ଦିଲ୍ଲୀରେ ଭ୍ରଷ୍ଟାଚାର ମାମଲାର ଯାଞ୍ଚ ଲାଗି SIT ଗଠନ କରିବେ ବିଜେପି ସରକାର
ନୂଆଦିଲ୍ଲୀ ୯।୨: ଦିଲ୍ଲୀରେ ୨୭ ବର୍ଷ ପରେ ପୁଣି ସରକାର କରିବାର ସୁଯୋଗ ପାଇଥିବା ବିଜେପି ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ଦୁର୍ନୀତି ମାମଲାଗୁଡିକର ତଦନ୍ତ ନିମନ୍ତେ ବିଶେଷ ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚ୍ଚଦେବା କହିଛନ୍ତି ପାର୍ଟି ଭ୍ରଷ୍ଟାଚାରକୁ ନେଇ ‘ଜିରୋ ଟୋଲେରାନ୍ସ’ ନୀତି ରଖୁଛି ଓ ଦୁର୍ନୀତିରେ ସାମିଲ ଲୋକଙ୍କୁ ଉତ୍ତରଦାୟୀ କରିବ। ସଚ୍ଚଦେବା ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର କହିଛନ୍ତି ଓ ଆମେ ବି କହିଛୁ କ୍ୟାବିନେଟର ପ୍ରଥମ ବୈଠକରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯିବ। ଆମେ ଦୁର୍ନୀତିର ସବୁ ମାମଲା ତଦନ୍ତ ନିମନ୍ତେ ଏସଆଇଟି ମଧ୍ୟ ଗଠନ କରିବୁ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ୪୮ଟି ଆସନ ଜିତି ସ୍ପଷ୍ଟ ବହୁମତ ହାସିଲ କରିଥିବାରୁ ସଚ୍ଚଦେବା ଏଥି ପାଇଁ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ଭୋଟର ବିକାଶ ନିମନ୍ତେ ବିଜେପିକୁ ସମର୍ଥନ କରିଛନ୍ତି ତଥା ମୋଦିଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ବ୍ୟକ୍ତ କରିଛନ୍ତି। କଂଗ୍ରେସର ଲଗାତାର ତୃତୀୟବାର ହାର ନେଇ ସଚ୍ଚଦେବା କହିଛନ୍ତି ଯେ ଐତିହାସିକ ଗୁରୁତ୍ୱପୂପର୍ଣ୍ଣ ପାର୍ଟି ହୋଇ ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଏଣୁ କଂଗ୍
ନୂଆଦିଲ୍ଲୀ ୯।୨: ଦିଲ୍ଲୀରେ ୨୭ ବର୍ଷ ପରେ ପୁଣି ସରକାର କରିବାର ସୁଯୋଗ ପାଇଥିବା ବିଜେପି ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ଦୁର୍ନୀତି ମାମଲାଗୁଡିକର ତଦନ୍ତ ନିମନ୍ତେ ବିଶେଷ ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚ୍ଚଦେବା କହିଛନ୍ତି ପାର୍ଟି ଭ୍ରଷ୍ଟାଚାରକୁ ନେଇ ‘ଜିରୋ ଟୋଲେରାନ୍ସ’ ନୀତି ରଖୁଛି ଓ ଦୁର୍ନୀତିରେ ସାମିଲ ଲୋକଙ୍କୁ ଉତ୍ତରଦାୟୀ କରିବ।
ସଚ୍ଚଦେବା ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର କହିଛନ୍ତି ଓ ଆମେ ବି କହିଛୁ କ୍ୟାବିନେଟର ପ୍ରଥମ ବୈଠକରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯିବ। ଆମେ ଦୁର୍ନୀତିର ସବୁ ମାମଲା ତଦନ୍ତ ନିମନ୍ତେ ଏସଆଇଟି ମଧ୍ୟ ଗଠନ କରିବୁ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ୪୮ଟି ଆସନ ଜିତି ସ୍ପଷ୍ଟ ବହୁମତ ହାସିଲ କରିଥିବାରୁ ସଚ୍ଚଦେବା ଏଥି ପାଇଁ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ ଦେଇଛନ୍ତି।
ସେ କହିଛନ୍ତି ଯେ ଦିଲ୍ଲୀରେ ଭୋଟର ବିକାଶ ନିମନ୍ତେ ବିଜେପିକୁ ସମର୍ଥନ କରିଛନ୍ତି ତଥା ମୋଦିଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ବ୍ୟକ୍ତ କରିଛନ୍ତି। କଂଗ୍ରେସର ଲଗାତାର ତୃତୀୟବାର ହାର ନେଇ ସଚ୍ଚଦେବା କହିଛନ୍ତି ଯେ ଐତିହାସିକ ଗୁରୁତ୍ୱପୂପର୍ଣ୍ଣ ପାର୍ଟି ହୋଇ ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଏଣୁ କଂଗ୍ରେସକୁ ଆହୁରି ପରିଶ୍ରମ କରିବାକୁ ପଡିବ। ତେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ନେଇ ସଚ୍ଚଦେବା କହିଛନ୍ତି ଯେ ପାର୍ଟି ଏକ ବ୍ୟବସ୍ଥିତ ଦୃଷ୍ଟିକୋଣ ରଖୁଛି। ଏଣୁ ମୁଖ୍ୟମନ୍ତ୍ରୀ କିଏ ହେବ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ଉପରେ ନ୍ୟସ୍ତ କରାଯାଇଛି, ଯେପରି ଅନ୍ୟରାଜ୍ୟମାନଙ୍କରେ ଦେଖାଯାଇଛି।