ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ନାମାଙ୍କନ
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ। ମୋଟ ୮୪୧ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।... The post ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ନାମାଙ୍କନ appeared first on .
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ। ମୋଟ ୮୪୧ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହେଉଛି ୨୦ ତାରିଖ । ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୮ ତାରିଖରେ ହେବ ଗଣତି। ସେପଟେ ଜୋରସୋରରେ ଚାଲିଛି କ୍ଯାମ୍ପେନିଂ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ପ୍ରଚାର କରୁଛନ୍ତି। ନିର୍ବାଚନ ପ୍ରଚାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଜେନେରେଟଡ କଣ୍ଟେଣ୍ଟର ବ୍ଯବହାର ନେଇ ଆଡଭାଇଜରୀ ଜାରି କରିଛନ୍ତି ନିର୍ବାଚନ କମିଶନ। ଏନେଇ ସମସ୍ତ ରାଜନୈତିକ ଦଳକୁ ପରାମର୍ଶ ଦେଇଛନ୍ତି କମିଶନ। ଦାୟିତ୍ବସମ୍ପନ୍ନ ଓ ସ୍ବଚ୍ଛ ବ୍ଯବହାର ପ୍ରତି ଯତ୍ନବାନ ହେବାକୁ ଇସି ପରାମର୍ଶ ଦେଇଛନ୍ତି। ନିର୍ବାଚନରେ ଏଆଇର ବ୍ଯବହାର ଭୋଟରଙ୍କ ଦୃଷ୍ଟିଭଙ୍ଗୀ ଉପରେ ପ୍ରଭାବ ଓ ପ୍ରଚାର ବାର୍ତ୍ତାର ଯଥାର୍ଥତାକୁ ନେଇ ଆଶଙ୍କା ରହିଥିବାବେଳେ ଇସି ଏହି ପରାମର୍ଶ ପ୍ରଦାନ କରିଛନ୍ତି। ସମସ୍ତ ଜାତୀୟ ଦଳ ଓ ରାଜ୍ୟସ୍ତରୀୟ ଦଳ ଲାଗି ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ। ନିର୍ବାଚନ ପ୍ରକ୍ରିୟାର ମହତ୍ତ୍ବ ବଜାୟ ରଖିବା ଉପରେ ଇସିଆଇ ଗୁରୁତ୍ବ ଦେଇଛନ୍ତି।
The post ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ନାମାଙ୍କନ appeared first on .