ଦିଲ୍ଲୀରେ ବିଜେପି ର ବାଜିମାତ,ହାରିଲେ କେଜ୍ରିୱାଲ,ମନୀଷ ସିସୋଦିଆ
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବାଜିମାତ । ଆମ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍କା। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ପରାସ୍ତ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ମନୀଷ ସିସୋଦିଆ ଜଙ୍ଗପୁରା ବିଧାନସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଭାଜପା ପ୍ରାର୍ଥୀ ତରବିନ୍ଦର ସିଂହ ମାରୱାହ ତାଙ୍କୁ ପରାସ୍ତ କରିଛନ୍ତି। ପ୍ରଥମଥର ପାଇଁ ଏହି ଆସନରୁ ମନୀଷ ସିସୋଦିଆ ପ୍ରାର୍ଥୀ ହୋଇଥିଲେ । ହେଲେ ଏହାପୂର୍ବରୁ ସେ ପଟପଡଗଞ୍ଜରୁ […]

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବାଜିମାତ । ଆମ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍କା। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ପରାସ୍ତ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ମନୀଷ ସିସୋଦିଆ ଜଙ୍ଗପୁରା ବିଧାନସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଭାଜପା ପ୍ରାର୍ଥୀ ତରବିନ୍ଦର ସିଂହ ମାରୱାହ ତାଙ୍କୁ ପରାସ୍ତ କରିଛନ୍ତି। ପ୍ରଥମଥର ପାଇଁ ଏହି ଆସନରୁ ମନୀଷ ସିସୋଦିଆ ପ୍ରାର୍ଥୀ ହୋଇଥିଲେ । ହେଲେ ଏହାପୂର୍ବରୁ ସେ ପଟପଡଗଞ୍ଜରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏବେ ଏହି ଆସନରେ ଆପ ଅବଧ ଓଝାଙ୍କୁ ପ୍ରାର୍ଥୀ କରିଛି । ଆମ ଆଦମୀ ପାର୍ଟି (ଆପ) କେବଳ ଦିଲ୍ଲୀରେ କ୍ଷମତା ହରାଇନାହିଁ, ବରଂ ଏହାର ପ୍ରମୁଖ ନେତାମାନେ ମଧ୍ୟ ପରାଜୟର ସମ୍ମୁଖୀନ ହେଉଛନ୍ତି।
ସେହିପରି ,ଦିଲ୍ଳୀ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ। ସେ ଦିଲ୍ଳୀ ସିଟ୍ ରୁ ପରାଜୟ ବରଣ କରିଛନ୍ତି। ଏହି ସିଟ୍ ରୁ ବିଜେପି ପ୍ରାର୍ଥି ପରବେଶ ବର୍ମା ବିଜୟ ଲାଭ କରିଛନ୍ତି ।
ଅନ୍ୟପଟେ ନୂଆଦିଲ୍ଲୀ କାଲକାଜି ଆସନରେ ଆତିଶୀ ବିଜେପିର ରମେଶ ବିଧୁରିଙ୍କୁ ପରାସ୍ତ କରି ବିଜୟଲାଭ କରିଛନ୍ତି ।