ଦୁଇ କିମ୍ବା ତିନୋଟି ପିଲା ଜନ୍ମ କରନ୍ତୁ, ନଚେତ୍ ମାନବତା ବିପଦରେ ପଡ଼ିବ: ମୋହନ ଭାଗବତ

ନାଗପୁର: ଜନସଂଖ୍ୟା ନୀତିକୁ ନେଇ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସେ ରବିବାର ମହାରାଷ୍ଟ୍ରରେ ଆୟାଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଜନସଂଖ୍ୟାର ବୃଦ୍ଧିହାର ୨.୧ରୁ ତଳକୁ ଖସିବା ଉଚିତ୍ ନୁହେଁ। ଦୁଇ କିମ୍ବା ତିନୋଟି ପିଲା ଜନ୍ମ କରିବା ଆମ ପାଇଁ ଜରୁରୀ।  ଜନସଂଖ୍ୟା ବିଜ୍ଞାନର କହିବା କଥା ଯଦି ଜନ୍ମହାର ୨.୧ ରହେ ତେବେ  କୌଣସି ବିପଦ ପଡ଼ିଲେ ପୃଥିବୀରୁ ମାନବତା ସମାପ୍ତ ହୋଇଯିବ। ଜନସଂଖ୍ୟା ଯଦି ଏମିତି ରହେ ତେବେ ଧରାପୃଷ୍ଠରୁ ଅନେକ ଭାଷା ଓ ସଭ୍ୟତା ଅନ୍ତ ହେବାର ଦ୍ଵାର ଦେଶରେ ପହଞ୍ଚିଯିବ।ମୋହନ ଭାଗବତ କହିଛନ୍ତି, ଜନସଂଖ୍ୟା କମିବା  ଘଟଣା ବହୁତ ଚିନ୍ତାର ବିଷୟ। ଏମିତି ସ୍ଥିତି ଜାରି ରହିଲେ ସମାଜ ସମାପ୍ତ ହୋଇଯିବ। ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ରେ ସ୍ଥିରିକୃତ ହୋଇଥିଲା। ଏହି ହିସାବରେ ଜନସଂଖ୍ୟା ବୃଦ୍ଧିହାର ୨.୧ରୁ କମ ହେବା ଉଚିତ୍ ନୁହେଁ। ଆମ ପାଇଁ ଏହା ଜରୁରୀ ଯେ, ଦୁଇ କିମ୍ବା ତିନି ପିଲା ଜନ୍ମ କରନ୍ତୁ। ଜନସଂଖ୍ୟା ଜରୁରୀ କାରଣ ସମାଜର ଅସ୍ଥିତ୍ଵ ରହିବା ଉଚିତ୍।ଆରଏସଏସ ପକ୍ଷରୁ ଅନେକ ଥର ଆହ୍ଵାନ ଦିଆଯାଇଛି ଯେ, ଦେଶରେ ଜନସଂଖ୍ୟାର ଅସନ୍ତୁଳନ ବଢିବାରେ ଲାଗିଛି।ବିଶେଷ କରି ଦେଶରେ  ହିନ୍ଦୁଙ୍କୁ ଜନସଂଖ୍ୟା ହ୍ରାସ ନେଇ ମୋହନ ଭାଗବତ ଅନେକ ଥର ଚିନ୍ତା ପ୍ରକାଶ କରି ସାରିଛନ୍ତି। ଭାରତରେ ହିନ୍ଦୁଙ୍କ  ସଂଖ୍ୟା ବହୁଳ ରହି

