ଦିଲ୍ଲୀ ବିଧାନସଭା ନିର୍ବାଚନ:ମତଦାନ ଜାରି
ନୂଆଦିଲ୍ଲୀ : ଭୋଟ ଦେଉଛି ଦିଲ୍ଲୀ । ବିଧାନସଭା ନିର୍ବାଚନରେ ମତଦାନ ଚାଲିଛି। ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ... The post ଦିଲ୍ଲୀ ବିଧାନସଭା ନିର୍ବାଚନ:ମତଦାନ ଜାରି appeared first on .
ନୂଆଦିଲ୍ଲୀ : ଭୋଟ ଦେଉଛି ଦିଲ୍ଲୀ । ବିଧାନସଭା ନିର୍ବାଚନରେ ମତଦାନ ଚାଲିଛି। ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ମୈଦାନରେ ଅଛନ୍ତି ୬୯୯ ପ୍ରାର୍ଥୀ । ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଦେଢ଼ କୋଟି ଭୋଟର୍। ସକାଳ ୭ରୁ ସଂଧ୍ୟା ୬ଟା ଯାଏ ମତଦାନ ହେବ। ୧୩ ହଜାର ୭୬୬ଟି ବୁଥ୍ କରାଯାଇଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୩ ହଜାର ସମ୍ବେଦନଶୀଳ ବୁଥ ଅଛି। ସୁରକ୍ଷା ପାଇଁ ୪୫ ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏଥିରେ ରହିଛନ୍ତି ୨୨୦ କମ୍ପାନି ଅର୍ଦ୍ଧ ସାମରିକ ବାହିନୀ। ୬୦୦ ରୁ ଅଧିକ ଫ୍ଲାଇଂ ସ୍କ୍ଵାର୍ଡ ବି ରହିଛନ୍ତି। ଦିଲ୍ଲୀ ସୀମାକୁ ଲାଗି ରହିଥିବା ଅନ୍ୟ ରାଜ୍ୟର ପୋଲିସ ମଧ୍ୟ ଆଲର୍ଟ ଅଛନ୍ତି। ଗତକାଲି ରାତି ସାରା ଦିଲ୍ଲୀ ଓ ଏହାର ସୀମାକୁ ଲାଗି ଥିବା ବିଭିନ୍ନ ରାଜ୍ୟରେ ଜୋରଦାର ଗାଡ଼ି ଚେକିଂ ହୋଇଥିଲା। ୮ ତାରିଖରେ ହେବ ଗଣତି । ଏଥର ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ୨୦୧୩, ୨୦୧୫ ଓ ୨୦୨୦ ପରେ ଚତୁର୍ଥ ଥର ଦିଲ୍ଲୀ ଗାଦି ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଛି। ଆରପଟେ ପ୍ରାୟ ୨୭ ବର୍ଷ ହେଲାଣି ଦିଲ୍ଲୀ ଗାଦି ଦଖଲ କରିପାରି ନାହିଁ ବିଜେପି।
The post ଦିଲ୍ଲୀ ବିଧାନସଭା ନିର୍ବାଚନ:ମତଦାନ ଜାରି appeared first on .