ଦିଲ୍ଲୀ ୱାକଫ ବୋର୍ଡ ରିପୋର୍ଟକୁ ନେଇ ବିବାଦ, ମୁଖ୍ୟମନ୍ତ୍ରୀ ଆତିଶୀ କହିଲେ ଏହା ‘ଅମାନ୍ୟ’

ନୂଆଦିଲ୍ଲୀ ୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି (ଜେପିସି) ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କୁ ପତ୍ର ଲେଖିଛନ୍ତି।  କହିଛନ୍ତି ଦିଲ୍ଲୀ ୱାକଫ ବୋର୍ଡ ଦ୍ୱାରା ପ୍ରସ୍ତୁତ ରିପୋର୍ଟକୁ ‘ଅମାନ୍ୟ ଓ ଶୁନ୍ୟ’ ମନେ କରାଯିବା ଉଚିତ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରିପୋର୍ଟ ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ ବିନା ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟକୁ ଆଇଏଏସ୍ ଅଶ୍ୱିନୀ କୁମାର (ଦିଲ୍ଲୀ ୱାକଫ ବୋର୍ଡ ପ୍ରଶାସକ)ଙ୍କ ଦ୍ୱାରା ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ ବିନା ପ୍ରସ୍ତୁତ କରାଯାଇଛି। ଏଣୁ ଏହାକୁ ପ୍ରଥମରୁ ହିଁ ଅମାନ୍ୟ ମନେ କରାଯିବା ଉଚିତ।ରିପୋର୍ଟ ଉପରେ କୌଣସି ପ୍ରକାର ପ୍ରେଜେଣ୍ଟେସନକୁ ସେ ପର୍ଯନ୍ତ ରଦ୍ଦ କରାଯିବା ଦରକାର ଯେଉଁ ପର୍ଯ୍ୟନ୍ତ ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ ବିନା ରିପୋର୍ଟ ପ୍ରସ୍ତୁତ ନ ହୋଇଛି। ଦିଲ୍ଲୀ ୱାକଫ ବୋର୍ଡ  ରିପୋର୍ଟକୁ ବିରୋଧ କରି ସୋମବାର ଜେପିସି ବୈଠକକୁ କେତେକ ବିରୋଧୀ ଦଳ ସାଂସଦ ବହିଷ୍କାର କରିବା ସହ ବୈଠକରୁ ଉଠି ଚାଲି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଅତୀଶୀଙ୍କ ଟିପ୍ପଣୀକୁ ଦୋହରାଇ ବିରୋଧୀ ଦଳ ସାଂସଦମାନେ କହିଛନ୍ତି ଯେ ଦିଲ୍ଲୀ ୱାକଫ ବୋର୍ଡ ପ୍ରଶାସକ ଦିଲ୍ଲୀ ସରକାରଙ୍କ ଅଜାଣତରେ ପ୍ରେଜେଣ୍ଟେସନରେ ପରିବର୍ତ୍ତନ କରିଛନ୍ତି। ସରକାର ଅଗଷ୍ଟ ୮ ତାରିଖରେ ୱାକଫ (ସଂଶୋଧନ) ବିଧେୟକ ୨୦୨୪କୁ ଲୋକସଭାରେ ଉପସ୍ଥାପନ କରିଥିଲେ। କହିଥିଲେ ଏହି ଆଇନର ଉଦ୍ଦେଶ୍ୟ ୱାକଫ ବ

ଦିଲ୍ଲୀ ୱାକଫ ବୋର୍ଡ ରିପୋର୍ଟକୁ ନେଇ ବିବାଦ, ମୁଖ୍ୟମନ୍ତ୍ରୀ ଆତିଶୀ କହିଲେ ଏହା ‘ଅମାନ୍ୟ’

