ଦୁଇ ବାଇକ୍ ମୁହାଁମୁହିଁ: ଚାଲିଗଲା ୨ ଜୀବନ, ୨ ଗୁରୁତର
କାମାକ୍ଷାନଗର,୧୧ା୧(ଅମଜାଦ ଖାନ): ଢେଙ୍କାନାଳ ଜିଲା କାମାକ୍ଷାନଗର-ତୁମୁସିଙ୍ଗା ଥାନା ମହୁଲି ଓଟିପିସିଏଲ କଲୋନୀ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ବୟ ହେଲେ ମହୁଲି ଗ୍ରାମର ସାଗର ସାହୁ ଓ ଅଘିରାଗୋଡ଼ା ଗ୍ରାମର ଶିବରାମ ବେହେରା। ସୂଚନାନୁସାରେ, କାମାକ୍ଷାନଗର ଆଡୁ ମହୁଲି ଗ୍ରାମର ସାଗର ସାହୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର […] The post ଦୁଇ ବାଇକ୍ ମୁହାଁମୁହିଁ: ଚାଲିଗଲା ୨ ଜୀବନ, ୨ ଗୁରୁତର appeared first on Dharitri Odia News.
କାମାକ୍ଷାନଗର,୧୧ା୧(ଅମଜାଦ ଖାନ): ଢେଙ୍କାନାଳ ଜିଲା କାମାକ୍ଷାନଗର-ତୁମୁସିଙ୍ଗା ଥାନା ମହୁଲି ଓଟିପିସିଏଲ କଲୋନୀ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ବୟ ହେଲେ ମହୁଲି ଗ୍ରାମର ସାଗର ସାହୁ ଓ ଅଘିରାଗୋଡ଼ା ଗ୍ରାମର ଶିବରାମ ବେହେରା।
ସୂଚନାନୁସାରେ, କାମାକ୍ଷାନଗର ଆଡୁ ମହୁଲି ଗ୍ରାମର ସାଗର ସାହୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ତୁମୁସିଙ୍ଗା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କମାକ୍ଷାନଗର ମେଡିକାଲକୁ ପଠାଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁତର ଦୁଇଜଣ ଦେଲେ ବାଇସାଙ୍ଗା ଗ୍ରାମର କାହ୍ନା ସାହୁ ଓ ଅଘିରାଗୋଡ଼ା ଗ୍ରାମର ବାପୁନ ସାହୁ। ମୃତକଙ୍କ ପରିବାରଙ୍କୁ ସରକାରୀ ସାହାଯ୍ୟ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
The post ଦୁଇ ବାଇକ୍ ମୁହାଁମୁହିଁ: ଚାଲିଗଲା ୨ ଜୀବନ, ୨ ଗୁରୁତର appeared first on Dharitri Odia News.