ଦୁଇ କିମ୍ବା ତିନୋଟି ପିଲା ଜନ୍ମ କରନ୍ତୁ, ନଚେତ୍ ମାନବତା ବିପଦରେ ପଡ଼ିବ: ମୋହନ ଭାଗବତ

ନାଗପୁର: ଜନସଂଖ୍ୟା ନୀତିକୁ ନେଇ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସେ ରବିବାର ମହାରାଷ୍ଟ୍ରରେ ଆୟାଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଜନସଂଖ୍ୟାର ବୃଦ୍ଧିହାର ୨.୧ରୁ ତଳକୁ ଖସିବା ଉଚିତ୍ ନୁହେଁ। ଦୁଇ କିମ୍ବା ତିନୋଟି ପିଲା ଜନ୍ମ କରିବା ଆମ ପାଇଁ ଜରୁରୀ।  ଜନସଂଖ୍ୟା ବିଜ୍ଞାନର କହିବା କଥା ଯଦି ଜନ୍ମହାର ୨.୧ ରହେ ତେବେ  କୌଣସି ବିପଦ ପଡ଼ିଲେ ପୃଥିବୀରୁ ମାନବତା ସମାପ୍ତ ହୋଇଯିବ। ଜନସଂଖ୍ୟା ଯଦି ଏମିତି ରହେ ତେବେ ଧରାପୃଷ୍ଠରୁ ଅନେକ ଭାଷା ଓ ସଭ୍ୟତା ଅନ୍ତ ହେବାର ଦ୍ଵାର ଦେଶରେ ପହଞ୍ଚିଯିବ।

ମୋହନ ଭାଗବତ କହିଛନ୍ତି, ଜନସଂଖ୍ୟା କମିବା  ଘଟଣା ବହୁତ ଚିନ୍ତାର ବିଷୟ। ଏମିତି ସ୍ଥିତି ଜାରି ରହିଲେ ସମାଜ ସମାପ୍ତ ହୋଇଯିବ। ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ରେ ସ୍ଥିରିକୃତ ହୋଇଥିଲା। ଏହି ହିସାବରେ ଜନସଂଖ୍ୟା ବୃଦ୍ଧିହାର ୨.୧ରୁ କମ ହେବା ଉଚିତ୍ ନୁହେଁ। ଆମ ପାଇଁ ଏହା ଜରୁରୀ ଯେ, ଦୁଇ କିମ୍ବା ତିନି ପିଲା ଜନ୍ମ କରନ୍ତୁ। ଜନସଂଖ୍ୟା ଜରୁରୀ କାରଣ ସମାଜର ଅସ୍ଥିତ୍ଵ ରହିବା ଉଚିତ୍।

ଆରଏସଏସ ପକ୍ଷରୁ ଅନେକ ଥର ଆହ୍ଵାନ ଦିଆଯାଇଛି ଯେ, ଦେଶରେ ଜନସଂଖ୍ୟାର ଅସନ୍ତୁଳନ ବଢିବାରେ ଲାଗିଛି।ବିଶେଷ କରି ଦେଶରେ  ହିନ୍ଦୁଙ୍କୁ ଜନସଂଖ୍ୟା ହ୍ରାସ ନେଇ ମୋହନ ଭାଗବତ ଅନେକ ଥର ଚିନ୍ତା ପ୍ରକାଶ କରି ସାରିଛନ୍ତି। ଭାରତରେ ହିନ୍ଦୁଙ୍କ  ସଂଖ୍ୟା ବହୁଳ ରହିବା ଜରୁରୀ ଏବଂ ଦେଶର ମୂଲ୍ୟବୋଧ ଏଥିରେ ହିଁ ସୁରକ୍ଷିତ ରହି ପାରିବ। 

ସୂଚନାଯୋଗ୍ୟ, ଅନେକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଦେଶରେ ହିନ୍ଦୁଙ୍କ ଜନସଂଖ୍ୟା ୮୦ ପ୍ରତିଶତକୁ ହ୍ରାସ ଘଟିଛି, ଯାହା ସ୍ଵାଧୀନତା ପରେ ୮୮ ପ୍ରତିଶତ ରହିଥିଲା। ଅନ୍ୟପଟେ ମୁସଲିମଙ୍କ ଜନସଂଖ୍ୟା ବଢିବାରେ ଲାଗିଛି। ଏହାକୁ ନେଇ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି।