ଦୁଇ ଦିନରେ ୨ ଭାଜପା ଏମ୍‌ପି ଦଳ ଛାଡ଼ି କଂଗ୍ରେସରେ ଯୋଗଦେଲେ

ନୂଆଦିଲ୍ଲୀ,୧୨।୩: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରାଜନେୈତିକ ଉସ୍ମତା ଦିନକୁ ଦିନ ବଢ଼ିବାରେ ଲାଗିଛି। ୨ ଦିନ ମଧ୍ୟରେ ଦୁଇ ଭାଜପା ଏମ୍‌ପି ଦଳ ଛାଡ଼ି କଂଗ୍ରେସ ହାତ ଧରିଛନ୍ତି। ହରିୟାଣା ହିସାର ଏମ୍‌ପି ବ୍ରଜେନ୍ଦ୍ର ସିଂହଙ୍କ ପରେ ଏବେ ରାଜସ୍ଥାନ ଚୁରୁ ଏମ୍‌ପି ରାହୁଲ କସ୍ବାଂ ଭାଜପା ଛାଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀଯାଇ କଂଗ୍ରେସରେ ଯୋଗ ଦେଇଛନ୍ତି। ଭାଜପା ଟିକେଟ ପାଇ ରାହୁଲ ଦୁଇ ଥର […] The post ଦୁଇ ଦିନରେ ୨ ଭାଜପା ଏମ୍‌ପି ଦଳ ଛାଡ଼ି କଂଗ୍ରେସରେ ଯୋଗଦେଲେ appeared first on Dharitri Odia News.

ଦୁଇ ଦିନରେ ୨ ଭାଜପା ଏମ୍‌ପି ଦଳ ଛାଡ଼ି କଂଗ୍ରେସରେ ଯୋଗଦେଲେ

ନୂଆଦିଲ୍ଲୀ,୧୨।୩: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରାଜନେୈତିକ ଉସ୍ମତା ଦିନକୁ ଦିନ ବଢ଼ିବାରେ ଲାଗିଛି। ୨ ଦିନ ମଧ୍ୟରେ ଦୁଇ ଭାଜପା ଏମ୍‌ପି ଦଳ ଛାଡ଼ି କଂଗ୍ରେସ ହାତ ଧରିଛନ୍ତି। ହରିୟାଣା ହିସାର ଏମ୍‌ପି ବ୍ରଜେନ୍ଦ୍ର ସିଂହଙ୍କ ପରେ ଏବେ ରାଜସ୍ଥାନ ଚୁରୁ ଏମ୍‌ପି ରାହୁଲ କସ୍ବାଂ ଭାଜପା ଛାଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀଯାଇ କଂଗ୍ରେସରେ ଯୋଗ ଦେଇଛନ୍ତି। ଭାଜପା ଟିକେଟ ପାଇ ରାହୁଲ ଦୁଇ ଥର ଏମ୍‌ପି ହୋଇଥିବା ବେଳେ ତାଙ୍କ ପିତା ରାମସିଂହ କସ୍ବାଂ ମଧ୍ୟ ଭାଜପା ଟିକେଟ ପାଇ ୩ ଥର ଏମ୍‌ପି ହୋଇଥିଲେ।

ଭାଜପା ନିକଟରେ ଲୋକସଭା ପାଇଁ ପ୍ରଥମ ତାଲିକା ପ୍ରକାଶ କରିଥିଲା, ଯେଉଁଥିରେ କେତେକ ଏମ୍‌ପିଙ୍କ ଟିକେଟ କାଟି ଦିଆଯାଇଛି। ଟିକେଟ କଟିଥିବା ଅଧିକାଂଶ ନେତା ଦଳର ନିଷ୍ପତ୍ତିକୁ ଗ୍ରହଣ କରିଥିଲେ। ହେଲେ ରାହୁଲ ବିଦ୍ରୋହ କରିଥିଲେ।

ଭାଜପାର ଦୁଇ ଏମ୍‌ପି କଂଗ୍ରେସରେ ଯୋଗଦେବା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷେ ରାହୁଲଙ୍କ ସ୍ଥାନରେ ଚୁରୁ ଲୋକସଭା ଆସନରୁ ଭାଜପା ପାରାଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝରିଆଙ୍କୁ ପ୍ରାର୍ଥୀ କରିଛି।

The post ଦୁଇ ଦିନରେ ୨ ଭାଜପା ଏମ୍‌ପି ଦଳ ଛାଡ଼ି କଂଗ୍ରେସରେ ଯୋଗଦେଲେ appeared first on Dharitri Odia News.