ଦିଲ୍ଲୀ ବିଧାନସଭା ନିର୍ବାଚନର ଆଜି ପ୍ରାର୍ଥୀପତ୍ର ଯାଞ୍ଚ
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଆଜି ପ୍ରାର୍ଥୀପତ୍ର ଯାଞ୍ଚ । ଗତକାଲି ନାମାଙ୍କନ ଦାଖଲ ଶେଷ ହୋଇଥିବାବେଳେ ଆଜି... The post ଦିଲ୍ଲୀ ବିଧାନସଭା ନିର୍ବାଚନର ଆଜି ପ୍ରାର୍ଥୀପତ୍ର ଯାଞ୍ଚ appeared first on .
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଆଜି ପ୍ରାର୍ଥୀପତ୍ର ଯାଞ୍ଚ । ଗତକାଲି ନାମାଙ୍କନ ଦାଖଲ ଶେଷ ହୋଇଥିବାବେଳେ ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୨୦ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି। ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୮ ତାରିଖରେ ହେବ ଗଣତି। ସେପଟେ ଜୋରସୋରରେ ଚାଲିଛି କ୍ଯାମ୍ପେନିଂ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ପ୍ରଚାର କରୁଛନ୍ତି। ମୋଟ୍ ୮୪୧ ଜଣ ପ୍ରାର୍ଥୀ ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି। ମୋଟ୍ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନରେ ଫେବୃଆରୀ ୫ରେ ହେବ ଭୋଟ୍ ଗ୍ରହଣ। ୧ କୋଟି ୫୫ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ୨ ଲକ୍ଷ ନୂଆ ଭୋଟର ଏଥର ନିର୍ବାଚନରେ ସାମିଲ ହୋଇଛନ୍ତି। ୧୩ ହଜାରରୁ ଅଧିକ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ୨୦୨୦ରେ ଆପ୍ ୬୨ଟି ଆସନ ଜିତି ସରକାର ଗଠନ କରିଥିଲା। ୨୦୧୫ ଓ ୨୦୨୦ରେ କଂଗ୍ରେସ ଗୋଟିଏ ବି ଆସନ ଜିତିନଥିଲା। ।
The post ଦିଲ୍ଲୀ ବିଧାନସଭା ନିର୍ବାଚନର ଆଜି ପ୍ରାର୍ଥୀପତ୍ର ଯାଞ୍ଚ appeared first on .