ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନବମ ସମନ; ମାର୍ଚ୍ଚ ୨୧ ପୂର୍ବରୁ ହାଜର ହେବାକୁ ନୋଟିସ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନବମ ସମନ । ଦିଲ୍ଲୀ ଅବକାରୀ ନୀତି ଘୋଟାଲା ସହିତ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ଇଡି ସମନ ଜାରି କରିଛି । ଆସନ୍ତା ମାର୍ଚ୍ଚା ୨୧ ତାରିଖ ପୂର୍ବରୁ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟରୁ କେଜ୍ରିଓ୍ବାଲଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବାର ଗୋଟିଏ ଦିନ ପରେ ଏହି ନବମ ସମନ ଜାରି କରିଛି ଇଡି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହା ପୂର୍ବରୁ ୮ଟି ସମନ ଜାରି କରି ସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମାତ୍ର ପ୍ରତି ସମନକୁ ବେଆଇନ କହି, ଏଡ଼ାଇ ଯାଇଛନ୍ତି ଆପ୍ ସୁପ୍ରିମୋ । ଏହା ସହିତ ଏହି ମାମଲାରେ କୋର୍ଟରେ ବିଚାରଧିନ ରହିଛି, ରାୟ ଆସିବା ଯାଏ ଅପେକ୍ଷା କରିବାକୁ କହିଛନ୍ତି । #WATCH | Delhi: AAP leader and Delhi Minister Atishi says, "Delhi CM Arvind Kejriwal received another summon yesterday evening by the ED...They have asked him to join some investigation related to Delhi Jal Board...We are unaware of the case registered by the ED in this… pic.twitter.com/dgC9DuvaPR— ANI (@ANI) March 17, 2024ଏପଟେ ଦିଲ୍ଲୀ ମେଟ୍ରୋପଲିଟାନ୍ କୋର୍ଟଙ୍କ ସମନ ପରେ ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ରାଉଜ୍ ଆଭେନ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନବମ ସମନ । ଦିଲ୍ଲୀ ଅବକାରୀ ନୀତି ଘୋଟାଲା ସହିତ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ଇଡି ସମନ ଜାରି କରିଛି । ଆସନ୍ତା ମାର୍ଚ୍ଚା ୨୧ ତାରିଖ ପୂର୍ବରୁ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟରୁ କେଜ୍ରିଓ୍ବାଲଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବାର ଗୋଟିଏ ଦିନ ପରେ ଏହି ନବମ ସମନ ଜାରି କରିଛି ଇଡି ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହା ପୂର୍ବରୁ ୮ଟି ସମନ ଜାରି କରି ସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମାତ୍ର ପ୍ରତି ସମନକୁ ବେଆଇନ କହି, ଏଡ଼ାଇ ଯାଇଛନ୍ତି ଆପ୍ ସୁପ୍ରିମୋ । ଏହା ସହିତ ଏହି ମାମଲାରେ କୋର୍ଟରେ ବିଚାରଧିନ ରହିଛି, ରାୟ ଆସିବା ଯାଏ ଅପେକ୍ଷା କରିବାକୁ କହିଛନ୍ତି ।
#WATCH | Delhi: AAP leader and Delhi Minister Atishi says, "Delhi CM Arvind Kejriwal received another summon yesterday evening by the ED...They have asked him to join some investigation related to Delhi Jal Board...We are unaware of the case registered by the ED in this… pic.twitter.com/dgC9DuvaPR— ANI (@ANI) March 17, 2024
ଏପଟେ ଦିଲ୍ଲୀ ମେଟ୍ରୋପଲିଟାନ୍ କୋର୍ଟଙ୍କ ସମନ ପରେ ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ରାଉଜ୍ ଆଭେନ୍ୟୁ ଅଦାଲତରେ ହାଜର ହୋଇଥିଲେ । କୋର୍ଟରୁ ତାଙ୍କୁ ଆଶ୍ବସ୍ତି ମିଳିଛି । ଅଦାଲତ ଦୁଇଟି ମାମଲାରେ ରାୟ ଶୁଣାଇବା ସହିତ ଆପ୍ ସୁପ୍ରିମୋଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକା ସହିତ ବେଲ୍ ଦେଇଛନ୍ତି କୋର୍ଟ ।