ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ବିଲ୍ଡିଂକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଦିଲ୍ଲୀରେ ସ୍କୁଲଗୁଡ଼ିକ ପରେ ଏବେ ଗୃହ ମନ୍ତ୍ରଣାଳୟର ବିଲ୍ଡିଂକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ଦିଆଯାଇଛି । ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଏହି ଇ-ମେଲ୍‌ ମିଳିଥିବା ସୂଚନା ରହିଛି । କୁହାଯାଉଛି ଯେ ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଇମେଲ୍‌ ଆସିଥିଲା । ଏହାପରେ ତୁରନ୍ତ ପୋଲିସ ଏବଂ […] The post ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ବିଲ୍ଡିଂକୁ ବୋମାରେ ଉଡ଼ାଇ ଦେବାକୁ ଧମକ appeared first on KNews Odisha.

ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ବିଲ୍ଡିଂକୁ ବୋମାରେ ଉଡ଼ାଇ ଦେବାକୁ ଧମକ
build

ଦିଲ୍ଲୀରେ ସ୍କୁଲଗୁଡ଼ିକ ପରେ ଏବେ ଗୃହ ମନ୍ତ୍ରଣାଳୟର ବିଲ୍ଡିଂକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ଦିଆଯାଇଛି । ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଏହି ଇ-ମେଲ୍‌ ମିଳିଥିବା ସୂଚନା ରହିଛି ।

କୁହାଯାଉଛି ଯେ ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଇମେଲ୍‌ ଆସିଥିଲା । ଏହାପରେ ତୁରନ୍ତ ପୋଲିସ ଏବଂ ସୁରକ୍ଷା କର୍ମୀମାନେ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରିଥିଲେ । ଯଦିଓ କିଛି ବି ସନ୍ଦେହଜନକ ଜିନିଷ ମିଳିନାହିଁ । ଏହାପରେ ଦିଲ୍ଲୀ ପୋଲିସ ଏହି ଧମକପୂର୍ଣ୍ଣ ଇମେଲ୍‌କୁ ଫେକ୍‌ ବୋଲି କହିଛି ।

ଏହିପରି କିଛି ଦିନ ତଳେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ବୋମା ଧମକ ମିଳିଥିଲା । ଏହାକୁ ନେଇ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଥିଲା । ଦିଲ୍ଲୀ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସେମାନଙ୍କୁ ବିଭିନ୍ନ ହସ୍ପିଟାଲରୁ ବୋମା ଧମକ ନେଇ ଇମେଲ ମିଳିଥିଲା । ଏହି ହସ୍ପିଟାଲଗୁଡ଼ିକ ମଧ୍ୟରେ ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ (ଜନକପୁରୀ), ହେଡ୍‌ଗେଓ୍ଵାର ହସ୍ପିଟାଲ, ଦୀପଚନ୍ଦ୍ର ବନ୍ଧୁ ହସ୍ପିଟାଲ ଆଦି ଅନ୍ତର୍ଭୁକ୍ତ । ବୋମା ଧମକର ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ସମସ୍ତ କଲ୍ ଯାଞ୍ଚ କରିଥିଲା ।

ବୁରାଡ଼ି ହସ୍ପିଟାଲ, ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଉଭୟ ହସ୍ପିଟାଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ବୋମା ଓ ଡଗ୍‌ ସ୍କ୍ଵାଡ୍‌ ସହାୟତାରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସିଭିକ୍‌ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ତେବେ ପରିସରରୁ କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା ।

ଏହା ପୂର୍ବରୁ ଦିଲ୍ଲୀର ତିହାର ଜେଲ୍‌, ବିମାନବନ୍ଦର ଏବଂ ବିଭିନ୍ନ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଇମେଲ୍‌ ଜରିଆରେ ଏହି ଧମକ ମିଳିଥିଲା । କିନ୍ତୁ ଖୋଜାଖୋଜିରେ କୌଣସି ବି ବିସ୍ଫୋରକ ସାମଗ୍ରୀ ମିଳି ନ ଥିଲା । ସୁରକ୍ଷା ବାହିନୀର ସହାୟତାରେ ସମସ୍ତ ବିଦ୍ୟାଳୟକୁ ଖାଲି କରାଯାଇ ପିଲାମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିଲା । ପରେ ମେଲିଂ ଠିକଣାର ତଦନ୍ତ ଆରମ୍ଭ କରାଯାଇଥିଲା । ପୋଲିସ ଏହି ମାମଲାରେ କୌଣସି ତଥ୍ୟ ପାଇ ନ ଥିଲା ।

The post ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ବିଲ୍ଡିଂକୁ ବୋମାରେ ଉଡ଼ାଇ ଦେବାକୁ ଧମକ appeared first on KNews Odisha.