ଦୁଇ ଦିନ ବ୍ୟବଧାନ ପରେ ପୁଣି ଫେରିଲା ଶୀତ, ଥରୁଛି ଜି. ଉଦୟଗିରି
ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ): ଦୁଇ ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ। ରାଜ୍ୟର ସବୁଠାରୁ ଶୀତଳ ସହର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଛି। ଗୁରୁବାର ୭.୨ ଡିଗ୍ରୀ ରହିଥିଲା। ହାଡ଼ ଭଙ୍ଗା ଶୀତ ସାଙ୍ଗକୁ କୋହଲା ପବନ ଓ ଘନ କୁହୁଡ଼ି ଯୋଗୁ ଲୋକେ ଦିନ ୧୦ଟା ସୁଦ୍ଧା ଘରୁ ବାହାରକୁ ବାହାରିବା କଷ୍ଟ ହେଉଛି । ଘନ କୁହୁଡ଼ି ଯୋଗୁ କଳିଙ୍ଗା ଘାଟିରେ ଯାନବାହନ ଚଳାଚଳ ଅସୁବିଧା ହେଉଛି। ଦୁଇ […] The post ଦୁଇ ଦିନ ବ୍ୟବଧାନ ପରେ ପୁଣି ଫେରିଲା ଶୀତ, ଥରୁଛି ଜି. ଉଦୟଗିରି appeared first on Dharitri Odia News.
ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ): ଦୁଇ ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ। ରାଜ୍ୟର ସବୁଠାରୁ ଶୀତଳ ସହର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଛି। ଗୁରୁବାର ୭.୨ ଡିଗ୍ରୀ ରହିଥିଲା। ହାଡ଼ ଭଙ୍ଗା ଶୀତ ସାଙ୍ଗକୁ କୋହଲା ପବନ ଓ ଘନ କୁହୁଡ଼ି ଯୋଗୁ ଲୋକେ ଦିନ ୧୦ଟା ସୁଦ୍ଧା ଘରୁ ବାହାରକୁ ବାହାରିବା କଷ୍ଟ ହେଉଛି ।
ଘନ କୁହୁଡ଼ି ଯୋଗୁ କଳିଙ୍ଗା ଘାଟିରେ ଯାନବାହନ ଚଳାଚଳ ଅସୁବିଧା ହେଉଛି। ଦୁଇ ଦିନ ତଳେ ଘନ କୁହୁଡ଼ି ଯୋଗୁ କଳିଙ୍ଗା ଘାଟିରେ ଏକ ପରିବା ବୋଝେଇ ଟ୍ରକ ଓଲଟି ପଡିଥିଲା। ଏପରି କ କୁହୁଡ଼ି ଯୋଗୁ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଅତ୍ୟଧିକ ଥଣ୍ଡା ଯୋଗୁ ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି। କୁହୁଡ଼ି ଯୋଗୁ ଅନେକ ପନିପରିବା ଚାଷ ମଧ୍ୟ ପ୍ରଭାବିତ ହେଉଛି। ରାଜ୍ୟର ଶୀତଳ ସହର ଜି ଉଦୟଗିରି ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀଗୁଡିକର ବିକାଶ କରିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଇକୋ ରିଟ୍ରେଟ କରିବା ପାଇଁ ସାଧାରଣରେ ଦାବି ହୋଇଛି।
The post ଦୁଇ ଦିନ ବ୍ୟବଧାନ ପରେ ପୁଣି ଫେରିଲା ଶୀତ, ଥରୁଛି ଜି. ଉଦୟଗିରି appeared first on Dharitri Odia News.