ଦୀର୍ଘ ୬୩ ବର୍ଷ ପରେ ବଦଳିଲା ବ୍ଲକ କାର୍ଯ୍ୟାଳୟର ଫାଟକ, ଉଦ୍‌ଘାଟନ କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଦିନିକିଆ ଗସ୍ତ କରିଛନ୍ତି। ଏହି ଅବସରରେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ନବ ନିର୍ମାଣ କରାଯାଇଥିବା ମୁଖ୍ୟ ଫାଟକ ଓ ମିଶନଶକ୍ତି କାଫେର ଶୁଭ ଉଦ୍‌ଘାଟନ ହୋଇଛି। ଏହି ଅବସରରେ ଏମ୍‌ପି ସୁକାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ଭାଜପା ଜିଲା ସଭାପତି […] The post ଦୀର୍ଘ ୬୩ ବର୍ଷ ପରେ ବଦଳିଲା ବ୍ଲକ କାର୍ଯ୍ୟାଳୟର ଫାଟକ, ଉଦ୍‌ଘାଟନ କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ appeared first on Dharitri Odia News.

ଦୀର୍ଘ ୬୩ ବର୍ଷ ପରେ ବଦଳିଲା ବ୍ଲକ କାର୍ଯ୍ୟାଳୟର ଫାଟକ, ଉଦ୍‌ଘାଟନ କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଦିନିକିଆ ଗସ୍ତ କରିଛନ୍ତି। ଏହି ଅବସରରେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ନବ ନିର୍ମାଣ କରାଯାଇଥିବା ମୁଖ୍ୟ ଫାଟକ ଓ ମିଶନଶକ୍ତି କାଫେର ଶୁଭ ଉଦ୍‌ଘାଟନ ହୋଇଛି।

ଏହି ଅବସରରେ ଏମ୍‌ପି ସୁକାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ଭାଜପା ଜିଲା ସଭାପତି ଜଗନ୍ନାଥ ସାହୁ, ବିଡିଓ ଗଦାଧର ପାତ୍ର ପ୍ରମୁଖ ଯୋଗଦେଇଥିଲେ।

ପ୍ରକାଶ ଯେ, ୭ ଲକ୍ଷ ଟଙ୍କା ବିନିମୟରେ ଏହି ମୁଖ୍ୟ ଫାଟକ ନିର୍ମାଣ କରାଯାଇଥିବା ବେଳେ ଏହା ଦୀର୍ଘ ୬୩ ବର୍ଷ ପରେ ବ୍ଲକ କାର୍ଯ୍ୟାଳୟର ମାନଚିତ୍ର ପରିବର୍ତ୍ତନ ହୋଇଛି। ତତ୍‌କାଳ ବିଜେଡି ସରକାର ସମୟରେ ଏହାର ଯୋଜନା ଓ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପୂର୍ବତନ ବିଜେଡି ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ ସମୟରେ ଏହି ଫାଟକ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏବେ ତାକୁ ଲୋକାର୍ପଣ କରାଯାଇଛି। ସେହିପରି ସାଢ଼େ ୩ ଲକ୍ଷ ଟଙ୍କା ବିନିମୟରେ ମିଶନଶକ୍ତି କାଫେ ନିର୍ମାଣ କରାଯାଇଛି ତା’ର ମଧ୍ୟ ଉଦ୍‌ଘାଟନ କରାଯାଇଛି।

The post ଦୀର୍ଘ ୬୩ ବର୍ଷ ପରେ ବଦଳିଲା ବ୍ଲକ କାର୍ଯ୍ୟାଳୟର ଫାଟକ, ଉଦ୍‌ଘାଟନ କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ appeared first on Dharitri Odia News.