ଦୁଇଟି ବିଶ୍ଵକପ୍ ଜିତାଇଥିବା କ୍ରିକେଟ୍ର ହେଲେ ଓ୍ଵେଷ୍ଟଇଣ୍ଡିଜର ହେଡ୍ କୋଚ୍
ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ(ସିଡବ୍ଲ୍ୟୁଆଇ) ପୂର୍ବତନ ଷ୍ଟାର ଅଲରାଉଣ୍ଡର ଡାରେନ ସାମିଙ୍କୁ ବଡ଼ ଦାୟିତ୍ଵ ଦେଇଛି। ସାମିଙ୍କୁ ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ଦଳର ତିନି ଫର୍ମାଟ୍ର ମୁଖ୍ୟ କୋଚ୍ ପଦରେ ନିଯୁକ୍ତ କରାଯାଇଛି। ବୋର୍ଡର ନିର୍ଦ୍ଦେଶକ ମାଇଲ୍ସ ବେସକାମ୍ବ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଏହାର ଘୋଷଣା କରିଛନ୍ତି। ସାମି ବର୍ତ୍ତମାନ ଯାଏ ଓ୍ଵେଷ୍ଟଇଣ୍ଡିଜର ଦିନିକିଆ ଓ ଟି-୨୦ ଦଳର କୋଚ୍ ଥିଲେ। ଏବେ ସେ ୨୦୨୫ ଏପ୍ରିଲ ୧ରୁ ଟେଷ୍ଟ ଦଳର ବି କୋଚିଂ ଦାୟିତ୍ଵ ସମ୍ଭାଳିବେ। ସାମି ଟେଷ୍ଟ ଦଳର କୋଚ୍ ଆନ୍ଦ୍ରେ କୋଲିଙ୍କ ସ୍ଥାନ ନେବେ। ଫିଲ ସିମନ୍ସଙ୍କ ଇସ୍ତଫା ପରେ କୋଲି କୋଚ୍ ପଦରେ ରହିଛନ୍ତି।Also read: କୋହଲିଙ୍କ ବ୍ୟାଟ୍ରେ ଲାଗି ଯାଇଛି ‘କଳଙ୍କି’, ସେପଟେ ରନ ବର୍ଷା କରୁଛନ୍ତି ରୁଟ୍-ଓ୍ଵିଲିୟମସନ-ସ୍ମିଥ୍ସାମି ହେଉଛନ୍ତି ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ଦଳର ସଫଳ ଅଧିନାୟକ। ତାଙ୍କ ନେତୃତ୍ଵରେ ଓ୍ଵେଷ୍ଟଇଣ୍ଡିଜ ଦୁଇ ଥର ୨୦୧୨ ଓ ୨୦୧୬ରେ ଟି-୨୦ ବିଶ୍ଵକପ୍ ଚାମ୍ପିଅନ ହୋଇଥିଲା। ଡିସେମ୍ବର ୨୦ରେ ୪୧ ବର୍ଷରେ ପଦାର୍ପଣ କରୁଥିବା ସାମି ନିଜ କ୍ୟାରିୟରରେ ୨୩୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୦୪ରୁ ୨୦୧୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ର ସକ୍ରିୟ ରହିଥିଲେ। ସେ ଦଳ ପାଇଁ ୩୮ ଟେଷ୍ଟ ଖେଳି ୧୩୨୩ ରନ ଓ ୮୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ସେହିପରି ଦିନିକିଆରେ ୧୨୬
ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ(ସିଡବ୍ଲ୍ୟୁଆଇ) ପୂର୍ବତନ ଷ୍ଟାର ଅଲରାଉଣ୍ଡର ଡାରେନ ସାମିଙ୍କୁ ବଡ଼ ଦାୟିତ୍ଵ ଦେଇଛି। ସାମିଙ୍କୁ ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ଦଳର ତିନି ଫର୍ମାଟ୍ର ମୁଖ୍ୟ କୋଚ୍ ପଦରେ ନିଯୁକ୍ତ କରାଯାଇଛି। ବୋର୍ଡର ନିର୍ଦ୍ଦେଶକ ମାଇଲ୍ସ ବେସକାମ୍ବ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଏହାର ଘୋଷଣା କରିଛନ୍ତି। ସାମି ବର୍ତ୍ତମାନ ଯାଏ ଓ୍ଵେଷ୍ଟଇଣ୍ଡିଜର ଦିନିକିଆ ଓ ଟି-୨୦ ଦଳର କୋଚ୍ ଥିଲେ। ଏବେ ସେ ୨୦୨୫ ଏପ୍ରିଲ ୧ରୁ ଟେଷ୍ଟ ଦଳର ବି କୋଚିଂ ଦାୟିତ୍ଵ ସମ୍ଭାଳିବେ। ସାମି ଟେଷ୍ଟ ଦଳର କୋଚ୍ ଆନ୍ଦ୍ରେ କୋଲିଙ୍କ ସ୍ଥାନ ନେବେ। ଫିଲ ସିମନ୍ସଙ୍କ ଇସ୍ତଫା ପରେ କୋଲି କୋଚ୍ ପଦରେ ରହିଛନ୍ତି।
