ଦିଲ୍ଲୀ ରାଜନୀତିରେ ପଲଟିଲା ବାଜି! ‘ଭାଜପା-କଂଗ୍ରେସର ଯୁଗଳବନ୍ଦୀ’

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ର୍ନିବାଚନକୁ ନେଇ ଏବେ ଜୋର ଧରିଛି ରାଜନୀତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୁହାକୁ ତୁହା ଆକ୍ରମଣରେ ଗୋଟିଏ ପ୍ରଶ୍ନମାଣ ମାରିଛନ୍ତି ଏଏପି ମୁଖ୍ୟ କେଜରିଓ୍ବାଲ। ସେପଟେ ଏହି ବାକ୍‌ଯୁଦ୍ଧରେ ଡେଇଁଚି ଭାଜପା। ଯାହାକୁ ନେଇ ରାଜନୀତି ଉଠୁଛି ପଡୁଛି। ଦିଲ୍ଲୀ ବିଧାନସଭା ର୍ନିବାଚନ ପୂର୍ବରୁ, କଂଗ୍ରେସ ଦଳ ଆମ ଆଦମୀ ପାର୍ଟି ଉପରେ ଆକ୍ରମଣକୁ ତୀବ୍ର କରିଛି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ […] The post ଦିଲ୍ଲୀ ରାଜନୀତିରେ ପଲଟିଲା ବାଜି! ‘ଭାଜପା-କଂଗ୍ରେସର ଯୁଗଳବନ୍ଦୀ’ appeared first on Dharitri Odia News.

ଦିଲ୍ଲୀ ରାଜନୀତିରେ ପଲଟିଲା ବାଜି! ‘ଭାଜପା-କଂଗ୍ରେସର ଯୁଗଳବନ୍ଦୀ’

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ର୍ନିବାଚନକୁ ନେଇ ଏବେ ଜୋର ଧରିଛି ରାଜନୀତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୁହାକୁ ତୁହା ଆକ୍ରମଣରେ ଗୋଟିଏ ପ୍ରଶ୍ନମାଣ ମାରିଛନ୍ତି ଏଏପି ମୁଖ୍ୟ କେଜରିଓ୍ବାଲ। ସେପଟେ ଏହି ବାକ୍‌ଯୁଦ୍ଧରେ ଡେଇଁଚି ଭାଜପା। ଯାହାକୁ ନେଇ ରାଜନୀତି ଉଠୁଛି ପଡୁଛି। ଦିଲ୍ଲୀ ବିଧାନସଭା ର୍ନିବାଚନ ପୂର୍ବରୁ, କଂଗ୍ରେସ ଦଳ ଆମ ଆଦମୀ ପାର୍ଟି ଉପରେ ଆକ୍ରମଣକୁ ତୀବ୍ର କରିଛି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳନା କରିଥିଲେ ଏବଂ ଅଭିଯୋଗ କରିଥିଲେ ଯେ ଉଭୟ ଜନତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରନ୍ତି ନାହିଁ। ତେବେ ଆଜି ରାହୁଲ, କେଜରିୱାଲଙ୍କ ‘ବିଫଳତା’ ଉପରେ ପ୍ରଶ୍ନ ଉଠାଇ ଦିଲ୍ଲୀ ସରକାରଙ୍କୁ ଘେରିବା ନେଇ କଂଗ୍ରେସ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ରାହୁଲଙ୍କ ଏ ମନ୍ତବ୍ୟକୁ ନେଇ କେଜରିୱାଲ କରିଥିବା ଟ୍ବିଟ ଉପରେ କଂଗ୍ରେସ ନୁହେଁ ବରଂ ଭାଜପା ପ୍ରତିକ୍ରିୟା ଦେଇଛି। ଯାହାକୁ ଭାଜପା ଓ କଂଗ୍ରେସର ଯୁଗଳବନ୍ଦୀ ବୋଲି କହିଛନ୍ତି କେଜରିୱାଲ ।

ରାହୁଲଙ୍କ ବୟାନ ଉପରେ କଂଗ୍ରେସ ପ୍ରତିକ୍ରିୟା ଦେବା ଯାଏ ଅପେକ୍ଷା କରିନି ଭାଜପା। ବରଂ କେଜରିୱାଲଙ୍କ ଟ୍ବିଟ ଉପରେ ରି-ଟ୍ବିଟ କରିଛନ୍ତି ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ । ଅମିତ ମାଲବ୍ୟଙ୍କ ରି-ଟ୍ବିଟ ଉପରେ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ରଖିଛନ୍ତି କେଜରିୱାଲ । ସେ କହିଛନ୍ତି, ‘ମୁଁ ରାହୁଲ ଗାନ୍ଧୀଙ୍କ ଉପରେ ମାତ୍ର ଗୋଟିଏ ବାକ୍ୟ କହିଛି, କିନ୍ତୁ ପ୍ରତିକ୍ରିୟା ଭାଜପାରୁ ଆସିଛି । ମୋର ମନ୍ତବ୍ୟ, କଂଗ୍ରେସ ପାଇଁ ଅସୁବିଧା ସୃଷ୍ଟି କରିବା ବଦଳରେ ଭାଜପାକୁ ଅଡୁଆରେ ପକାଉଛି । ଏହା ହିଁ ଭାଜପା ଓ କଂଗ୍ରେସ ମଧ୍ୟରେ ଥିବା ଯୁଗଳବନ୍ଦୀକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି କେଜରିୱାଲ।

The post ଦିଲ୍ଲୀ ରାଜନୀତିରେ ପଲଟିଲା ବାଜି! ‘ଭାଜପା-କଂଗ୍ରେସର ଯୁଗଳବନ୍ଦୀ’ appeared first on Dharitri Odia News.