ଦୁଇଟି ଏମ୍‌ଫିଲ୍‌ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ

ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦୁଇଟି ଏମ୍‌ଫିଲ୍‌ ପାଠ୍ୟକ୍ରମର ବୈଧତା ବୃଦ୍ଧି କରିଛି। ଏଥିରେ କ୍ଲିନିକାଲ ସାଇକୋଲୋଜି ଏବଂ ସାଇକ୍ରାଟ୍ରିକ ସୋସିଆଲ ଓ୍ବାର୍କରେ ଏମ୍‌ଫିଲ୍‌ ଅନ୍ତର୍ଭୁକ୍ତ।ଏହି ଦୁଇଟିର ବୈଧତା ୨୦୨୫-୨୦୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଆୟୋଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଏ ବାବଦରେ ଏହାର ଅଫିସିଆଲ ୱେବସାଇଟରେ ମଧ୍ୟ ଏକ ବିଜ୍ଞପ୍ତି ଜାରି କରିଛି। ୟୁଜିସିର (ପିଏଚ୍‌ଡି ଡିଗ୍ରୀ ପ୍ରଦାନ ପାଇଁ ସର୍ବନିମ୍ନ ମାନକ ଏବଂ ପ୍ରକ୍ରିୟା) ନିୟମ ୨୦୨୨ ଅନୁଯାୟୀ, […] The post ଦୁଇଟି ଏମ୍‌ଫିଲ୍‌ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ appeared first on Dharitri Odia News.

ଦୁଇଟି ଏମ୍‌ଫିଲ୍‌ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ

ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦୁଇଟି ଏମ୍‌ଫିଲ୍‌ ପାଠ୍ୟକ୍ରମର ବୈଧତା ବୃଦ୍ଧି କରିଛି। ଏଥିରେ କ୍ଲିନିକାଲ ସାଇକୋଲୋଜି ଏବଂ ସାଇକ୍ରାଟ୍ରିକ ସୋସିଆଲ ଓ୍ବାର୍କରେ ଏମ୍‌ଫିଲ୍‌ ଅନ୍ତର୍ଭୁକ୍ତ।ଏହି ଦୁଇଟିର ବୈଧତା ୨୦୨୫-୨୦୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଆୟୋଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଏ ବାବଦରେ ଏହାର ଅଫିସିଆଲ ୱେବସାଇଟରେ ମଧ୍ୟ ଏକ ବିଜ୍ଞପ୍ତି ଜାରି କରିଛି।

ୟୁଜିସିର (ପିଏଚ୍‌ଡି ଡିଗ୍ରୀ ପ୍ରଦାନ ପାଇଁ ସର୍ବନିମ୍ନ ମାନକ ଏବଂ ପ୍ରକ୍ରିୟା) ନିୟମ ୨୦୨୨ ଅନୁଯାୟୀ, ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକ ଏମ୍‌ଫିଲ କାର୍ଯ୍ୟକ୍ରମ ପ୍ରଦାନ କରିପାରିବେ ନାହିଁ। ହେଲେ ଏବେ କେବଳ ଦୁଇଟି ବିଷୟରେ ଏମ୍‌ଫିଲ୍‌ ପାଇଁ ନିୟମକୁ କୋହଳ କରାଯାଇଛି।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ମାନସିକ ସ୍ବାସ୍ଥ୍ୟ ସେବା ଯୋଗାଇବାରେ କ୍ଲିନିକାଲ ସାଇକୋଲୋଜିଷ୍ଟ ତଥା ସାଇକ୍ରାଟିସ ସୋସିଆଲ ଓ୍ବାର୍କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି କ୍ଲିନିକାଲ ସାଇକୋଲୋଜି ଏବଂ ସାଇକିଆଟ୍ରିକ ସୋସିଆଲ ଓ୍ବାର୍କରେ ଏମ୍‌ଫିଲର ବୈଧତାକୁ କେବଳ ୨୦୨୫-୨୦୨୬ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

The post ଦୁଇଟି ଏମ୍‌ଫିଲ୍‌ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ appeared first on Dharitri Odia News.