ଦିଲ୍ଲୀର ଦ୍ଵାରକା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା ; ୨ଟି କାର ମୁହାଁମୁହିଁ ଧକ୍କା, ଜଣେ ମୃତ
ମୁମ୍ଵାଇ ୦୪।୧୨; ଦିଲ୍ଲୀରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ୱାରକା ଏକ୍ସପ୍ରେସୱେରେ ଦୁଇଟି କାର ପରସ୍ପର ସହ ମୁହାଁମୁହିଁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ କାରର ନିଆଁ ଲାଗିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା। କିନ୍ତୁ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟମାନେ ଆହତ ହୋଇଥିଲେ।#WATCH | Delhi: Two cars caught fire after colliding with each other on the Dwarka Expressway. One person died and the rest of the injured have been admitted to the hospital: Delhi Fire Service(Visuals from the spot) pic.twitter.com/EUfHDX03wL— ANI (@ANI) December 3, 2024ଘଟଣା ସମ୍ପର୍କରେ ସୂଚନା ଦେଇ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଆହତମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହେଲେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।ଏହାପୂର୍ବରୁ ଡିସେମ୍ବର ୦୨ ରେ ଦିଲ୍ଲୀର ୱାଜିରପୁର ଫ୍ଲାଏ ଓଭରରେ ଜଣେ ବାଇକ ଆରୋହୀଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ସମ୍ପୃ
ମୁମ୍ଵାଇ ୦୪।୧୨; ଦିଲ୍ଲୀରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ୱାରକା ଏକ୍ସପ୍ରେସୱେରେ ଦୁଇଟି କାର ପରସ୍ପର ସହ ମୁହାଁମୁହିଁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ କାରର ନିଆଁ ଲାଗିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା। କିନ୍ତୁ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟମାନେ ଆହତ ହୋଇଥିଲେ।
#WATCH | Delhi: Two cars caught fire after colliding with each other on the Dwarka Expressway. One person died and the rest of the injured have been admitted to the hospital: Delhi Fire Service
(Visuals from the spot) pic.twitter.com/EUfHDX03wL— ANI (@ANI) December 3, 2024
ଘଟଣା ସମ୍ପର୍କରେ ସୂଚନା ଦେଇ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଆହତମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହେଲେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହାପୂର୍ବରୁ ଡିସେମ୍ବର ୦୨ ରେ ଦିଲ୍ଲୀର ୱାଜିରପୁର ଫ୍ଲାଏ ଓଭରରେ ଜଣେ ବାଇକ ଆରୋହୀଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ଗାଡିଟି ଚିହ୍ନଟ ହୋଇଛି କିନ୍ତୁ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ସେ ଘଟଣାସ୍ଥଳରୁ ପଳାଇଛି। ମାମଲାର ତଦନ୍ତ ଚାଲିଛି।