ଦିଲ୍ଲୀର ୟୁନିଫର୍ମ-କାଫେରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ

ନୂଆଦିଲ୍ଲୀ ୧୫।୦୭; ଦିଲ୍ଲୀର ମୟୂର ବିହାରରେ ଅଗ୍ନିକାଣ୍ଡ। ନିକଟରେ ଥିବା ଏକ ୟୁନିଫର୍ମ ତିଆରି ଦୋକାନ ଏବଂ କାଫେରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ବିଷୟରେ ସୂଚନା ପାଇବା ପରେ ତୁରନ୍ତ ଏହାକୁ ନିୟନ୍ତ୍ରଣ କରିବା ପାଇଁ ୨୫ ଟି ଅଗ୍ନି ଟେଣ୍ଡର ଗାଡି ପଠାଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହେବାର ଖବର ନାହିଁ।ଦିଲ୍ଲୀ ଅଗ୍ନିଶମ ସେବା ଡେପୁଟି ମୁଖ୍ୟ ଅଗ୍ନିଶମ ଅଧିକାରୀ ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ ୨୫ ଟି ଅଗ୍ନି ଟେଣ୍ଡର ଗାଡି ନିଆଁ ଲିଭାଇବାରେ ନିୟୋଜିତ ଥିଲା। ବହୁ ଚେଷ୍ଟା ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ଅଗ୍ନିଶମ କର୍ମଚାରୀମାନେ ତୃତୀୟ ମହଲାରୁ ବିଲଡିଂରେ ଫସି ରହିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ କାଢିଥିଲେ।ଡେପୁଟି ଚିଫ୍ ଅଗ୍ନିଶମ ଅଧିକାରୀ ଏସ.କେ ଦୁଆ କହିଛନ୍ତି ଯେ ଗତକାଲି ରାତି ୧୧.୪୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ମୟୂର ବିହାର ଦ୍ୱିତୀୟ ପର୍ଯ୍ୟାୟରେ ଅବସ୍ଥିତ କାଫେ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା । ନିଆଁ ଲିଭାଇବା ସମୟରେ କିଛି କର୍ମଚାରୀ ଆହତ ହୋଇଥିଲେ। ଅଗ୍ନିଶମ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଲ୍ଡିଂରେ ଭେଣ୍ଟିଲେସନ୍ ସୁବିଧା ନ ଥିବାରୁ ନିଆଁ ବ୍ୟାପିଛି ବୋ

ଦିଲ୍ଲୀର ୟୁନିଫର୍ମ-କାଫେରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ

ନୂଆଦିଲ୍ଲୀ ୧୫।୦୭; ଦିଲ୍ଲୀର ମୟୂର ବିହାରରେ ଅଗ୍ନିକାଣ୍ଡ। ନିକଟରେ ଥିବା ଏକ ୟୁନିଫର୍ମ ତିଆରି ଦୋକାନ ଏବଂ କାଫେରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ବିଷୟରେ ସୂଚନା ପାଇବା ପରେ ତୁରନ୍ତ ଏହାକୁ ନିୟନ୍ତ୍ରଣ କରିବା ପାଇଁ ୨୫ ଟି ଅଗ୍ନି ଟେଣ୍ଡର ଗାଡି ପଠାଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହେବାର ଖବର ନାହିଁ।

ଦିଲ୍ଲୀ ଅଗ୍ନିଶମ ସେବା ଡେପୁଟି ମୁଖ୍ୟ ଅଗ୍ନିଶମ ଅଧିକାରୀ ଏହି ଘଟଣା ସମ୍ପର୍କରେ ହିଛନ୍ତି ଯେ ୨୫ ଟି ଅଗ୍ନି ଟେଣ୍ଡର ଗାଡି ନିଆଁ ଲିଭାଇବାରେ ନିୟୋଜିତ ଥିଲା। ବହୁ ଚେଷ୍ଟା ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ଅଗ୍ନିଶମ କର୍ମଚାରୀମାନେ ତୃତୀୟ ମହଲାରୁ ବିଲଡିଂରେ ଫସି ରହିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ କାଢିଥିଲେ।

ଡେପୁଟି ଚିଫ୍ ଅଗ୍ନିଶମ ଅଧିକାରୀ ଏସ.କେ ଦୁଆ କହିଛନ୍ତି ଯେ ଗତକାଲି ରାତି ୧୧.୪୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ମୟୂର ବିହାର ଦ୍ୱିତୀୟ ପର୍ଯ୍ୟାୟରେ ଅବସ୍ଥିତ କାଫେ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା । ନିଆଁ ଲିଭାଇବା ସମୟରେ କିଛି କର୍ମଚାରୀ ଆହତ ହୋଇଥିଲେ। ଅଗ୍ନିଶମ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଲ୍ଡିଂରେ ଭେଣ୍ଟିଲେସନ୍ ସୁବିଧା ନ ଥିବାରୁ ନିଆଁ ବ୍ୟାପିଛି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।