ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଦିଲ୍ଲୀ ଯିବେ ଆଇଜି ଏସ.ସାଇନି
ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା। ଘଟଣାକୁ ଗମ୍ଭୀରତାର ସହ ନେଲେ ମୁଖ୍ୟମନ୍ତ୍ରୀ।ତଦନ୍ତର ଅଗ୍ରଗତି ପାଇଁ ଦିଲ୍ଲୀ ଯିବେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜି ଏସ.ସାଇନି। ଏଥିପାଇଁ ଦିଲ୍ଲୀ ଯାଇ ତଦାରଖ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ପୀଡ଼ିତାଙ୍କୁ ଭେଟି ସମସ୍ତ ସହଯୋଗ କରିବେ ସାଇନି। ତଦନ୍ତ ନେଇ ମଧ୍ୟ ଦିଲ୍ଲୀ ପୋଲିସ ସହ କଥା ହେବେ। ଏହା ପୂର୍ବରୁ, ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି ପୋଲିସ ଡିଜି। ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସୂଚନା ଅନୁଯାୟୀ, ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି, ତାଙ୍କ ସ୍ବାସ୍ଥ୍ୟାଅବସ୍ଥା ସ୍ଥିର ରହିଛି । ପୀଡ଼ିତାଙ୍କୁ ନ୍ୟାୟ ଦେବାପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ସୂଚନାଥାଉକି, ଦେଶରେ ରାଜଧାନୀରେ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏମିତିକି ଦୁଷ୍କର୍ମ ପରେ ତାଙ୍କୁ ଏକ ଅଞ୍ଚଳରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ସେହି ରାସ୍ତା ଦେଇ ଯାଉଥିବା ସମୟରେ ଜଣେ ବ୍ୟକ୍ତି ମହିଳାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାକଡ଼ରେ ଅଚେତ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।
ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା। ଘଟଣାକୁ ଗମ୍ଭୀରତାର ସହ ନେଲେ ମୁଖ୍ୟମନ୍ତ୍ରୀ।ତଦନ୍ତର ଅଗ୍ରଗତି ପାଇଁ ଦିଲ୍ଲୀ ଯିବେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜି ଏସ.ସାଇନି। ଏଥିପାଇଁ ଦିଲ୍ଲୀ ଯାଇ ତଦାରଖ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ପୀଡ଼ିତାଙ୍କୁ ଭେଟି ସମସ୍ତ ସହଯୋଗ କରିବେ ସାଇନି। ତଦନ୍ତ ନେଇ ମଧ୍ୟ ଦିଲ୍ଲୀ ପୋଲିସ ସହ କଥା ହେବେ।
ଏହା ପୂର୍ବରୁ, ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି ପୋଲିସ ଡିଜି। ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସୂଚନା ଅନୁଯାୟୀ, ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି, ତାଙ୍କ ସ୍ବାସ୍ଥ୍ୟାଅବସ୍ଥା ସ୍ଥିର ରହିଛି । ପୀଡ଼ିତାଙ୍କୁ ନ୍ୟାୟ ଦେବାପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।
ସୂଚନାଥାଉକି, ଦେଶରେ ରାଜଧାନୀରେ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏମିତିକି ଦୁଷ୍କର୍ମ ପରେ ତାଙ୍କୁ ଏକ ଅଞ୍ଚଳରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ସେହି ରାସ୍ତା ଦେଇ ଯାଉଥିବା ସମୟରେ ଜଣେ ବ୍ୟକ୍ତି ମହିଳାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାକଡ଼ରେ ଅଚେତ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।