ଦିଲ୍ଲୀର ୩ ମହିଳା ମୁଖ୍ୟମନ୍ତ୍ରୀ, କେତେ ଶିକ୍ଷିତ? ଜାଣନ୍ତୁ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା...
ନୂଆଦିଲ୍ଲୀ ୧୮।୦୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ସେ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଅଧିକାରିକ ଭାବେ ହୋଇଛି ଘୋଷଣା । ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ସେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟିର ହେବେ ପ୍ରଥମ ମହିଳା ସିଏମ୍ । ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ସୁଷମା ସ୍ୱରାଜ । ତାଙ୍କ ପରେ ଶୀଲା ଦୀକ୍ଷିତ୍ ଦିଲ୍ଲୀର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଜାଣନ୍ତି କି ଦିଲ୍ଲୀର ପୂର୍ବତନ ୨ ମହିଳା ମୁଖ୍ୟମନ୍ତ୍ରୀ ଏବଂ ଭବିଷ୍ୟତର ମୁଖ୍ୟମନ୍ତ୍ରୀ କେତେ ଶିକ୍ଷିତ ? ଆସନ୍ତୁ ଜାଣିବା...ସୁଷମା ସ୍ବରାଜଙ୍କ ପ୍ରାଥମିକ ଶିକ୍ଷା ଅମ୍ବାଲା କ୍ୟାଣ୍ଟର ସନାତନ ଧର୍ମ କଲେଜରୁ ହୋଇଥିଲା ଏବଂ ସେ ମଧ୍ୟ ଏହି କଲେଜରୁ ସ୍ନାତକ ହାସଲ କରିଥିଲେ। ସୁଷମା ସ୍ୱରାଜ ସଂସ୍କୃତ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଏବଂ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନରେ ଅଧ୍ୟୟନ କରିଥିଲେ। ସେହିପରି ଦିଲ୍ଲୀର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ନିଜର ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀର କନଭେଣ୍ଟ ଅଫ୍ ଜିସସ ଆଣ୍ଡ ମେରି ସ୍କୁଲରୁ ଶେଷ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସରୁ ଶୀଲା ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଆଉ ଏହି ସମୟରେ ସେ ରାଜନୀତିରେ କର
ନୂଆଦିଲ୍ଲୀ ୧୮।୦୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ସେ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଅଧିକାରିକ ଭାବେ ହୋଇଛି ଘୋଷଣା । ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ସେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟିର ହେବେ ପ୍ରଥମ ମହିଳା ସିଏମ୍ ।

ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ସୁଷମା ସ୍ୱରାଜ । ତାଙ୍କ ପରେ ଶୀଲା ଦୀକ୍ଷିତ୍ ଦିଲ୍ଲୀର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଜାଣନ୍ତି କି ଦିଲ୍ଲୀର ପୂର୍ବତନ ୨ ମହିଳା ମୁଖ୍ୟମନ୍ତ୍ରୀ ଏବଂ ଭବିଷ୍ୟତର ମୁଖ୍ୟମନ୍ତ୍ରୀ କେତେ ଶିକ୍ଷିତ ? ଆସନ୍ତୁ ଜାଣିବା...

ସୁଷମା ସ୍ବରାଜଙ୍କ ପ୍ରାଥମିକ ଶିକ୍ଷା ଅମ୍ବାଲା କ୍ୟାଣ୍ଟର ସନାତନ ଧର୍ମ କଲେଜରୁ ହୋଇଥିଲା ଏବଂ ସେ ମଧ୍ୟ ଏହି କଲେଜରୁ ସ୍ନାତକ ହାସଲ କରିଥିଲେ। ସୁଷମା ସ୍ୱରାଜ ସଂସ୍କୃତ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଏବଂ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନରେ ଅଧ୍ୟୟନ କରିଥିଲେ।

ସେହିପରି ଦିଲ୍ଲୀର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ନିଜର ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀର କନଭେଣ୍ଟ ଅଫ୍ ଜିସସ ଆଣ୍ଡ ମେରି ସ୍କୁଲରୁ ଶେଷ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସରୁ ଶୀଲା ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଆଉ ଏହି ସମୟରେ ସେ ରାଜନୀତିରେ କରିଥିଲେ ଏଣ୍ଟ୍ରି ।

ଏହାପଛକୁ ଅଛନ୍ତି ଦିଲ୍ଲୀର ଭବିଷ୍ୟତର ମୁଖ୍ୟମନ୍ତ୍ରୀ ଆତିଶୀ, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ଇତିହାସରେ ସ୍ନାତକ ହାସଲ କରିଛନ୍ତି। ଆତିଶୀ ବିଦେଶରୁ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି ।