ଦିଲ୍ଲୀରେ ଗମ୍ଭୀର ସ୍ଥିତି; ୫୦୦ ଅଙ୍କ ଛୁଇଁଲା ଏୟାର କ୍ବାଲିଟି ଇଣ୍ଡେକ୍ସ, ଆଜିଠୁ ସମସ୍ତ ସ୍କୁଲ ବନ୍ଦ
ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ବାୟୁ ପ୍ରଦୂଷଣ ଚରମ ରୂପ ଧାରଣ କରିଛନ୍ତି । କୁହୁଡି ଏବଂ ବିଷାକ୍ତ ବାୟୁରେ ଧୂଆଁ ଧୂଆଁ ହୋଇଛି । ନିଶ୍ବାସ ନେବା ଦିଲ୍ଲୀବାସୀଙ୍କ ପକ୍ଷେ ମୁସ୍କିଲ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ବାୟୁ ଗୁଣବତା ଚରମସ୍ତରରେ ପହଞ୍ଚିଛି । ନଭେମ୍ବର ୧୯ ତାରିଖ ଅର୍ଥାତ୍ ମଙ୍ଗଳବାର ସକାଳୁ ଏୟାର କ୍ବାଲିଟି ଇଣ୍ଡେକ୍ସ ୫୦୦ ଅଙ୍କ ପାର୍ କରିଛି । ଫଳରେ ଏନସିଆରରେ ଲଗାତାର ସମସ୍ତ ଦିନରେ ବିଷାକ୍ତ ବାୟୁ ପ୍ରଦୂଷଣ ସହିତ ଘନ କୁହୁଡି ଦେଖିବାକୁ ମିଳିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଆନନ୍ଦ ବିହାର, ଅଶୋକ ବିହାର, ବଓ୍ବାନ, ଜାହାଙ୍ଗୀରପୁରୀ, ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ, ଏବଂ ଅନେକ ସ୍ଥାନରେ ବାୟୁ ଗୁଣବତା ସୂଚକାଙ୍କ ୫୦୦ ଅଙ୍କ ଛୁଇଁଛି । ଯାହାଫଳରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଚିନ୍ତା ବଢ଼ିଯାଇଛି । ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀରେ GRAP-4 ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆଜିଠୁ ସମସ୍ତ ସ୍କୁଲ ବନ୍ଦ କରାଯାଇଛି । ଦିଲ୍ଲୀ ୟୁନିଭର୍ସିଟିରେ ଅନଲାଇନ୍ ମୋଡରେ ଶିକ୍ଷାଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ବାୟୁ ପ୍ରଦୂଷଣ ନେଇ ସୋମବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ସୋମବାର ଦିଲ୍ଲୀ ବାୟୁ ପ୍ରଦୂଷଣ ସମସ୍ତ ସୀ
ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ବାୟୁ ପ୍ରଦୂଷଣ ଚରମ ରୂପ ଧାରଣ କରିଛନ୍ତି । କୁହୁଡି ଏବଂ ବିଷାକ୍ତ ବାୟୁରେ ଧୂଆଁ ଧୂଆଁ ହୋଇଛି । ନିଶ୍ବାସ ନେବା ଦିଲ୍ଲୀବାସୀଙ୍କ ପକ୍ଷେ ମୁସ୍କିଲ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ବାୟୁ ଗୁଣବତା ଚରମସ୍ତରରେ ପହଞ୍ଚିଛି । ନଭେମ୍ବର ୧୯ ତାରିଖ ଅର୍ଥାତ୍ ମଙ୍ଗଳବାର ସକାଳୁ ଏୟାର କ୍ବାଲିଟି ଇଣ୍ଡେକ୍ସ ୫୦୦ ଅଙ୍କ ପାର୍ କରିଛି । ଫଳରେ ଏନସିଆରରେ ଲଗାତାର ସମସ୍ତ ଦିନରେ ବିଷାକ୍ତ ବାୟୁ ପ୍ରଦୂଷଣ ସହିତ ଘନ କୁହୁଡି ଦେଖିବାକୁ ମିଳିଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଆନନ୍ଦ ବିହାର, ଅଶୋକ ବିହାର, ବଓ୍ବାନ, ଜାହାଙ୍ଗୀରପୁରୀ, ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ, ଏବଂ ଅନେକ ସ୍ଥାନରେ ବାୟୁ ଗୁଣବତା ସୂଚକାଙ୍କ ୫୦୦ ଅଙ୍କ ଛୁଇଁଛି । ଯାହାଫଳରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଚିନ୍ତା ବଢ଼ିଯାଇଛି । ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀରେ GRAP-4 ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆଜିଠୁ ସମସ୍ତ ସ୍କୁଲ ବନ୍ଦ କରାଯାଇଛି । ଦିଲ୍ଲୀ ୟୁନିଭର୍ସିଟିରେ ଅନଲାଇନ୍ ମୋଡରେ ଶିକ୍ଷାଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ବାୟୁ ପ୍ରଦୂଷଣ ନେଇ ସୋମବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ।
ସୋମବାର ଦିଲ୍ଲୀ ବାୟୁ ପ୍ରଦୂଷଣ ସମସ୍ତ ସୀମା ପାର କରିଛି । ଗତ ୫ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗି ଦେଇଛି । ଏୟାର କ୍ବାଲିଟି ଇଣ୍ଡେକ୍ସ ୪୯୪ ଅଙ୍କ ଛୁଇଁଛି । କିଛି ସ୍ଥାନରେ ପ୍ରଦୂଷଣ ମାତ୍ରା ୫୦୦ ପାର୍ କରିବା ସହିତ ଧୂଳିକଣା ପିଏମ-୧୦ ଏବଂ ପିଏମ୍-୨.୫ ରହିଛି । ଫଳରେ ଲୋକଙ୍କୁ ନିଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହେବା ସହିତ ଆଖି ଜଳାପୋଡ଼ା ହେଉଥିବା ଅଭିଯୋଗ ହୋଇଛି ।
ପ୍ରଦୂଷଣ ଏବଂ ଘନ କୁହୁଡି ପାଇଁ ଦୃଶ୍ୟମାନ ମଧ୍ୟ ହ୍ରାସ ପାଇଛି । ଫଳରେ ଦିଲ୍ଲୀ ଏୟାରପୋର୍ଟରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୧୮୦ ଫ୍ଲାଇଟ୍ ବିଳମ୍ବରେ ଉଡ଼ାଣ ଭରିଛି । ୧୫ ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଛି ।