ଦୀପ୍ତିରେଖା ପାଢୀଙ୍କ ସଂଗୀତରେ ଝୁମିଲେ ଦର୍ଶକ

ଆଠଗଡ: ଆଠଗଡ ମହୋତ୍ସବର ଦ୍ୱିତୀୟ ଦିନ ଶୀତୁଆ ସନ୍ଧ୍ୟାରେ ସୁନାମଧନ୍ଯ ଗାୟିକା ଦୀପ୍ତିରେଖା ପାଢୀଙ୍କ ଓ ସାଥୀଙ୍କ ସଂଗୀତରେ ଝୁମିଲେ ହଜାର ହଜାର ଦର୍ଶକ। ଦ୍ୱିତୀୟ ଦିନରେ ମୁଖ୍ଯଅତିଥି ଭାବେ ରାଜ୍ଯ ମତ୍ସ୍ଯ ଓ ପଶୁ ପାଳନ ଏବଂ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ଯବକ୍ତା ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ମହୋତ୍ସବ କମିଟି ଆବାହକ ଆଇନଜୀବୀ ଫଣୀଭୂଷଣ ରଥ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ବଣମଲ୍ଲି ପରି ଲୁକ୍କାୟିତ ଥିବା […]

ଦୀପ୍ତିରେଖା ପାଢୀଙ୍କ ସଂଗୀତରେ ଝୁମିଲେ ଦର୍ଶକ

ଆଠଗଡ: ଆଠଗଡ ମହୋତ୍ସବର ଦ୍ୱିତୀୟ ଦିନ ଶୀତୁଆ ସନ୍ଧ୍ୟାରେ ସୁନାମଧନ୍ଯ ଗାୟିକା ଦୀପ୍ତିରେଖା ପାଢୀଙ୍କ ଓ ସାଥୀଙ୍କ ସଂଗୀତରେ ଝୁମିଲେ ହଜାର ହଜାର ଦର୍ଶକ। ଦ୍ୱିତୀୟ ଦିନରେ ମୁଖ୍ଯଅତିଥି ଭାବେ ରାଜ୍ଯ ମତ୍ସ୍ଯ ଓ ପଶୁ ପାଳନ ଏବଂ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ଯବକ୍ତା ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ମହୋତ୍ସବ କମିଟି ଆବାହକ ଆଇନଜୀବୀ ଫଣୀଭୂଷଣ ରଥ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ।

ବଣମଲ୍ଲି ପରି ଲୁକ୍କାୟିତ ଥିବା ସ୍ଥାନୀୟ ଅଞ୍ଚଳର ଉଦୀୟମାନ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କ ପ୍ରତିଭାର ବିକାଶ ଦିଗରେ ଏହିପରି ମହୋତ୍ସବ ପ୍ରକୃଷ୍ଟ ମାଧ୍ୟମ । ଓଡିଶାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପାରମ୍ପରିକ ଲୋକକଳା ଏବଂ ପରମ୍ପରାକୁ ଋଦ୍ଧିମନ୍ତ କରିବାରେ ଆଠଗଡ ଗଡଜାତ ଅଞ୍ଚଳର ଅବଦାନ ଅନସ୍ୱିକାର୍ଯ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଆଠଗଡ ମହୋତ୍ସବ କମିଟିର ମୁଖ୍ଯ ଉପଦେଷ୍ଟା ଅଭୟ କୁମାର ବାରିକ ଏହି ସଭାରେ ପୌରୋହିତ୍ୟ କରିଥିବାବେଳେ ସହ ସମ୍ପାଦକ ଆଇନଜୀବୀ ପ୍ରମୋଦ କୁମାର ଜେନା ବିବରଣୀ ଉପସ୍ଥାପନ କରିଥିଲେ। ଲୋକପ୍ରିୟ ଉଦଘୋଷକ ତଥା ସାମ୍ବାଦିକ ପାର୍ଥସାରଥି ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିବାବେଳେ ସ୍ଥାନୀୟ କଳାକାର ମାନେ ଗୀତିକାର ରାଧାନାଥ ଦାସଙ୍କ ଦ୍ବାରା ରଚିତ ସ୍ୱାଗତଂ ସଂଗୀତଙ ଗାନ କରିଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ସଂସ୍କୃତି ବିଭାଗ ପ୍ରଯୋଜିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାରମ୍ପରିକ ଲୋକକଳା ପରିବେଷଣ କରାଯାଇଥିଲା।

ଏଥିସହିତ ଆଠଗଡ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଓ ନୃତ୍ୟ ଅନୁଷ୍ଠାନ ଏବଂ ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ନୃତ୍ଯ ସଂଗୀତ ବେଶ୍ ଆକର୍ଷଣୀୟ ହୋଇଥିଲା। ମହୋତ୍ସବ ପାଇଁ ପୂର୍ବରୁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଆୟୋଜିତ ବିଭିନ୍ନ ନୃତ୍ଯ ସଂଗୀତ, କ୍ରୀଡା ଓ ବୌଦ୍ଧିକ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଓ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ବାଇଁଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।