ଦିଲ୍ଲୀରେ ନିଜ ରାସ୍ତା ଅଲଗା କଲା ଆପ୍, ପରାଜୟ ପରେ କଂଗ୍ରେସର ହାତ ଛାଡ଼ିଲା
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଦିଲ୍ଲୀର ସମସ୍ତ ସାତ ଆସନରେ ହାରିବା ପରେ କଂଗ୍ରେସ ସହ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଛି । ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଗୋପାଳ ରାୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଗୁରୁବାର ବୈଠକ ପରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସହ ମେଣ୍ଟ ଲୋକସଭା ନିର୍ବାଚନ ପାଇଁ ହିଁ ଥିଲା, ବିଧାନସଭା ନିର୍ବାଚନରେ ପାର୍ଟି ଏକାକୀ ଲଢିବାକୁ ଯାଉଛି ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପାର୍ଟିର ବରିଷ୍ଠ ନେତା ଏବଂ ସମସ୍ତ ବିଧାୟକଙ୍କ ବୈଠକ ହୋଇଥିଲା । ଏଥିରେ ଲୋକସଭା ନିର୍ବାଚନରେ ମିଳିଥିବା ପରାଜୟ ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଥିଲା । ବୈଠକ ପରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଗୋପାଳ ରାୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ବିଧାନସଭା ନିର୍ବାଚନରେ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।ଗୋପାଳ ରାୟ କହିଛନ୍ତି, 'ପୂର୍ବରୁ ସ୍ପଷ୍ଟ ଯେ ଏହି ମେଣ୍ଟ ଲୋକସଭା ନିର୍ବାଚନ ପାଇଁ ଥିଲା । ଲୋକସଭା ନିର୍ବାଚନ ଆମେ ମିଳିତ ଭାବେ ଲଢିଲୁ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କୌଣସି ମେଣ୍ଟ ନାହିଁ । ଦିଲ୍ଲୀ ଭିତରେ ଦିଲ୍ଲୀର ଜନତାଙ୍କ ସହ ମିଶି ଆମେ ଏହି ଲଢେଇ ଲଢିବୁ ଏବଂ ଜିତିବୁ ।'ଉଲ୍ଲେଖଯୋଗ୍ୟ ଯେ ଆମ ଆଦମୀ ପାର୍ଟି ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟରେ ସାମିଲ ଥିଲା । ପାର୍ଟିର ଦିଲ୍ଲୀର ସାତ ଲୋକସଭା ଆସନରେ କଂଗ୍
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଦିଲ୍ଲୀର ସମସ୍ତ ସାତ ଆସନରେ ହାରିବା ପରେ କଂଗ୍ରେସ ସହ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଛି । ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଗୋପାଳ ରାୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଗୁରୁବାର ବୈଠକ ପରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସହ ମେଣ୍ଟ ଲୋକସଭା ନିର୍ବାଚନ ପାଇଁ ହିଁ ଥିଲା, ବିଧାନସଭା ନିର୍ବାଚନରେ ପାର୍ଟି ଏକାକୀ ଲଢିବାକୁ ଯାଉଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପାର୍ଟିର ବରିଷ୍ଠ ନେତା ଏବଂ ସମସ୍ତ ବିଧାୟକଙ୍କ ବୈଠକ ହୋଇଥିଲା । ଏଥିରେ ଲୋକସଭା ନିର୍ବାଚନରେ ମିଳିଥିବା ପରାଜୟ ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଥିଲା । ବୈଠକ ପରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଗୋପାଳ ରାୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ବିଧାନସଭା ନିର୍ବାଚନରେ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।
ଗୋପାଳ ରାୟ କହିଛନ୍ତି, 'ପୂର୍ବରୁ ସ୍ପଷ୍ଟ ଯେ ଏହି ମେଣ୍ଟ ଲୋକସଭା ନିର୍ବାଚନ ପାଇଁ ଥିଲା । ଲୋକସଭା ନିର୍ବାଚନ ଆମେ ମିଳିତ ଭାବେ ଲଢିଲୁ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କୌଣସି ମେଣ୍ଟ ନାହିଁ । ଦିଲ୍ଲୀ ଭିତରେ ଦିଲ୍ଲୀର ଜନତାଙ୍କ ସହ ମିଶି ଆମେ ଏହି ଲଢେଇ ଲଢିବୁ ଏବଂ ଜିତିବୁ ।'
ଉଲ୍ଲେଖଯୋଗ୍ୟ ଯେ ଆମ ଆଦମୀ ପାର୍ଟି ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟରେ ସାମିଲ ଥିଲା । ପାର୍ଟିର ଦିଲ୍ଲୀର ସାତ ଲୋକସଭା ଆସନରେ କଂଗ୍ରେସ ସହ ମେଣ୍ଟ କରି ବିଜେପି ସାମନାରେ ମୈଦାନକୁ ଓହ୍ଲାଇଥିଲା । ଚାରି ଆସନରେ ଆପ୍ ଏବଂ ତିନି ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲା । ତେବେ ସମସ୍ତ ସାତ ଆସନରେ ମେଣ୍ଟ ପରାଜୟ ସାମନା କରିଥିଲା । ଏବେ ପରିଣାମ ଆସିବାର ତିନି ଦିନ ପରେ ଆପରେ ନିଜ ରାସ୍ତା ଅଲଗା ବୋଲି ଘୋଷଣା କରିଛି ।