ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ, ତୁରନ୍ତ ଲଗାଯାଉ ରାଷ୍ଟ୍ରପତି ଶାସନ: ଆଶୁତୋଷ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତିରେ ଗିରଫ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ନିଜ ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ଜେଲ୍ରୁ ସେ ସରକାର ଚଳାଇବେ ବୋଲି କେଜରିଓ୍ଵାଲ କହିଛନ୍ତି। ଏହା ମଧ୍ୟରେ ଆମ୍ ଆଦମୀ ପାର୍ଟିର ଜଣେ ପୂର୍ବତନ ନେତା କହିଛନ୍ତି ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ତୁରନ୍ତ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବା ଉଚିତ୍। ସାମ୍ବାଦିକତାରୁ ନେତା ଏବଂ ପୁଣି ଥରେ ନିଜର ପୁରୁଣା ପେଶାକୁ ଫେରିଥିବା ଆଶୁତୋଷ କହିଛନ୍ତି, ଗିରଫଦାରୀ ସତ୍ତ୍ଵେ କୌଣସି ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦେବା ସାମ୍ବିଧାନିକ ନିୟମର ଉଲ୍ଲଂଘନ। Also read: AAPକୁ ପଞ୍ଜାବରେ ଡବଲ ଝଟକା, ସାଂସଦ ସୁଶୀଲ କୁମାର ରିଙ୍କୁ ଏବଂ ଜଣେ ବିଧାୟକ ବିଜେପିରେ ସାମିଲଆଶୁତୋଷ ଏକ ଟିଭି ଶୋରେ କହିଛନ୍ତି, ମୁଁ ବୁଝି ପାରୁନି ବିଜେପି ବାରମ୍ବାର କହୁଛି ଯେ, ଆମେ ସରକାର ଚଳାଇ ଦେବୁ ନାହିଁ। ଜେଲରେ ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କ ଗିରଫଦାରୀ ହୋଇ ସାରିଛି। ମୁଁ ଅନ ରେକର୍ଡ କହୁଛି ଏହା ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବ। ବିଜେପି ଆଉ କାହାକୁ ଅପେକ୍ଷା କରିଛି ବୋଲି ଆଶୁତୋଷ ପ୍ରଶ୍ନ କରିଛନ୍ତି। କଣ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ନାହିଁ। ଜେଲରୁ ଜଣେ ମୁଖ୍ୟମନ୍ତ୍ରୀ କେମିତି ସରକାର ଚଳାଇ ପାରିବ। ଏହା ଅସମ୍ଭବ ସ୍ଥିତି, ହୋପାରେ ସମ୍ବିଧାନରେ ଭିନ୍ନ କିଛି ଲ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତିରେ ଗିରଫ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ନିଜ ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ଜେଲ୍ରୁ ସେ ସରକାର ଚଳାଇବେ ବୋଲି କେଜରିଓ୍ଵାଲ କହିଛନ୍ତି। ଏହା ମଧ୍ୟରେ ଆମ୍ ଆଦମୀ ପାର୍ଟିର ଜଣେ ପୂର୍ବତନ ନେତା କହିଛନ୍ତି ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ତୁରନ୍ତ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବା ଉଚିତ୍। ସାମ୍ବାଦିକତାରୁ ନେତା ଏବଂ ପୁଣି ଥରେ ନିଜର ପୁରୁଣା ପେଶାକୁ ଫେରିଥିବା ଆଶୁତୋଷ କହିଛନ୍ତି, ଗିରଫଦାରୀ ସତ୍ତ୍ଵେ କୌଣସି ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦେବା ସାମ୍ବିଧାନିକ ନିୟମର ଉଲ୍ଲଂଘନ।
Also read: AAPକୁ ପଞ୍ଜାବରେ ଡବଲ ଝଟକା, ସାଂସଦ ସୁଶୀଲ କୁମାର ରିଙ୍କୁ ଏବଂ ଜଣେ ବିଧାୟକ ବିଜେପିରେ ସାମିଲ
ଆଶୁତୋଷ ଏକ ଟିଭି ଶୋରେ କହିଛନ୍ତି, ମୁଁ ବୁଝି ପାରୁନି ବିଜେପି ବାରମ୍ବାର କହୁଛି ଯେ, ଆମେ ସରକାର ଚଳାଇ ଦେବୁ ନାହିଁ। ଜେଲରେ ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କ ଗିରଫଦାରୀ ହୋଇ ସାରିଛି। ମୁଁ ଅନ ରେକର୍ଡ କହୁଛି ଏହା ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବ। ବିଜେପି ଆଉ କାହାକୁ ଅପେକ୍ଷା କରିଛି ବୋଲି ଆଶୁତୋଷ ପ୍ରଶ୍ନ କରିଛନ୍ତି। କଣ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ନାହିଁ। ଜେଲରୁ ଜଣେ ମୁଖ୍ୟମନ୍ତ୍ରୀ କେମିତି ସରକାର ଚଳାଇ ପାରିବ। ଏହା ଅସମ୍ଭବ ସ୍ଥିତି, ହୋପାରେ ସମ୍ବିଧାନରେ ଭିନ୍ନ କିଛି ଲେଖା ହୋଇଥିବ।
ଆଶୁତୋଷ କହିଛନ୍ତି, ଦିଲ୍ଲୀରେ ସରକାରୀ କାମ ଓ ପ୍ରଶାସନ ଦିନେ ଦୁଇ ଦିନରେ ଧ୍ଵସ୍ତ ହୋଇଯିବ। ଯଦି ଏମିତି ହୁଏ ସେଥିପାଇଁ କିଏ ଦାୟୀ ରହିବ ? କଣ ଆପ୍ ଦାୟୀ ରହିବ ନା ବିଜେପି ନିଜକୁ ଦାୟୀ କରିବ। ଦିଲ୍ଲୀକୁ ଦୁଇ ପାର୍ଟି ମଜାର ସ୍ଥଳ କରି ଦେଇଛନ୍ତି। ନା ବିଜେପିକୁ ସରକାର କେମିତି ଚାଲିବ ଚିନ୍ତା ଅଛି ନା ଆପ୍ ପାର୍ଟିକୁ। କେଜରିଓ୍ଵାଲଙ୍କ ପୁରୂଣା ବନ୍ଧୁ ଆଶୁତୋଷ କହିଛନ୍ତି, ଯେମିତି କୌଣସି ବ୍ୟକ୍ତି ଜେଲ୍ ଯାଏ, ତାଙ୍କର ସ୍ଵାଧୀନତା ସମାପ୍ତ ହୋଇଯାଏ ଏବଂ ସେ ସରକାର ଚଳାଇବାକୁ ଅକ୍ଷମ ହୋଇଯାଏ। ଏଲଜିଙ୍କ ଦାୟିତ୍ଵ ସେ ବିଧାନସଭାକୁ ନୂତନ ନେତା ଚୟନ କରିବାକୁ କୁହନ୍ତୁ। ଯଦି ବିଧାନସଭା ଏମିତି କରୁ ନାହିଁ ତେବେ ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତି ଶାସନର ସୁପାରିଶ କରୁ।