ଦିଲ୍ଲୀରେ ୫୨.୩ ଡ଼ିଗ୍ରୀ ଛୁଇଁଲା ତାତି, ରେକର୍ଡ ହେଲା ଭାରତର ସର୍ବକାଳୀନ ସର୍ବାଧିକ ତାପମାତ୍ରା

ନୂଆଦିଲ୍ଲୀ,୨୯।୫: ରାଜଧାନୀ ଦିଲ୍ଲୀରେ ବୁଧବାର ନିଆଁ ବର୍ଷା କରିଛନ୍ତି ସୂର୍ଯ୍ୟ ଦେବ। ଏଥିସହିତ ଦିଲ୍ଲୀରେ ରେକର୍ଡ ହୋଇଛି ଭାରତର ସର୍ବକାଳୀନ ସର୍ବାଧିକ ତାପମାତ୍ରା। ଅପରାହ୍ନ ୨ଟା ୩୦ ସୁଦ୍ଧା ୫୨.୩ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିଲା। ପ୍ରବଳ ଗରମ ସାଙ୍ଗକୁ ଦିଲ୍ଲୀରେ ୮,୩୦୨ ମେଗାୱାଟ (ମେଗାୱାଟ) ର ସର୍ବକାଳୀନ ଉଚ୍ଚ ବିଦ୍ୟୁତ୍ ଚାହିଦା ମଧ୍ୟ ରିପୋର୍ଟ ହୋଇଥିବା ବିଦ୍ୟୁତ୍ ବିଭାଗର ଅଧିକାରୀମାନେ କହିଛନ୍ତି। ଅତ୍ୟଧିକ ଉଚ୍ଚ ତାପମାତ୍ରା ରିପୋର୍ଟ କରିଥିବା ଅନ୍ୟାନ୍ୟ କ୍ଷେତ୍ର ଗୁଡ଼ିକ ମଧ୍ୟରେ ରାଜସ୍ଥାନରେ […] The post ଦିଲ୍ଲୀରେ ୫୨.୩ ଡ଼ିଗ୍ରୀ ଛୁଇଁଲା ତାତି, ରେକର୍ଡ ହେଲା ଭାରତର ସର୍ବକାଳୀନ ସର୍ବାଧିକ ତାପମାତ୍ରା appeared first on Dharitri Odia News.

ଦିଲ୍ଲୀରେ ୫୨.୩ ଡ଼ିଗ୍ରୀ ଛୁଇଁଲା ତାତି, ରେକର୍ଡ ହେଲା ଭାରତର ସର୍ବକାଳୀନ ସର୍ବାଧିକ ତାପମାତ୍ରା

ନୂଆଦିଲ୍ଲୀ,୨୯।୫: ରାଜଧାନୀ ଦିଲ୍ଲୀରେ ବୁଧବାର ନିଆଁ ବର୍ଷା କରିଛନ୍ତି ସୂର୍ଯ୍ୟ ଦେବ। ଏଥିସହିତ ଦିଲ୍ଲୀରେ ରେକର୍ଡ ହୋଇଛି ଭାରତର ସର୍ବକାଳୀନ ସର୍ବାଧିକ ତାପମାତ୍ରା। ଅପରାହ୍ନ ୨ଟା ୩୦ ସୁଦ୍ଧା ୫୨.୩ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିଲା।

ପ୍ରବଳ ଗରମ ସାଙ୍ଗକୁ ଦିଲ୍ଲୀରେ ୮,୩୦୨ ମେଗାୱାଟ (ମେଗାୱାଟ) ର ସର୍ବକାଳୀନ ଉଚ୍ଚ ବିଦ୍ୟୁତ୍ ଚାହିଦା ମଧ୍ୟ ରିପୋର୍ଟ ହୋଇଥିବା ବିଦ୍ୟୁତ୍ ବିଭାଗର ଅଧିକାରୀମାନେ କହିଛନ୍ତି। ଅତ୍ୟଧିକ ଉଚ୍ଚ ତାପମାତ୍ରା ରିପୋର୍ଟ କରିଥିବା ଅନ୍ୟାନ୍ୟ କ୍ଷେତ୍ର ଗୁଡ଼ିକ ମଧ୍ୟରେ ରାଜସ୍ଥାନରେ ଫାଲୋଡିରେ ୫୧ ଡ଼ିଗ୍ରୀ ଏବଂ ୫୦.୮ ଡ଼ିଗ୍ରୀ ରେକର୍ଡ ହୋଇଛି।

ସେହିଭଳି ହରିୟାଣାର ସିର୍ସାରେ ୫୦.୩ ଡିଗ୍ରୀ ରେକର୍ଡ ହୋଇଥିଲା ବେଳେ ଦକ୍ଷିଣ ରାଜସ୍ଥାନର ବାରମର୍, ଯୋଧପୁର, ଉଦୟପୁର, ସାଇରୋହି, ଏବଂ ଜାଲୋରରେ ୪ ଡ଼ିଗ୍ରୀ ତାପମାତ୍ରା ହ୍ରାସ ଘଟି ଆଜି ଉତ୍ତର-ପଶ୍ଚିମ ଭାରତ ଉପରେ ହିଟ ୱେଭ ହ୍ରାସ ହେବାର ସୂଚାଉଛି।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ଆଗାମୀ ୨୪ ଘଣ୍ଟାମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହାସହିତ କିଛି ଉତ୍ତରପୂର୍ବ ରାଜ୍ୟକୁ ମଧ୍ୟ ମୌସୁମୀ ଅଗ୍ରସର ହେବ।

The post ଦିଲ୍ଲୀରେ ୫୨.୩ ଡ଼ିଗ୍ରୀ ଛୁଇଁଲା ତାତି, ରେକର୍ଡ ହେଲା ଭାରତର ସର୍ବକାଳୀନ ସର୍ବାଧିକ ତାପମାତ୍ରା appeared first on Dharitri Odia News.