ନୂଆଦିଲ୍ଲୀ ୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି (ଜେପିସି) ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କୁ ପତ୍ର ଲେଖିଛନ୍ତି।  କହିଛନ୍ତି ଦିଲ୍ଲୀ ୱାକଫ ବୋର୍ଡ ଦ୍ୱାରା ପ୍ରସ୍ତୁତ ରିପୋର୍ଟକୁ ‘ଅମାନ୍ୟ ଓ ଶୁନ୍ୟ’ ମନେ କରାଯିବା ଉଚିତ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରିପୋର୍ଟ ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ ବିନା ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟକୁ ଆଇଏଏସ୍ ଅଶ୍ୱିନୀ କୁମାର (ଦିଲ୍ଲୀ ୱାକଫ ବୋର୍ଡ ପ୍ରଶାସକ)ଙ୍କ ଦ୍ୱାରା ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ ବିନା ପ୍ରସ୍ତୁତ କରାଯାଇଛି। ଏଣୁ ଏହାକୁ ପ୍ରଥମରୁ ହିଁ ଅମାନ୍ୟ ମନେ କରାଯିବା ଉଚିତ।

ରିପୋର୍ଟ ଉପରେ କୌଣସି ପ୍ରକାର ପ୍ରେଜେଣ୍ଟେସନକୁ ସେ ପର୍ଯନ୍ତ ରଦ୍ଦ କରାଯିବା ଦରକାର ଯେଉଁ ପର୍ଯ୍ୟନ୍ତ ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ ବିନା ରିପୋର୍ଟ ପ୍ରସ୍ତୁତ ନ ହୋଇଛି। ଦିଲ୍ଲୀ ୱାକଫ ବୋର୍ଡ  ରିପୋର୍ଟକୁ ବିରୋଧ କରି ସୋମବାର ଜେପିସି ବୈଠକକୁ କେତେକ ବିରୋଧୀ ଦଳ ସାଂସଦ ବହିଷ୍କାର କରିବା ସହ ବୈଠକରୁ ଉଠି ଚାଲି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଅତୀଶୀଙ୍କ ଟିପ୍ପଣୀକୁ ଦୋହରାଇ ବିରୋଧୀ ଦଳ ସାଂସଦମାନେ କହିଛନ୍ତି ଯେ ଦିଲ୍ଲୀ ୱାକଫ ବୋର୍ଡ ପ୍ରଶାସକ ଦିଲ୍ଲୀ ସରକାରଙ୍କ ଅଜାଣତରେ ପ୍ରେଜେଣ୍ଟେସନରେ ପରିବର୍ତ୍ତନ କରିଛନ୍ତି। 

ସରକାର ଅଗଷ୍ଟ ୮ ତାରିଖରେ ୱାକଫ (ସଂଶୋଧନ) ବିଧେୟକ ୨୦୨୪କୁ ଲୋକସଭାରେ ଉପସ୍ଥାପନ କରିଥିଲେ। କହିଥିଲେ ଏହି ଆଇନର ଉଦ୍ଦେଶ୍ୟ ୱାକଫ ବୋର୍ଡର କାମକୁ ସୁବ୍ୟବସ୍ଥିତ କରିବା ଏବଂ ୱାକଫ ସମ୍ପତ୍ତିର କୁଶଳ ପ୍ରବନ୍ଧନ ସୁନିଶ୍ଚିତ କରିବା।  ତେବେ ବିରୋଧୀ ଦଳ ଓ ମୁସ୍ଲିମ ସଙ୍ଗଠନ ବିଧେୟକକୁ ନେଇ ଚିନ୍ତା ବ୍ୟକ୍ତ କରିବାରୁ ଏହାର ବିସ୍ତୃତ ବିଚାର ବିମର୍ଶ ନିମନ୍ତେ ଜେପିସିକୁ ପଠାଇ ଦିଆଯାଇଥିଲା।  ଜେପିସି ଅଗଷ୍ଟ ମାସରେ ଜନତା, ଏନଜିଓ, ବିଶେଷଜ୍ଞ, ହିତାଧିକାରୀ ଓ ସଂସ୍ଥାନମାନଙ୍କୁ ଆଇନ ଉପରେ ବିଚାର ଓ ପରାମର୍ଶ ଆମନ୍ତ୍ରିତ କରିଥିଲେ।