ଦିଲ୍ଲୀରେ ଚମକିଲେ କଳାହାଣ୍ଡିର ବୋହୂ
ଭବାନୀପାଟଣା,୭।୧(ଉତ୍ତମ କୁମାର ଦାଶ): ନୂଆଦିଲ୍ଲୀରେ ଦିକେ ପ୍ରେଜେଣ୍ଟସ ଦ୍ୱାରା ଆୟୋଜିତ ହୋଇଥିବା ପ୍ରାଇଡ଼ ଅଫ ଇଣ୍ଡିଆ ପ୍ରତିଯୋଗିତାରେ ଭବାନୀପାଟଣା ସହରର ପି.ଲକ୍ଷ୍ମୀ ରାଇଜିଂ ଷ୍ଟାର ବିଜେତା ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି। ୧୯୮୪ରେ ଭବାନୀପାଟଣା ମନ୍ଦାରବଗିଚା ପଡ଼ାରେ ଜନ୍ମ ହୋଇଥିଲେ। ପରେ ଭବାନୀପାଟଣା ଦର୍ପଣସାଗର ପଡ଼ାର ପି. ଗୌରୀ ଶଙ୍କର ଆଚାରୀଙ୍କ ସହ ତାଙ୍କର ବାହାଘର ହେଇଥିଲା। ଛୋଟବେଳୁ ସେ ଅଭିନେତ୍ରୀ ହେବାର ଇଚ୍ଛା ଥିଲେ ବି କମ ବୟସରେ ବିବାହ ହେଇଥିବାରୁ ତାଙ୍କ ସ୍ବପ୍ନ […] The post ଦିଲ୍ଲୀରେ ଚମକିଲେ କଳାହାଣ୍ଡିର ବୋହୂ appeared first on Dharitri Odia News.
ଭବାନୀପାଟଣା,୭।୧(ଉତ୍ତମ କୁମାର ଦାଶ): ନୂଆଦିଲ୍ଲୀରେ ଦିକେ ପ୍ରେଜେଣ୍ଟସ ଦ୍ୱାରା ଆୟୋଜିତ ହୋଇଥିବା ପ୍ରାଇଡ଼ ଅଫ ଇଣ୍ଡିଆ ପ୍ରତିଯୋଗିତାରେ ଭବାନୀପାଟଣା ସହରର ପି.ଲକ୍ଷ୍ମୀ ରାଇଜିଂ ଷ୍ଟାର ବିଜେତା ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି।
୧୯୮୪ରେ ଭବାନୀପାଟଣା ମନ୍ଦାରବଗିଚା ପଡ଼ାରେ ଜନ୍ମ ହୋଇଥିଲେ। ପରେ ଭବାନୀପାଟଣା ଦର୍ପଣସାଗର ପଡ଼ାର ପି. ଗୌରୀ ଶଙ୍କର ଆଚାରୀଙ୍କ ସହ ତାଙ୍କର ବାହାଘର ହେଇଥିଲା। ଛୋଟବେଳୁ ସେ ଅଭିନେତ୍ରୀ ହେବାର ଇଚ୍ଛା ଥିଲେ ବି କମ ବୟସରେ ବିବାହ ହେଇଥିବାରୁ ତାଙ୍କ ସ୍ବପ୍ନ ପୂରଣ କରିପାରି ନ ଥିଲେ।
ବର୍ତ୍ତମାନ ସ୍ବାମୀ ଓ ଦୁଇ ପୁଅ ଝିଅଙ୍କଠାରୁ ପ୍ରେରଣା ପାଇ ସେ ପୁଣିଥରେ ୟୁଟ୍ୟୁବରେ ଲକ୍ଷ୍ମୀ କିଚେନ ନାମରେ ଏକ ଚ୍ୟାନେଲ ଖୋଲି ନିଜ ରୋଷେଇ ଭିଡିଓ ଅପଲୋଡ଼ କରିଥିଲେ । ପରେ ଇନଷ୍ଟାଗ୍ରାମରେ ବିଭିନ୍ନ ପ୍ରକାର ରିଲ ତିଆରି କରି ଅପଲୋଡ କରିଥିଲେ। ସେଠାରୁ ସେ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆବେଦନ କରି ଚୟନ ହୋଇଥିଲେ। ପରେ ଦିଲ୍ଲୀ ଯାଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପରେ ସେ ବିଜେତା ହେଇଥିଲେ। ଏହି ସଫଳତା ନେଇ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
The post ଦିଲ୍ଲୀରେ ଚମକିଲେ କଳାହାଣ୍ଡିର ବୋହୂ appeared first on Dharitri Odia News.