ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ତାଲିକାରେ ୨୯ ପ୍ରାର୍ଥୀଙ୍କ ନାଁ ଦେଇଛି ବିଜେପି । ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ୨୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ବର୍ମା ନୂଆଦିଲ୍ଲୀ ଆସନରୁ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଲଢ଼ିବେ । ସେହିପରି ବିଜେପି ବରିଷ୍ଠ ନେତା ରମେଶ ବିଧୁରୀ କାଲକାଜିରେ ଦିଲ୍ଲୀ […]

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ତାଲିକାରେ ୨୯ ପ୍ରାର୍ଥୀଙ୍କ ନାଁ ଦେଇଛି ବିଜେପି । ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ୨୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ବର୍ମା ନୂଆଦିଲ୍ଲୀ ଆସନରୁ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଲଢ଼ିବେ । ସେହିପରି ବିଜେପି ବରିଷ୍ଠ ନେତା ରମେଶ ବିଧୁରୀ କାଲକାଜିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନଙ୍କ ବିରୋଧରେ ଲଢିବାକୁ ଟିକେଟ ଦେଇଛି ବିଜେପି । ସେପଟେ ଏହି ଆସନ ପାଇଁ କଂଗ୍ରେସ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କ ନାଁ ଘୋଷଣା କରିଛି । ତେବେ ଦେଖାଯାଉ କାହାର ପଲଡା ଭାରି ରହୁଛି । ବିଜେପିରେ ଯୋଗ ଦେଇଥିବା ଆମ ଆଦମୀ ପାର୍ଟିର ପୂର୍ବତନ ମନ୍ତ୍ରୀ ରାଜ କୁମାର ଆନନ୍ଦ ଏବଂ କୈଳାସ ଗେହଲଟଙ୍କୁ ମଧ୍ୟ ଟିକେଟ ମିଳିଛି । ଦିଲ୍ଲୀ ପୂର୍ବତନ ମନ୍ତ୍ରୀ ତଥାର ଆପର ଜଣେ ଟାଣୁଆ ନେତା ଥିବା କୈଳାସ ଗେହଲଟଙ୍କୁ ବିଜଓ୍ବାସନରୁ ଟିକେଟ ଦେଇଛି ବିଜେପି ।