ଦୁଇ ବର୍ଷ ତଳେ ଉଚ୍ଛେଦ କରିଥିଲେ, ଏପର୍ଯ୍ୟନ୍ତ କରାଗଲାନି ଥଇଥାନ; ଧାରଣାରେ ୧୫ରୁ ଉର୍ଦ୍ଧ୍ବ ପରିବାର
କଟକ: ଉଚିତ୍ ଥଇଥାନ ଦାବିରେ କଟକ ମହାନଗର ନିଗମ ଅଫିସ୍ ସମ୍ମୁଖରେ ବସିଲେ ବିଡ଼ାନାସୀ ନୂଆସାହି ବସ୍ତିର ୧୭ ପରିବାର। ଏହି ବସ୍ତି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି, ଦୁଇ ବର୍ଷ ତଳେ ବିଡ଼ାନାସୀ ନୂଆସାହି ବସ୍ତିରୁ ସେମାନଙ୍କୁ ସିଡିଏ ଓ ସିଏମସି ଉଚ୍ଛେଦ କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ ହୋଇନାହିଁ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯାହାର ପ୍ରତିବାଦରେ ସିଏମସି ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନା ଅନୁଯାୟୀ, ୨୦୨୨ ଅଗଷ୍ଟ ମାସରେ ବିଡ଼ାନାସୀ ନୂଆସାହି ବସ୍ତିର ୧୭ ପରିବାରକୁ ଉଚ୍ଛେଦ କରିଥିଲା ସିଡିଏ ଓ ସିଏମସି। ଅବଶ୍ୟ ସେମାନଙ୍କୁ ସିଏମସି ପକ୍ଷରୁ ଜାଗା ମିଶନରେ ସାମିଲ କରାଯାଇଥିଲା ଏବଂ ଜାଗା ମିଶନ ସର୍ଭେ ସହ ଡ୍ରୋନ ସର୍ଭେ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ସିଏମସିର ତଦାରଖ ଦଳ ଯାଞ୍ଚ ପରେ ଉକ୍ତ ୧୭ ପରିବାରଙ୍କୁ ଧବଳେଶ୍ଵର ଗଡ଼ାରେ ଥଇଥାନ ପାଇଁ ମଞ୍ଜୁରୀ ମଧ୍ୟ ମିଳିଥିଲା। ହେଲେ ଦୁଃଖର ବିଷୟର ଅସହାୟ ଅବସ୍ଥାରେ ଥିବା ଏହି ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ। ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ପରିବାର। ଯାହାର ପ୍ରତିବାଦରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ବିଡ଼ାନାସୀ ନୂଆସାହିର ବହୁ ସଂଖ୍ୟାରେ ବସ୍ତି ବାସିନ୍ଦା ଗଣ ଧାରଣାରେ ବସିଛନ୍ତି।
କଟକ: ଉଚିତ୍ ଥଇଥାନ ଦାବିରେ କଟକ ମହାନଗର ନିଗମ ଅଫିସ୍ ସମ୍ମୁଖରେ ବସିଲେ ବିଡ଼ାନାସୀ ନୂଆସାହି ବସ୍ତିର ୧୭ ପରିବାର। ଏହି ବସ୍ତି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି, ଦୁଇ ବର୍ଷ ତଳେ ବିଡ଼ାନାସୀ ନୂଆସାହି ବସ୍ତିରୁ ସେମାନଙ୍କୁ ସିଡିଏ ଓ ସିଏମସି ଉଚ୍ଛେଦ କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ ହୋଇନାହିଁ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯାହାର ପ୍ରତିବାଦରେ ସିଏମସି ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି।
ସୂଚନା ଅନୁଯାୟୀ, ୨୦୨୨ ଅଗଷ୍ଟ ମାସରେ ବିଡ଼ାନାସୀ ନୂଆସାହି ବସ୍ତିର ୧୭ ପରିବାରକୁ ଉଚ୍ଛେଦ କରିଥିଲା ସିଡିଏ ଓ ସିଏମସି। ଅବଶ୍ୟ ସେମାନଙ୍କୁ ସିଏମସି ପକ୍ଷରୁ ଜାଗା ମିଶନରେ ସାମିଲ କରାଯାଇଥିଲା ଏବଂ ଜାଗା ମିଶନ ସର୍ଭେ ସହ ଡ୍ରୋନ ସର୍ଭେ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ସିଏମସିର ତଦାରଖ ଦଳ ଯାଞ୍ଚ ପରେ ଉକ୍ତ ୧୭ ପରିବାରଙ୍କୁ ଧବଳେଶ୍ଵର ଗଡ଼ାରେ ଥଇଥାନ ପାଇଁ ମଞ୍ଜୁରୀ ମଧ୍ୟ ମିଳିଥିଲା।
ହେଲେ ଦୁଃଖର ବିଷୟର ଅସହାୟ ଅବସ୍ଥାରେ ଥିବା ଏହି ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ। ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ପରିବାର। ଯାହାର ପ୍ରତିବାଦରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ବିଡ଼ାନାସୀ ନୂଆସାହିର ବହୁ ସଂଖ୍ୟାରେ ବସ୍ତି ବାସିନ୍ଦା ଗଣ ଧାରଣାରେ ବସିଛନ୍ତି।