ଦିଲ୍ଲୀରେ ବିଜେପିକୁ FIR-FIR ଖେଳିବାକୁ ଭୋଟ ଦେଇ ନାହାନ୍ତି ଲୋକେ : କେଜରିୱାଲ

ନୂଆଦିଲ୍ଲୀ ୨୯।୬: ଆମ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ଦିଲ୍ଲୀର ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି।  ୨୫ ବର୍ଷ ପରେ କ୍ଷମତା ଫେରି ପାଇଥିଲେ ମଧ୍ୟ ବିଜେପି ଲୋକଙ୍କ ଲାଗି କାମ କରୁନଥିବା କେଜରିୱାଲ ଅଭିଯୋଗ କରିଛନ୍ତି। କେଜରିୱାଲ କହିଛନ୍ତି ଯେ ବିଜେପି ଗତ ୨୫ ବର୍ଷ ହେଲା ଆମକୁ ଗାଳି କରିଆସୁଥିଲା। ଏବେ ଯେତେବେଳେ ଲୋକେ ଭୋଟ ଦେଇ ସରକାରକୁ ଆଣିଲେ ତାଙ୍କର କିଛି କାମ ହେଉନି। କେଜିରୱାଲ କହିଛନ୍ତି ଯେ ତୁମେ କାଳେ କାମ କରିବ ବୋଲି ଲୋକେ ତୁମକୁ ଭୋଟ ଦେଇଥିଲେ, ଏଫଆଇଆର-ଏଫଆଇର ଖେଳ ଖେଳିବାକୁ ନୁହେଁ। ହେଲେ ତୁମେ ସରକାରକୁ ଆସିବା ପରେ ଖେଳ ଆରମ୍ଭ କରିଦେଇଛ। କେଜରିୱାଲ କହିଛନ୍ତି ଯେ ସରକାର ଚଳାଇବା ଏମାନଙ୍କ ଇଛା ନୁହେଁ, ସେମାନଙ୍କ ଲୁଟ ଆରମ୍ଭ ହୋଇଯାଇଛି। କେଜରିୱାଲ କହିଛନ୍ତି ଯେ ଏମାନେ ଗତ ୨୫ ବର୍ଷ ହେଲା କେବଳ ଗାଳି କରିଆସୁଥିଲେ। ହେଲେ ମଝିରେ ୧୦ ବର୍ଷ ଚୁପ୍ ହୋଇ ଯାଇଥିଲେ। ଏଣୁ ଯଦି ଏହି ହାଲ ରହିଲା ଏହି ୫ ବର୍ଷ ପରେ ବିଜେପି ପୁଣି ଶାଶନରୁ ବେଦଖଲ ହୋଇଯିବ। ଆମ ଆଦମୀ ପାର୍ଟି ରବିବାର ଜନ୍ତରମନ୍ତରରେ ଦିଲ୍ଲୀ ବସ୍ତିଭଙ୍ଗାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏଥିରେ ପାର୍ଟି ସଂଯୋଜକ ଯୋଗ ଦେଇଥିବା ବେଳେ ଜନସଭାକୁ ସମ୍ବୋଧିତ କରି ବିଜେପି ଉପରେ ଖୁବ୍ ବର୍ଷିଛନ୍ତି। ଏଥିରେ ବିଜେପି ସରକାର ଦ୍ୱାରା ଆପ ନେତାଙ୍କ ବିରୋଧରେ ରୁଜୁ ହେଉଥିବା ଏଫଆଇଆରକୁ ନେଇ ମଧ୍ୟ ଗର୍ଜ

ଦିଲ୍ଲୀରେ ବିଜେପିକୁ FIR-FIR ଖେଳିବାକୁ ଭୋଟ ଦେଇ ନାହାନ୍ତି ଲୋକେ : କେଜରିୱାଲ

ନୂଆଦିଲ୍ଲୀ ୨୯।୬: ଆମ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ଦିଲ୍ଲୀର ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି।  ୨୫ ବର୍ଷ ପରେ କ୍ଷମତା ଫେରି ପାଇଥିଲେ ମଧ୍ୟ ବିଜେପି ଲୋକଙ୍କ ଲାଗି କାମ କରୁନଥିବା କେଜରିୱାଲ ଅଭିଯୋଗ କରିଛନ୍ତି। କେଜରିୱାଲ କହିଛନ୍ତି ଯେ ବିଜେପି ଗତ ୨୫ ବର୍ଷ ହେଲା ଆମକୁ ଗାଳି କରିଆସୁଥିଲା। ଏବେ ଯେତେବେଳେ ଲୋକେ ଭୋଟ ଦେଇ ସରକାରକୁ ଆଣିଲେ ତାଙ୍କର କିଛି କାମ ହେଉନି। 

କେଜିରୱାଲ କହିଛନ୍ତି ଯେ ତୁମେ କାଳେ କାମ କରିବ ବୋଲି ଲୋକେ ତୁମକୁ ଭୋଟ ଦେଇଥିଲେ, ଏଫଆଇଆର-ଏଫଆଇର ଖେଳ ଖେଳିବାକୁ ନୁହେଁ। ହେଲେ ତୁମେ ସରକାରକୁ ଆସିବା ପରେ ଖେଳ ଆରମ୍ଭ କରିଦେଇଛ। କେଜରିୱାଲ କହିଛନ୍ତି ଯେ ସରକାର ଚଳାଇବା ଏମାନଙ୍କ ଇଛା ନୁହେଁ, ସେମାନଙ୍କ ଲୁଟ ଆରମ୍ଭ ହୋଇଯାଇଛି। କେଜରିୱାଲ କହିଛନ୍ତି ଯେ ଏମାନେ ଗତ ୨୫ ବର୍ଷ ହେଲା କେବଳ ଗାଳି କରିଆସୁଥିଲେ। ହେଲେ ମଝିରେ ୧୦ ବର୍ଷ ଚୁପ୍ ହୋଇ ଯାଇଥିଲେ। 

ଏଣୁ ଯଦି ଏହି ହାଲ ରହିଲା ଏହି ୫ ବର୍ଷ ପରେ ବିଜେପି ପୁଣି ଶାଶନରୁ ବେଦଖଲ ହୋଇଯିବ। ଆମ ଆଦମୀ ପାର୍ଟି ରବିବାର ଜନ୍ତରମନ୍ତରରେ ଦିଲ୍ଲୀ ବସ୍ତିଭଙ୍ଗାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏଥିରେ ପାର୍ଟି ସଂଯୋଜକ ଯୋଗ ଦେଇଥିବା ବେଳେ ଜନସଭାକୁ ସମ୍ବୋଧିତ କରି ବିଜେପି ଉପରେ ଖୁବ୍ ବର୍ଷିଛନ୍ତି। ଏଥିରେ ବିଜେପି ସରକାର ଦ୍ୱାରା ଆପ ନେତାଙ୍କ ବିରୋଧରେ ରୁଜୁ ହେଉଥିବା ଏଫଆଇଆରକୁ ନେଇ ମଧ୍ୟ ଗର୍ଜିଛନ୍ତି ।