‘ଦିଲ୍ଲୀରେ ୭ଟି ଲୋକସଭା ଆସନ ଜିତାଇବା ଓ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା’
ଆଗାମୀ ନିର୍ବାଚନରେ ୭ଟି ଯାକ ଲୋକସଭା ଆସନ ଜିତାଇବା ଓ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ ।
୨୦୨୪ ସାଧାରଣ ନିର୍ବାଚନରେ ଦିଲ୍ଲୀରେ ପୁଣି ଥରେ କ୍ଲିନ୍ ସ୍ୱିପ୍ ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଆଜି ବିଜେପି କାର୍ଯ୍ୟକର୍ତ୍ତା ସଂଗମ କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନରେ ୭ଟି ଯାକ ଲୋକସଭା ଆସନ ଜିତାଇବା ପାଇଁ ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା। ଏଥିସହ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜେପିକୁ ଜିତାଇବା ପାଇଁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ ।
ଉତ୍ତର ପୂର୍ବ ଦିଲ୍ଲୀର ନବୀନ ଶାହଦରାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ସ୍ଥାନୀୟ ସାଂସଦ ମନୋଜ ତିୱାରୀ ପ୍ରମୁଖ ଯୋଗ ଦେଇଥିଲେ। ଦଳୀୟ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିଟି ବୁଥ୍ରେ ପଦ୍ମ ଫୁଟାଇବା ପାଇଁ ପ୍ରତିଟି କାର୍ଯ୍ୟକର୍ତ୍ତା ଅଣ୍ଟା ଭିଡ଼ନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।