Also read: କୋହଲିଙ୍କ ବ୍ୟାଟ୍ରେ ଲାଗି ଯାଇଛି ‘କଳଙ୍କି’, ସେପଟେ ରନ ବର୍ଷା କରୁଛନ୍ତି ରୁଟ୍-ଓ୍ଵିଲିୟମସନ-ସ୍ମିଥ୍
ସାମି ହେଉଛନ୍ତି ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ଦଳର ସଫଳ ଅଧିନାୟକ। ତାଙ୍କ ନେତୃତ୍ଵରେ ଓ୍ଵେଷ୍ଟଇଣ୍ଡିଜ ଦୁଇ ଥର ୨୦୧୨ ଓ ୨୦୧୬ରେ ଟି-୨୦ ବିଶ୍ଵକପ୍ ଚାମ୍ପିଅନ ହୋଇଥିଲା। ଡିସେମ୍ବର ୨୦ରେ ୪୧ ବର୍ଷରେ ପଦାର୍ପଣ କରୁଥିବା ସାମି ନିଜ କ୍ୟାରିୟରରେ ୨୩୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୦୪ରୁ ୨୦୧୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ର ସକ୍ରିୟ ରହିଥିଲେ। ସେ ଦଳ ପାଇଁ ୩୮ ଟେଷ୍ଟ ଖେଳି ୧୩୨୩ ରନ ଓ ୮୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ସେହିପରି ଦିନିକିଆରେ ୧୨୬ଟି ଦିନିକିଆ ଖେଳି ୧୮୭୧ ରନ କରିବା ସହ ୮୧ ଓ୍ଵିକେଟ୍ ନେଇଛନ୍ତି। ୬୮ ଅନ୍ତର୍ଜାତୀୟ ଟି-୨୦୯ ମ୍ୟାଚ୍ରେ ୫୮୭ ରନ ଓ ୪୪ ଓ୍ଵିକେଟ୍ ନେଇଛନ୍ତି।
Also read: ଦେଶକୁ ଫେରିଲେ ବିଶ୍ୱ ବିଜେତା...ଚେନ୍ନାଇ ବିମାନ ବନ୍ଦରରେ ଡି ଗୁକେଶଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା
ସାମି ୨୦୨୩ରେ ସୀମିତ ଓଭର ଫର୍ମାଟ୍ର ଦାୟିତ୍ଵ ସମ୍ଭାଳିବା ପରଠୁ ଦଳକୁ ନୂତନ ଆକାର ଦେବାରେ ଜୁଟି ଯାଇଛନ୍ତି। ତାଙ୍କ ସକରାତ୍ମକ ଉଦ୍ୟମକୁ ମଧ୍ୟ ବେଶ ପ୍ରଶଂସା କରାଯାଉଛି। ସାମିଙ୍କୁ ତିନି ଫର୍ମାଟ୍ରେ ମୁଖ୍ୟ କୋଚ୍ ପଦରେ ନିଯୁକ୍ତି ଦେବା ତାଙ୍କ ଉପରେ ବୋର୍ଡର ଭରସାକୁ ଦର୍ଶାଉଛି। ନିଜର ଦମଦାର ରଣନୀତି ଓ ପରିଚାଳନା ଦକ୍ଷତା ପାଇଁ ପରିଚିତ ସାମିଙ୍କଠୁ ବୋର୍ଡ ମଧ୍ୟ ଅନୁରୂପ ଆଶା ରଖିଛନ୍ତି। ବିଶେଷ କରି ଟେଷ୍ଟ ଫର୍ମାଟ୍ରେ ଦଳର ଉନ୍ନତି ଚାହୁଁଛି ବୋର୍ଡ। ନିକଟ ବର୍ଷରେ ଓ୍ଵେଷ୍ଟଇଣ୍ଡିଜକୁ ଟେଷ୍ଟ କ୍ରିକେଟ୍ରେ ସଂଘର୍ଷ କରିବାକୁ ପଡ଼ିଛି। ଏପରିକି ଡିସେମ୍ବର ଆରମ୍ଭରେ ଦଳ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ୍ ପରାଜିତ ହୋଇଛି।