ଦିଲ୍ଲୀ ହାଇକୋର୍ଟରୁ କେଜରିୱାଲଙ୍କୁ ଝଟକା, ରିମାଣ୍ଡ ବିରୋଧରେ ଆବେଦନର ତତ୍କାଳ ଶୁଣାଣିକୁ ମନା କଲେ

ନୂଆଦିଲ୍ଲୀ ୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହାଇକୋର୍ଟରୁ ପୁଣି ଝଟକା ଲାଗିଛି। ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନଙ୍କ କୋର୍ଟ କେଜରିୱାଲଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି ନିମନ୍ତେ ମନା କରିଦେଇଛନ୍ତି। କେଜରିୱାଲ ଇଡି ରିମାଣ୍ଡ ବିରୋଧରେ ତାଙ୍କ ନିବେଦନରେ ଶନିବାର ସନ୍ଧ୍ୟା ଅଥବା ରବିବାର ୨୪ ମାର୍ଚ୍ଚ ସକାଳେ ଶୁଣାଣି କରିବା ପାଇଁ ଦାବିକରିଥିଲେ। ତେବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ଅନୁସାରେ ଏବେ କେଜରିୱାଲଙ୍କ ଆବେଦନ ଉପରେ ହୋଲି ଛୁଟି ପରେ ଅର୍ଥାତ ମାର୍ଚ୍ଚ ୨୭ରେ କୋର୍ଟ ଖୋଲିବା ପରେ କେବେବି ଶୁଣାଣି ହୋଇପାରେ ବୋଲି କୁହାଯାଇଛି । ସୋମବାର ଓ ମଙ୍ଗଳବାର ହାଇକୋର୍ଟର ହୋଲି ଛୁଟି ରହିଛି। କେଜରିୱାଲ ତାଙ୍କ ପିଟିସନରେ ତର୍କ ଦେଇଛନ୍ତି ଯେ ତାଙ୍କ ଗିରଫଦାରୀ ଓ ରିମାଣ୍ଡ ଆଦେଶ ଉଭୟ ଅବୈଧ ଅଟେ ଏଣୁ ହାଜତରୁ ତୁରନ୍ତ ମୁକ୍ତ ହେବାକୁ ସେ ହକଦାର। କେଜରିୱାଲଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ଶୁକ୍ରବାର ୬ ଦିନିଆ ଇଡି ରିମାଣ୍ଡରେ ପଠାଇ ଦେଇଥିଲା। ତାଙ୍କୁ ୨୮ ମାର୍ଚ୍ଚ ଅପରାହ୍ନ ୨ଟା ବେଳେ ପୁଣି ଥରେ କୋର୍ଟରେ ହାଜର କରାଯିବ। ଏହି ମାମଲାରେ ଇଡି ୧୦ ଦିନିଆ ରିମାଣ୍ଡ ନିବେଦନ କରିଥିଲା। ତେବେ କୋର୍ଟ ମାତ୍ର ୬ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି। ରିମାଣ୍ଡ ନିମନ୍ତେ ଶୁଣାଣି କାଳରେ ଇଡି ପକ୍ଷରୁ ଅତିରିକ୍ତ ସୋଲିସିଟର ଜେନେରାସ କହିଥିଲେ ଯେ କେଜରିୱାଲ, ଅନ୍ୟ

ଦିଲ୍ଲୀ ହାଇକୋର୍ଟରୁ କେଜରିୱାଲଙ୍କୁ ଝଟକା, ରିମାଣ୍ଡ ବିରୋଧରେ ଆବେଦନର ତତ୍କାଳ ଶୁଣାଣିକୁ ମନା କଲେ

