ଦିଲ୍ଲୀ ପ୍ରଥମ କ୍ୟାବିନେଟ୍ ବୈଠକରେ ୨ଟି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ ୨୦।୨: ଦିଲ୍ଲୀର ନୂଆ ବିଜେପି ସରକାର ଗୁରୁବାର ଶପଥଗ୍ରହଣ  କରିବା ସହ କାମ କରିବା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରାମ ଲିଳା ମୈଦାନରେ ୬ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଯମୁନା ନଦୀର ବାସୁଦେବ ଘାଟରେ ପୂଜାର୍ଚ୍ଚାନ କରିବା ସହ ପ୍ରଥମ କ୍ୟାବିନେଟ୍ ବୈଠକ କରିଛନ୍ତି। ଏହି ବୈଠକରେ ଦିଲ୍ଲୀ ସରକାର ଅନେକ ବଡ଼ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଆମେ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ସେ ସବୁ ପ୍ରତିଶ୍ରୁତି ପୂରଣ କରାଯିବ। ଆମେ ପ୍ରଥମ କ୍ୟାବିନେଟ୍ ବୈଠକରେ ଆୟୁଷ୍ମାନ ଯୋଜନାକୁ ମଞ୍ଜୁରୀ ଦେଇ ପରିବର୍ତ୍ତି ପ୍ରକ୍ରିୟା ପାଇଁ ଆଗକୁ କରିଛୁ। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା କରିବା ସହ ଏହାକୁ ଗୃହୀତ କରିଛୁ। ପ୍ରଥମେ ଦିଲ୍ଲୀ ଆୟୁଷ୍ମାନ ଯୋଜନାକୁ ସର୍ବସମ୍ମତୀରେ ଗୃହୀତ କରାଯାଇଛି। ଦିଲ୍ଲୀରେ ୫ଲକ୍ଷ ଟପଅପ ଦିଲ୍ଲୀ ସରକାର ଦେବେ ବାକି ୫ଲକ୍ଷ କେନ୍ଦ୍ର ସରକାର ଦେବେ। ସେହିପରି ଦ୍ୱିତୀୟ ଏଜେଣ୍ଡା ହେଉଛି ୧୪ଟି ସିଏଜି ରିପୋର୍ଟ ପେଣ୍ଡିଂ ପଡିଛି। ବିଧାନସଭା ଆରମ୍ଭରେ ସେହି ସବୁ ରିପୋର୍ଟ ଉପସ୍ଥାପିତ ହେବ। ସେହିପରି ଦିଲ୍ଲୀର ମହିଳାଙ୍କ ନିମନ୍ତେ ୨୫୦୦ ଟଙ୍କା ଦେବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଉପରେ କହିବାକୁ ଯାଇ ରେଖା ଗୁପ୍ତା

ଦିଲ୍ଲୀ ପ୍ରଥମ କ୍ୟାବିନେଟ୍ ବୈଠକରେ ୨ଟି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ ୨୦।୨: ଦିଲ୍ଲୀର ନୂଆ ବିଜେପି ସରକାର ଗୁରୁବାର ଶପଥଗ୍ରହଣ  କରିବା ସହ କାମ କରିବା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରାମ ଲିଳା ମୈଦାନରେ ୬ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଯମୁନା ନଦୀର ବାସୁଦେବ ଘାଟରେ ପୂଜାର୍ଚ୍ଚାନ କରିବା ସହ ପ୍ରଥମ କ୍ୟାବିନେଟ୍ ବୈଠକ କରିଛନ୍ତି। ଏହି ବୈଠକରେ ଦିଲ୍ଲୀ ସରକାର ଅନେକ ବଡ଼ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି। 

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଆମେ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ସେ ସବୁ ପ୍ରତିଶ୍ରୁତି ପୂରଣ କରାଯିବ। ଆମେ ପ୍ରଥମ କ୍ୟାବିନେଟ୍ ବୈଠକରେ ଆୟୁଷ୍ମାନ ଯୋଜନାକୁ ମଞ୍ଜୁରୀ ଦେଇ ପରିବର୍ତ୍ତି ପ୍ରକ୍ରିୟା ପାଇଁ ଆଗକୁ କରିଛୁ। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା କରିବା ସହ ଏହାକୁ ଗୃହୀତ କରିଛୁ। ପ୍ରଥମେ ଦିଲ୍ଲୀ ଆୟୁଷ୍ମାନ ଯୋଜନାକୁ ସର୍ବସମ୍ମତୀରେ ଗୃହୀତ କରାଯାଇଛି। ଦିଲ୍ଲୀରେ ୫ଲକ୍ଷ ଟପଅପ ଦିଲ୍ଲୀ ସରକାର ଦେବେ ବାକି ୫ଲକ୍ଷ କେନ୍ଦ୍ର ସରକାର ଦେବେ। 

ସେହିପରି ଦ୍ୱିତୀୟ ଏଜେଣ୍ଡା ହେଉଛି ୧୪ଟି ସିଏଜି ରିପୋର୍ଟ ପେଣ୍ଡିଂ ପଡିଛି। ବିଧାନସଭା ଆରମ୍ଭରେ ସେହି ସବୁ ରିପୋର୍ଟ ଉପସ୍ଥାପିତ ହେବ। ସେହିପରି ଦିଲ୍ଲୀର ମହିଳାଙ୍କ ନିମନ୍ତେ ୨୫୦୦ ଟଙ୍କା ଦେବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଉପରେ କହିବାକୁ ଯାଇ ରେଖା ଗୁପ୍ତା କହିଛନ୍ତି ଯେ ଏହା ଆମ ସରକାର ଏଣୁ ଏଜେଣ୍ଡା ମଧ୍ୟ ଆମର। ଏଣୁ ଆମକୁ କାମ କରିବାକୁ ଦିଆଯାଉ, ସବୁ କଥାରେ ଆମକୁ ପୂର୍ବ ସରକାରଙ୍କ ପରାମର୍ଶର ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଦିଲ୍ଲୀର ମହିଳାଙ୍କ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ପ୍ରଥମେ ପୂରଣ କରୁ ବୋଲି କହିଥିଲେ।