ଦୁଇ ଦିନରେ ସାପ କାମୁଡ଼ାରେ ୮ ଆହତ ଜଣେ ମୃତ, ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ଆଠଗଡ଼: ନରସିଂହପୁରରେ ଦୁଇ ଦିନରେ ସାପ କାମୁଡ଼ାରେ ୮ ଆହତ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି। ଗତକାଲି ୩ ଜଣ ସାପ କାମୁଡ଼ାର ଶିକାର ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଥିଲା। ସେହିଭଳି ଶୁକ୍ରବାର ପୁଣି ୫ ଜଣ ସାପ କାମୁଡ଼ାର ଶିକାର ହୋଇଛି। ଆହତମାନେ ନରସିଂହପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ମୃତକ କାକୁଡ଼ିଆ ଗ୍ରାମର ଗଜେନ୍ଦ୍ର ମଲ୍ଲିକଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
ଆଠଗଡ଼: ନରସିଂହପୁରରେ ଦୁଇ ଦିନରେ ସାପ କାମୁଡ଼ାରେ ୮ ଆହତ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି। ଗତକାଲି ୩ ଜଣ ସାପ କାମୁଡ଼ାର ଶିକାର ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଥିଲା। ସେହିଭଳି ଶୁକ୍ରବାର ପୁଣି ୫ ଜଣ ସାପ କାମୁଡ଼ାର ଶିକାର ହୋଇଛି। ଆହତମାନେ ନରସିଂହପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ସେପଟେ ମୃତକ କାକୁଡ଼ିଆ ଗ୍ରାମର ଗଜେନ୍ଦ୍ର ମଲ୍ଲିକଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।