ନୂଆଦିଲ୍ଲୀ ୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହାଇକୋର୍ଟରୁ ପୁଣି ଝଟକା ଲାଗିଛି। ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନଙ୍କ କୋର୍ଟ କେଜରିୱାଲଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି ନିମନ୍ତେ ମନା କରିଦେଇଛନ୍ତି। କେଜରିୱାଲ ଇଡି ରିମାଣ୍ଡ ବିରୋଧରେ ତାଙ୍କ ନିବେଦନରେ ଶନିବାର ସନ୍ଧ୍ୟା ଅଥବା ରବିବାର ୨୪ ମାର୍ଚ୍ଚ ସକାଳେ ଶୁଣାଣି କରିବା ପାଇଁ ଦାବିକରିଥିଲେ। ତେବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ଅନୁସାରେ ଏବେ କେଜରିୱାଲଙ୍କ ଆବେଦନ ଉପରେ ହୋଲି ଛୁଟି ପରେ ଅର୍ଥାତ ମାର୍ଚ୍ଚ ୨୭ରେ କୋର୍ଟ ଖୋଲିବା ପରେ କେବେବି ଶୁଣାଣି ହୋଇପାରେ ବୋଲି କୁହାଯାଇଛି । ସୋମବାର ଓ ମଙ୍ଗଳବାର ହାଇକୋର୍ଟର ହୋଲି ଛୁଟି ରହିଛି। କେଜରିୱାଲ ତାଙ୍କ ପିଟିସନରେ ତର୍କ ଦେଇଛନ୍ତି ଯେ ତାଙ୍କ ଗିରଫଦାରୀ ଓ ରିମାଣ୍ଡ ଆଦେଶ ଉଭୟ ଅବୈଧ ଅଟେ ଏଣୁ ହାଜତରୁ ତୁରନ୍ତ ମୁକ୍ତ ହେବାକୁ ସେ ହକଦାର। 

କେଜରିୱାଲଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ଶୁକ୍ରବାର ୬ ଦିନିଆ ଇଡି ରିମାଣ୍ଡରେ ପଠାଇ ଦେଇଥିଲା। ତାଙ୍କୁ ୨୮ ମାର୍ଚ୍ଚ ଅପରାହ୍ନ ୨ଟା ବେଳେ ପୁଣି ଥରେ କୋର୍ଟରେ ହାଜର କରାଯିବ। ଏହି ମାମଲାରେ ଇଡି ୧୦ ଦିନିଆ ରିମାଣ୍ଡ ନିବେଦନ କରିଥିଲା। ତେବେ କୋର୍ଟ ମାତ୍ର ୬ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି। ରିମାଣ୍ଡ ନିମନ୍ତେ ଶୁଣାଣି କାଳରେ ଇଡି ପକ୍ଷରୁ ଅତିରିକ୍ତ ସୋଲିସିଟର ଜେନେରାସ କହିଥିଲେ ଯେ କେଜରିୱାଲ, ଅନ୍ୟମନ୍ତ୍ରୀମାନେ ଓ ଆମଆଦମୀ ପାର୍ଟିର ନେତାମାନେ ମଦ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଏଣୁ କୋର୍ଟଙ୍କୁ ୧୦ ଦିନ ରିମାଣ୍ଡ ଲାଗି ନିବେଦନ କରିଛନ୍ତି। 

ଅତିରିକ୍ତ ସୋଲିସିଟର ଜେନେରାଲ କହିଥିଲେ ଆପ ଏକ ବ୍ୟକ୍ତି ନୁହେଁ, ଏହା ଏକ କମ୍ପାନୀ ଓ କମ୍ପାନୀ ସଞ୍ଚାଳନ ନିମନ୍ତେ ଦାୟି ପ୍ରତ୍ୟେକ ବ୍ୟକ୍ତିକୁ ଦୋଷୀ କରାଯିବ। ଏଥିରେ କେଜରିୱାଲଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କହିଥିଲେ ଯେ ଭାରତ ଇତିହାସରେ ଏହା ପ୍ରଥମ ଘଟଣା ଜଣେ ନିର୍ବାଚିତ ସରକାରର ପଦବୀରେ ଅବସ୍ଥାପିତ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି।  ସେ କହିଥିଲେ ଯେ କେଜରିୱାଲଙ୍କୁ ଗିରଫ କରାଯିବାର କୌଣସି ଆବଶ୍ୟକତା ନଥିଲା। ଏଣୁ କୋର୍ଟ ରିମାଣ୍ଡକୁ ଏକ ନିୟମିତ ଅଭ୍ୟାସ ରୂପେ ନ ଦେଖନ୍ତୁ। ଏଥିରେ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ମସ୍ତିଷ୍କର ଉପଯୋଗ ଆବଶ୍ୟକ ବୋଲି କହିଥିଲେ।