ଦୀପାବଳୀରେ ହଲରେ କମ୍ପିବ ମଞ୍ଜୁଳିକାର ଚିତ୍କାର; ରିଲିଜ୍ ହେଲା ଭୁଲ ଭୁଲେୟା-୩ ର ଟିଜର୍

କନକ ବ୍ୟୁରୋ : ଦୀପାବଳୀରେ ଧମାଲ ମଚାଇବ ବଲିଉଡର ଏହି ହରର୍ ଫିଲ୍ମ । ପୁଣି ଦର୍ଶକଙ୍କୁ ଶୁଣିବାକୁ ମିଳିବ ମଞ୍ଜୁଳିକାଙ୍କ ଚିତ୍କାର । ଫିଲ୍ମ ହଲରେ ଡର ସାଙ୍ଗକୁ କମେଡିର ଛୁଙ୍କ ପାଇବେ ଦର୍ଶକ । ନିକଟରେ ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ ହୋଇଥିବା ବେଳେ ଭୁଲ ଭୁଲେୟା ୩ ର ଏବେ ଟିଜର୍ ରିଲିଜ ହୋଇଛି । ଯାହାକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମର ୧ ମିନିଟ୍ ୪୬ ସେକେଣ୍ତର ଟିଜର୍ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଯେଉଁଥିରେ ବିଦ୍ୟାବାଲନଙ୍କ ମଞ୍ଜୁଳିକା ରୂପ ଦର୍ଶକଙ୍କ ମନକୁ ଛୁଇଁଛି । ପୁଣି ଥରେ ମଞ୍ଜୁଳିକା ରୂପରେ ଧମାଲ କରିବେ ବିଦ୍ୟାବାଲନ । ଭୁଲ ଭୁଲେୟା ୨ ରେ କାର୍ତ୍ତିକ ଆର୍ୟନ ଚମତ୍କାର ଆକ୍ସନ କରିଥିବା ବେଳେ ଫିଲ୍ମର ତୃତୀୟ ପାର୍ଟରେ ବି କାର୍ତ୍ତିକଙ୍କୁ ଦେଖିବାକୁ ମିଳିଛି । ତାଙ୍କ ସହିତ ଏବେର ଚର୍ଚ୍ଚିତ ଅଭିନେତ୍ରୀ ତୃପ୍ତି ଡିମରି ବି ଫିଲ୍ମରେ ଅଭିନୟ କରିଛନ୍ତି । Kya Laga Kahaani Khatam Ho Gayi !! Rooh Baba vs Manjulika..iss Diwali???? Teaser Out Now !! The horror epic adventure begins this Diwali ???? #BhoolBhulaiyaa3 ????????????#YeDiwaliBhoolBhulaiyaaVaalihttps://t.co/UJZZZMnng5 @BazmeeAnees @vidya_balan @tripti_dimri23 #BhushanKumar… pic.twitter.com/TmgowGVdWX — Kartik Aaryan (@TheAaryanKar

ଦୀପାବଳୀରେ ହଲରେ କମ୍ପିବ ମଞ୍ଜୁଳିକାର ଚିତ୍କାର; ରିଲିଜ୍ ହେଲା ଭୁଲ ଭୁଲେୟା-୩ ର ଟିଜର୍

କନକ ବ୍ୟୁରୋ : ଦୀପାବଳୀରେ ଧମାଲ ମଚାଇବ ବଲିଉଡର ଏହି ହରର୍ ଫିଲ୍ମ । ପୁଣି ଦର୍ଶକଙ୍କୁ ଶୁଣିବାକୁ ମିଳିବ ମଞ୍ଜୁଳିକାଙ୍କ ଚିତ୍କାର । ଫିଲ୍ମ ହଲରେ ଡର ସାଙ୍ଗକୁ କମେଡିର ଛୁଙ୍କ ପାଇବେ ଦର୍ଶକ । ନିକଟରେ ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ ହୋଇଥିବା ବେଳେ ଭୁଲ ଭୁଲେୟା ୩ ର ଏବେ ଟିଜର୍ ରିଲିଜ ହୋଇଛି । ଯାହାକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି ।

ଫିଲ୍ମର ୧ ମିନିଟ୍ ୪୬ ସେକେଣ୍ତର ଟିଜର୍ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଯେଉଁଥିରେ ବିଦ୍ୟାବାଲନଙ୍କ ମଞ୍ଜୁଳିକା ରୂପ ଦର୍ଶକଙ୍କ ମନକୁ ଛୁଇଁଛି । ପୁଣି ଥରେ ମଞ୍ଜୁଳିକା ରୂପରେ ଧମାଲ କରିବେ ବିଦ୍ୟାବାଲନ । ଭୁଲ ଭୁଲେୟା ୨ ରେ କାର୍ତ୍ତିକ ଆର୍ୟନ ଚମତ୍କାର ଆକ୍ସନ କରିଥିବା ବେଳେ ଫିଲ୍ମର ତୃତୀୟ ପାର୍ଟରେ ବି କାର୍ତ୍ତିକଙ୍କୁ ଦେଖିବାକୁ ମିଳିଛି । ତାଙ୍କ ସହିତ ଏବେର ଚର୍ଚ୍ଚିତ ଅଭିନେତ୍ରୀ ତୃପ୍ତି ଡିମରି ବି ଫିଲ୍ମରେ ଅଭିନୟ କରିଛନ୍ତି ।

ଫିଲ୍ମର ଟିଜରରେ ହରର୍ ସାଙ୍ଗକୁ କମେଡି ବି ଦେଖିବାକୁ ମିଳିଛି । ଆକର୍ଷଣର କଥା ହେଉଛି ଟିଜରରେ ଭୁଲ ଭୁଲେୟା ପାର୍ଟ ୧ ର ଫେମସ୍ ଗୀତ 'ଆମି ଜେ ତୋମାର' ମଧ୍ୟ ଶୁଣିବାକୁ ମିଳିଛି ।