ଦୁଇ ବସ ସାମ୍ନାସାମ୍ନି ଧକ୍କା: ଅନେକ ଗୁରୁତର, ଜଣେ ଡ୍ରାଇଭର ଫସିଥିବା ସୂଚନା

ସୋନପୁର: ସୋନପୁର-ସମ୍ବଲପୁର ରାସ୍ତାର ଡୁଡୁପାଲିରେ ୨ ବସ ସାମ୍ନାସାମ୍ନି ଧକ୍କା ହୋଇଛି। ଫଳରେ ଦୁଇ ବସରେ ଥିବା ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୋଟିଏ ବସର ଜଣେ ଡ୍ରାଇଭର ଫସି ରହିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାର ଗୁରୁତର ଆହତ ଓ ଆହତମାନଙ୍କୁ ଉଦ୍ଧାର ପରେ ସୋନପୁର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଛି। ଗୁରୁତର ଆହତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଅନ୍ୟ ମେଡ଼ିକାଲକୁ ସ୍ଥାନାନ୍ତର ପାଇଁ ସୁପାରିସ କରାଯିବ ବୋଲି ଡାକ୍ତର କହିଛନ୍ତି। ଉଭୟ ବସରୁ […]

ଦୁଇ ବସ ସାମ୍ନାସାମ୍ନି ଧକ୍କା: ଅନେକ ଗୁରୁତର, ଜଣେ ଡ୍ରାଇଭର ଫସିଥିବା ସୂଚନା

ସୋନପୁର: ସୋନପୁର-ସମ୍ବଲପୁର ରାସ୍ତାର ଡୁଡୁପାଲିରେ ୨ ବସ ସାମ୍ନାସାମ୍ନି ଧକ୍କା ହୋଇଛି। ଫଳରେ ଦୁଇ ବସରେ ଥିବା ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୋଟିଏ ବସର ଜଣେ ଡ୍ରାଇଭର ଫସି ରହିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାର ଗୁରୁତର ଆହତ ଓ ଆହତମାନଙ୍କୁ ଉଦ୍ଧାର ପରେ ସୋନପୁର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଛି। ଗୁରୁତର ଆହତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଅନ୍ୟ ମେଡ଼ିକାଲକୁ ସ୍ଥାନାନ୍ତର ପାଇଁ ସୁପାରିସ କରାଯିବ ବୋଲି ଡାକ୍ତର କହିଛନ୍ତି। ଉଭୟ ବସରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନ ଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବୀତ କରିଛି ଏବଂ ତଦନ୍ତ ଚଳାଇଛି।