ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟର ସବୁ ପଞ୍ଚାୟତରେ ହେବ…
ଭୁବନେଶ୍ୱର,୧୪।୧: ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର। ଆୟୁଷ୍କାନ ଆରୋଗ୍ୟ ମନ୍ଦିରରେ ANMଙ୍କ ସହ ହେଲଥ ୱାର୍କର ରହିବେ। ଯୋଗ ଶିକ୍ଷକ ମଧ୍ୟ ରହିବେ, ପୂର୍ଣ୍ଣ ଭିତ୍ତିଭୂମି ରହିବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ନିରନ୍ତର ଚିକିତ୍ସା ସୁବିଧା ମିଳିବ। ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଚିକିତ୍ସା ସୁବିଧା ପାଇବେ। ସାରା ଦେଶରେ ୨୯ […] The post ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟର ସବୁ ପଞ୍ଚାୟତରେ ହେବ… appeared first on Dharitri Odia News.
ଭୁବନେଶ୍ୱର,୧୪।୧: ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର। ଆୟୁଷ୍କାନ ଆରୋଗ୍ୟ ମନ୍ଦିରରେ ANMଙ୍କ ସହ ହେଲଥ ୱାର୍କର ରହିବେ। ଯୋଗ ଶିକ୍ଷକ ମଧ୍ୟ ରହିବେ, ପୂର୍ଣ୍ଣ ଭିତ୍ତିଭୂମି ରହିବ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ନିରନ୍ତର ଚିକିତ୍ସା ସୁବିଧା ମିଳିବ। ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଚିକିତ୍ସା ସୁବିଧା ପାଇବେ। ସାରା ଦେଶରେ ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ରହିଛି। ଆୟୁଷ୍ମାନ ଭାରତରେ ପୁରୁଷଙ୍କୁ ୫ ଓ ମହିଳାଙ୍କୁ ୧୦ ଲକ୍ଷର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳିଛି, ବିଗତ ଦିନରେ ବଞ୍ଚିତ ଥିଲେ।
The post ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟର ସବୁ ପଞ୍ଚାୟତରେ ହେବ… appeared first on Dharitri Odia News.