସ୍ୟ ରୋଷେଇ କରୁଥିଲା। ଏହି କାରଣରୁ ସିଲିଣ୍ଡର ବିସ୍ଫୋରଣ ହେବା ପରେ ସେମାନେ ଜଳି ଯାଇଥିବା  ନେଇ କୁହାଯାଉଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। 

ଦିଲ୍ଲୀ ନରେଲାରେ ସିଲିଣ୍ଡର ବିସ୍ଫୋରଣ ; ଜଳିଗଲେ ୬ ଜଣ

ମୁମ୍ଵାଇ ୦୯।୧୨; ଦିଲ୍ଲୀର ନରେଲାରେ ସିଲିଣ୍ଡର ବିସ୍ଫୋରଣର ଏକ ମାମଲା ସାମ୍ନାକୁ ଆସିଛି। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ସମାନ ପରିବାରର ୬ ଜଣ ଲୋକ ଏଠାରେ ଜଳି ଯାଇଥିଲେ। ଏଥିରେ ୩ ପିଲା ମଧ୍ୟ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ, ଦୁଇ ମହଲା କୋଠାର ଛାତ ଭୁଶୁଡ଼ିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ସୂଚଦା ମୁତାବକ, ଦିଲ୍ଲୀ ନରେଲା ଅଞ୍ଚଳରେ ଥିବା ଦୁଇ ମହଲା କୋଠା ଛାତ ଭୁଶୁଡିବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ମଧ୍ୟରେ ୪୦ ବର୍ଷୀୟ ରାଜୁ, ୩୫ ବର୍ଷୀୟ ରାଜୁଙ୍କ ପତ୍ନୀ ରାଜେଶ୍ୱରୀ, ୧୮ ବର୍ଷୀୟ ରାହୁଲ ଏବଂ ତିନି ଛୋଟ ଝିଅ ଅଛନ୍ତି।

ପଡୋଶୀଙ୍କ କହିବା ମୁତାବକ, ଯେଉଁ ସମୟରେ ଛାତ ଭୁଶୁଡିଲା ସେତେବେଳେ ପରିବାର ଜଣେ ସଦସ୍ୟ ରୋଷେଇ କରୁଥିଲା। ଏହି କାରଣରୁ ସିଲିଣ୍ଡର ବିସ୍ଫୋରଣ ହେବା ପରେ ସେମାନେ ଜଳି ଯାଇଥିବା  ନେଇ କୁହାଯାଉଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।