ଦିଲ୍ଲୀରେ ଭୂ୍କମ୍ପ ଝଟ୍କା
ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ଆଫଗାନିସ୍ତାନରେ ଆଜି ଭୂକମ୍ପ ହୋଇଥିବାବେଳେ ଏହାର ପ୍ରଭାବ ଦିଲ୍ଲୀ ଏନ୍ସିଆରକୁ ଦୋହଲାଇ ଦେଇଛି। ରିଚର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ ହୋଇଥିବା ଜଣାପଡ଼ିଛି। ଆଫଗାନିସ୍ତାନ ସମୟ ଅନୁଯାୟୀ ପୂର୍ବାହ୍ନ ୧୧ଟା ୨୬ରେ ଏହି ଭୂକମ୍ପ ହୋଇଥିଲା।ଦିଲ୍ଲୀ, ଦିଲ୍ଲୀ ଏନ୍ସିଆର୍, ନଏଡା, ଗାଜିଆବାଦରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଫଳରେ ଲୋକ ଭୟରେ ଘରୁ ବାହାରକୁ ଚାଲି ଆସିଛନ୍ତି।