ଦୁଇ ବୁଲେଟ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ଉଦଳା (କେନ୍ୟୁଜ): ଉଦଳାରେ ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତିରେ ଦୁଇ ବୁଲେଟ ମୁହାଁମୁହିଁ ଧକ୍କା ହୋଇଛି ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ଉଦଳା-ବାରିପଦା ରାସ୍ତାର ଧନାପନା ଛକରେ ଘଟିଛି ଦୁର୍ଘଟଣା । ମୃତକ ଦୁଇ ଯୁବକ ଖୁଣ୍ଟା ଅଞ୍ଚଳର ଅଭିଜିତ ବେହେରା ଓ କାହ୍ନେଇବନ୍ଧ ଅଞ୍ଚଳର ରମାକାନ୍ତ ହେମ୍ବ୍ରମ। ଗୁରୁତର ଯୁବକ ଗୋଠୋପୁରା ଅଞ୍ଚଳର ଜଗନ୍ନାଥ ଦେହୁରୀ । ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। […] The post ଦୁଇ ବୁଲେଟ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର appeared first on KNews Odisha.

ଦୁଇ ବୁଲେଟ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର
udala 4

ଉଦଳା (କେନ୍ୟୁଜ): ଉଦଳାରେ ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତିରେ ଦୁଇ ବୁଲେଟ ମୁହାଁମୁହିଁ ଧକ୍କା ହୋଇଛି ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ଉଦଳା-ବାରିପଦା ରାସ୍ତାର ଧନାପନା ଛକରେ ଘଟିଛି ଦୁର୍ଘଟଣା । ମୃତକ ଦୁଇ ଯୁବକ ଖୁଣ୍ଟା ଅଞ୍ଚଳର ଅଭିଜିତ ବେହେରା ଓ କାହ୍ନେଇବନ୍ଧ ଅଞ୍ଚଳର ରମାକାନ୍ତ ହେମ୍ବ୍ରମ। ଗୁରୁତର ଯୁବକ ଗୋଠୋପୁରା ଅଞ୍ଚଳର ଜଗନ୍ନାଥ ଦେହୁରୀ । ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଉଦଳାରୁ ନିଜ ବୁଲେଟରେ କହ୍ନେଇବନ୍ଧ ଅଞ୍ଚଳର ରମାକାନ୍ତ ହେମ୍ବ୍ରମ ଫେରୁଥିବା ବେଳେ ବିପରୀତ ଦିଗରୁ ବୁଲେଟରେ ଖୁଣ୍ଟା ଅଂଚଳର ଅଭିଜିତ ବେହେରା ଏବଂ ଜଗନ୍ନାଥ ଦେହୁରୀ ଆସୁଥିଲେ। ଉଭୟ ବାଇକ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ଅଭିଜିତ ବେହେରା ଏବଂ ରମାକାନ୍ତ ହେମ୍ବ୍ରମଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ହୋଇଛି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଯୁବକଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଖୁଣ୍ଟା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଦୁଇ ବୁଲେଟ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର appeared first on KNews Odisha.