ଦୁଃଖଦ ଘଟଣା: ୪ ଦିବ୍ୟାଙ୍ଗ ଝିଅଙ୍କ ସହ ଆତ୍ମହତ୍ୟା କଲେ ପିତା
ନୂଆଦିଲ୍ଲୀ,୨୮।୯: ରାଜଧାନୀ ଦିଲ୍ଲୀରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପରିବାରର ପାଞ୍ଚ ଜଣ ଆତ୍ମହତ୍ୟା କରଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତ ଦେହକୁ ଉଦ୍ଧାର କରାଯାଇଛି। ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ବସନ୍ତ କୁଞ୍ଜର ରଙ୍ଗପୁରୀ ଗାଁରେ ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା କରିଛନ୍ତି। ଜଣେ ବ୍ୟକ୍ତି ଏବଂ ତାଙ୍କର ଚାରି ଝିଇ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଛନ୍ତି। ପଡୋଶୀମାନଙ୍କଠାରୁ ସୂଚନା ପାଇବା ପରେ […] The post ଦୁଃଖଦ ଘଟଣା: ୪ ଦିବ୍ୟାଙ୍ଗ ଝିଅଙ୍କ ସହ ଆତ୍ମହତ୍ୟା କଲେ ପିତା appeared first on Dharitri Odia News.
ନୂଆଦିଲ୍ଲୀ,୨୮।୯: ରାଜଧାନୀ ଦିଲ୍ଲୀରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପରିବାରର ପାଞ୍ଚ ଜଣ ଆତ୍ମହତ୍ୟା କରଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତ ଦେହକୁ ଉଦ୍ଧାର କରାଯାଇଛି।
ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ବସନ୍ତ କୁଞ୍ଜର ରଙ୍ଗପୁରୀ ଗାଁରେ ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା କରିଛନ୍ତି। ଜଣେ ବ୍ୟକ୍ତି ଏବଂ ତାଙ୍କର ଚାରି ଝିଇ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଛନ୍ତି। ପଡୋଶୀମାନଙ୍କଠାରୁ ସୂଚନା ପାଇବା ପରେ ପୋଲିସ ଫ୍ଲାଟର ତାଲା ଭାଙ୍ଗି ମୃତଦେହ ବାହାର କରିଥିଲା। ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି।
ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଆତ୍ମହତ୍ୟା କରିଥିବା ଚାରି ଝିଅ ଦିବ୍ୟାଙ୍ଗ ଥିଲେ। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ସମୟରେ ପୋଲିସ ଭଡାଘରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା।
ଦିଲ୍ଲୀ ପୋଲିସର ସୂଚନାନୁସାରେ, ବାପା ଜଣେ କାର୍ପେଣ୍ଟର ଭାବରେ କାମ କରୁଥିଲେ। ତାଙ୍କ ପରିଚୟ ହିରାଲ ବୋଲି ଜଣା ପଡିଛି। ବର୍ଷେ ପୂର୍ବେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କର ଚାରି ଝିଅ ଦିବ୍ୟାଙ୍ଗ ଥିଲେ ଏବଂ ସେମାନେ ଚାଲିବୁଲି ପାରୁ ନ ଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ହିରାଲ ଚିନ୍ତିତ ରହୁଥିଲେ।
ପୋଲିସ ଘଟଣାସ୍ଥଳରୁ କୌଣସି ସୁଇସାଇଟ ନୋଟ ପାଇନାହିଁ। ସିସିଟିଭି ଫୁଟେଜରେ ଏହି ବ୍ୟକ୍ତି ଜଣକ ସେପ୍ଟେମ୍ବର ୨୪ରେ ଘରେ ପ୍ରବେଶ କରୁଥିବା ନଜର ଆସିବା ପରେ ଘରର କବାଟ ବନ୍ଦ ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରୁ ବିଷାକ୍ତ ପଦାର୍ଥର ଥଳି ଜବତ କରିଛି। ପୋଲିସର ସୂଚନାନୁସାରେ, ଏହି ଘର ଗତ କିଛି ଦିନ ହେବ ବନ୍ଦ ରହିଥିଲା।
The post ଦୁଃଖଦ ଘଟଣା: ୪ ଦିବ୍ୟାଙ୍ଗ ଝିଅଙ୍କ ସହ ଆତ୍ମହତ୍ୟା କଲେ ପିତା appeared first on Dharitri Odia News.