ଦିଲ୍ଲୀରେ ଜେଏନ୍‌.୧ର ୨୪ ମାମଲା ରେକର୍ଡ

ନୂଆଦିଲ୍ଲୀ,୮।୧: ଜାତୀୟ ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -୧୯ ସବ ଭାରିଆଣ୍ଟ ଜେଏନ୍‌.୧ର ୨୪ଟି ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ତିନିଜଣ ଆକ୍ରାନ୍ତ ଦିଲ୍ଲୀ ବାହାରେ ରହୁଛନ୍ତି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଆକ୍ରାନ୍ତ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିବାରୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ଜଣେ ଅଧିକାରୀ କହିଛନ୍ତି, ଜେଏନ୍‌.୧ ସବ-ଭାରିଆଣ୍ଟର ପ୍ରଥମ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ କିଛି ଦିନ […] The post ଦିଲ୍ଲୀରେ ଜେଏନ୍‌.୧ର ୨୪ ମାମଲା ରେକର୍ଡ appeared first on Dharitri Odia News.

ଦିଲ୍ଲୀରେ ଜେଏନ୍‌.୧ର ୨୪ ମାମଲା ରେକର୍ଡ

ନୂଆଦିଲ୍ଲୀ,୮।୧: ଜାତୀୟ ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -୧୯ ସବ ଭାରିଆଣ୍ଟ ଜେଏନ୍‌.୧ର ୨୪ଟି ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ତିନିଜଣ ଆକ୍ରାନ୍ତ ଦିଲ୍ଲୀ ବାହାରେ ରହୁଛନ୍ତି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଆକ୍ରାନ୍ତ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିବାରୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ।

ଜଣେ ଅଧିକାରୀ କହିଛନ୍ତି, ଜେଏନ୍‌.୧ ସବ-ଭାରିଆଣ୍ଟର ପ୍ରଥମ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ କିଛି ଦିନ ମଧ୍ୟରେ ସଂକ୍ରମଣରୁ ସୁସ୍ଥ ହୋଇଥିଲେ। ଦିଲ୍ଲୀ ବାହାରେ ଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ନିଶ୍ଚିତ ହୋଇଥିଲା। ଅଦ୍ୟାବଧି ଅଧିକାଂଶ ଆକ୍ରାନ୍ତ ଘରେ ଆଇସୋଲେଶନରେ ରହି ସୁସ୍ଥ ହୋଇଯାଇଛନ୍ତି। ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀରେ ଜେଏନ୍‌.୧ର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା।

The post ଦିଲ୍ଲୀରେ ଜେଏନ୍‌.୧ର ୨୪ ମାମଲା ରେକର୍ଡ appeared first on Dharitri Odia News.