ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ୨୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ତାଲିକାରେ ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ସାହିବ ସିଂହ ବର୍ମା ଓ ରମେଶ ବିଧୂଡ଼ୀଙ୍କ ନାଁ ମଧ୍ୟ ଅଛି । ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପ୍ରବେଶଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ […]

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ୨୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ତାଲିକାରେ ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ସାହିବ ସିଂହ ବର୍ମା ଓ ରମେଶ ବିଧୂଡ଼ୀଙ୍କ ନାଁ ମଧ୍ୟ ଅଛି । ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପ୍ରବେଶଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିପକ୍ଷରେ କାଲ୍‌କାଜୀରେ ବରିଷ୍ଠ ନେତା ରମେଶ ବିଧୂଡ଼ୀଙ୍କୁ ପ୍ରାର୍ଥିୀ କରିଛି। ସେହିପରି ଆପ୍ ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ମନ୍ତ୍ରୀ ରାଜ କୁମାର ଆନନ୍ଦ ଓ କୈଳାଶ ଗେହଲଟଙ୍କୁ ମିଳିଛି ଟିକେଟ। ରାଜ କୁମାର ଆନନ୍ଦଙ୍କୁ ପଟେଲ ନଗରରୁ ପ୍ରାର୍ଥୀ କରାଯାଇଥିବା ବେଳେ କୈଳାଶଙ୍କୁ ବିଜୱାସନରୁ ଟିକେଟ ଦିଆଯାଇଛି। ଆପ୍‌ରୁ ବିଜେପିକୁ ଡେଇଁଥିବା ବିଧାୟକ କରତାର ସିଂହ ତନୱରଙ୍କୁ ଛତରପୁର ଆସନରୁ ପ୍ରାର୍ଥୀ କରାଯାଇଛି।