ଦୀର୍ଘ ଦଶନ୍ଧି ପରେ ବିଜାପୁରରେ ଲାଗିଲା ମୋବାଇଲ ଟାଓ୍ବାର, ଖୁସିଲେ ନାଚିଲେ ଆଦିବାସୀ
ମାଲକାନଗିରି ୧।୫: ଲାଲ୍ ଗଡରେ ସ୍ଥାପନ ମୋବାଇଲ ଟାୱାର । ଆଉ ଗାଁ ଭିତରେ ନେଟ୍ଓ୍ବର୍କ ଦେଖି ଖୁସିରେ ନାଚିଲେ ଆଦିବାସୀ । ଦୀର୍ଘ ଦଶନ୍ଧି ପରେ ମାଓଗଡ ଭାବେ ପରିଚିତ ବିଜାପୁର ଜିଲ୍ଲାରେ ଏପରି ଖୁସିର ଲହରୀ ଦେଖିବାକୁ ମିଳିଛି । ବିଜାପୁର ମାଓ ମୁକ୍ତ ହେବାର ସ୍ବପ୍ନ ସାକାର ହେବାରେ ଲାଗିଛି । ମୋବାଇଲ ଟାୱାର ଚାଲୁ ହେବା ପରେ ଆଦିବାସୀ ଲୋକେ ବାଜା ବଜାଇ ନାଚ ଗୀତ କରି ମୋବାଇଲ ଟାଓ୍ବାର ଦେଖିବାକୁ ଯାଉଥିବା ଦେଖିବାକୁ ମିଳିଛି । ଦୀର୍ଘବର୍ଷ ଧରି ମାଓବାଦୀଙ୍କୁ ସମର୍ଥନ କରି ଆସୁଥିଲେ ଏହି ଗାଁ ଲୋକେ । ହେଲେ ମାଓବାଦୀଙ୍କ ହାତ ଛାଡିବା ପରେ ଗାଁକୁ ଯିବା ଲାଗି ରାସ୍ତା ନିର୍ମାଣ ହୋଇଛି । ଲୋକଙ୍କ ପାଖରେ ପହଞ୍ଚିଛି ପ୍ରଶାସନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ଦେଶ ଦୁନିଆର ଖବର ଜାଣିବା ଲାଗି ଗାଁରେ ସ୍ଥାପନ ହୋଇଛି ମୋବାଇଲ ଟାୱାର । ବିଜାପୁର ଜିଲ୍ଲାର କୋଣ୍ଡାପାଲି, ଗୁଞ୍ଜେପର୍ଥି, ପୂଜାରୀକାଙ୍କେର, ଚିଙ୍ଗନପାଲି, ନେଲାକାଙ୍କେର ଓ କମଳାପୁର ଭଳି ଦୁର୍ଗମ ଅଞ୍ଚଳର ଗାଁରେ ଲାଗିଲା ମୋବାଇଲ ଟାୱାର ।You Can Read:ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ମାଓ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ
ମାଲକାନଗିରି ୧।୫: ଲାଲ୍ ଗଡରେ ସ୍ଥାପନ ମୋବାଇଲ ଟାୱାର । ଆଉ ଗାଁ ଭିତରେ ନେଟ୍ଓ୍ବର୍କ ଦେଖି ଖୁସିରେ ନାଚିଲେ ଆଦିବାସୀ । ଦୀର୍ଘ ଦଶନ୍ଧି ପରେ ମାଓଗଡ ଭାବେ ପରିଚିତ ବିଜାପୁର ଜିଲ୍ଲାରେ ଏପରି ଖୁସିର ଲହରୀ ଦେଖିବାକୁ ମିଳିଛି । ବିଜାପୁର ମାଓ ମୁକ୍ତ ହେବାର ସ୍ବପ୍ନ ସାକାର ହେବାରେ ଲାଗିଛି । ମୋବାଇଲ ଟାୱାର ଚାଲୁ ହେବା ପରେ ଆଦିବାସୀ ଲୋକେ ବାଜା ବଜାଇ ନାଚ ଗୀତ କରି ମୋବାଇଲ ଟାଓ୍ବାର ଦେଖିବାକୁ ଯାଉଥିବା ଦେଖିବାକୁ ମିଳିଛି ।
ଦୀର୍ଘବର୍ଷ ଧରି ମାଓବାଦୀଙ୍କୁ ସମର୍ଥନ କରି ଆସୁଥିଲେ ଏହି ଗାଁ ଲୋକେ । ହେଲେ ମାଓବାଦୀଙ୍କ ହାତ ଛାଡିବା ପରେ ଗାଁକୁ ଯିବା ଲାଗି ରାସ୍ତା ନିର୍ମାଣ ହୋଇଛି । ଲୋକଙ୍କ ପାଖରେ ପହଞ୍ଚିଛି ପ୍ରଶାସନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ଦେଶ ଦୁନିଆର ଖବର ଜାଣିବା ଲାଗି ଗାଁରେ ସ୍ଥାପନ ହୋଇଛି ମୋବାଇଲ ଟାୱାର । ବିଜାପୁର ଜିଲ୍ଲାର କୋଣ୍ଡାପାଲି, ଗୁଞ୍ଜେପର୍ଥି, ପୂଜାରୀକାଙ୍କେର, ଚିଙ୍ଗନପାଲି, ନେଲାକାଙ୍କେର ଓ କମଳାପୁର ଭଳି ଦୁର୍ଗମ ଅଞ୍ଚଳର ଗାଁରେ ଲାଗିଲା ମୋବାଇଲ ଟାୱାର ।
You Can Read:
ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ମାଓ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