ଦୀଘା ଜଗନ୍ନାଥ ଧାମ ବିବାଦ: ଦରକାର ହେଲେ ଆଇନର ଆଶ୍ରୟ ନେବାକୁ କହିଲେ ଆଇନମନ୍ତ୍ରୀ

ଭୁବନେଶ୍ୱର,୫ା୫: ଦୀଘାରେ ଜଗନ୍ନାଥ ଧାମ ବିବାଦକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଶେଷ ପରେ ଖବରଦାତା ସମ୍ମିଳନୀରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ପଞ୍ଚିମବଙ୍ଗ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି। ଧାମ ଶବ୍ଦର ନାଁ କେବଳ […] The post ଦୀଘା ଜଗନ୍ନାଥ ଧାମ ବିବାଦ: ଦରକାର ହେଲେ ଆଇନର ଆଶ୍ରୟ ନେବାକୁ କହିଲେ ଆଇନମନ୍ତ୍ରୀ appeared first on Dharitri Odia News.

ଦୀଘା ଜଗନ୍ନାଥ ଧାମ ବିବାଦ: ଦରକାର ହେଲେ ଆଇନର ଆଶ୍ରୟ ନେବାକୁ କହିଲେ ଆଇନମନ୍ତ୍ରୀ

ଭୁବନେଶ୍ୱର,୫ା୫: ଦୀଘାରେ ଜଗନ୍ନାଥ ଧାମ ବିବାଦକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଶେଷ ପରେ ଖବରଦାତା ସମ୍ମିଳନୀରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ପଞ୍ଚିମବଙ୍ଗ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି। ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ। ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ। ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ କରୁଛୁ। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି କରାଯିବ ବୋଲି ସେ କହିଛନ୍ତି। ନ ମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ପୃଥ୍ବୀରାଜ ଗଣାମାଧ୍ୟମକୁ କହିଛନ୍ତି।

ଏପରିକି ଆଇନମନ୍ତ୍ରୀ ପୃଥ୍ବୀରାଜ ମନ୍ଦିର ମୂର୍ତ୍ତି ନିର୍ମାଣକୁ ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି। ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି ମନ୍ତ୍ରୀ କହିଛନ୍ତି। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।

ମାତ୍ର ଅଢ଼େଇ ଫୁଟ ଉଚ୍ଚ ଦାରୁରେ ମୂର୍ତ୍ତି ନିର୍ମାଣ ଅସମ୍ଭବ। ରାମକୃଷ୍ଣ ଦାସମହାପାତ୍ର ଏହା କହୁ କହୁ କହି ଦେଇଥିବା ଜଣାଇଛନ୍ତି। ଭୁବନେଶ୍ବରର ସୁଦର୍ଶନ ମହରଣା ନିମ୍ବ କାଠରେ ମୂର୍ତ୍ତି ତିଆରି କରିଛନ୍ତି। ଏହି ମୂର୍ତ୍ତି ନେଇ ରାମକୃଷ୍ଣ ଦୀଘାରେ ଦେଇଛନ୍ତି ବୋଲି ଆଇନମନ୍ତ୍ରୀ ଖବରଦାତା ସମ୍ମିଳନୀରେ କହିଛନ୍ତି।

The post ଦୀଘା ଜଗନ୍ନାଥ ଧାମ ବିବାଦ: ଦରକାର ହେଲେ ଆଇନର ଆଶ୍ରୟ ନେବାକୁ କହିଲେ ଆଇନମନ୍ତ୍ରୀ appeared first on Dharitri Odia News.