‘ଦୁନିଆକୁ ବଞ୍ଚାଇବା ପାଇଁ ହାତରେ କେବଳ ୨ ବର୍ଷ...’, ଜାତିସଂଘ ଜଳବାୟୁ ମୁଖ୍ୟଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଆଜିର ସମୟରେ ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି । ଦୁନିଆର ସବୁ ଦେଶ ଏହି ସମସ୍ୟାର ସାମନା କରୁଛନ୍ତି । ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟରେ ୟୁଏନ ଜଳବାୟୁ ମୁଖ୍ୟ ଷ୍ଟିଲ ସାଇମନ ବଡ଼ ଚେତାବନୀ ଦେଇଛନ୍ତି । ସବୁ ସରକାର, ପୁଞ୍ଜିପତି ଏବଂ ଡେଭଲପମେଣ୍ଟ ବ୍ୟାଙ୍କ ନିକଟରେ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ କେବଳ ଦୁଇ ବର୍ଷର ସମୟ ଅଛି ବୋଲି ସେ କହିଛନ୍ତି । ଷ୍ଟିଲ ଲଣ୍ଡନରେ ଚେଥମ୍ ହାଉସ୍ ଥିଙ୍କ ଟ୍ୟାଙ୍କରେ ଏକ ଭାଷଣ ଦେଇ କହିଛନ୍ତି, 'ନ୍ୟୁ ଜେନେରେସନର କ୍ଲାଇମେଟ୍ ଯୋଜନା ସହ, ଆମ ପାଖରେ ଏବେ ବି ସବୁଜ ଗ୍ୟାସ ନିର୍ଗମନ କମ କରିବାର ସୁଯୋଗ ଅଛି । କିନ୍ତୁ ଏବେ ଆମକୁ ମଜଭୁତ ପ୍ଲାନର ଆବଶ୍ୟକତା ରହିଛି ।' ୟୁଏନ, ଜଳବାୟୁ ପ୍ରମୁଖ ଜୋର ଦେଇ କହିଛନ୍ତି, 'ଦୁନିଆକୁ ରକ୍ଷା କରିବା ପାଇଁ ବାସ୍ତବରେ ଦୁଇ ବର୍ଷ କାହା ପାଖରେ ଅଛି ? ଏହାର ଜବାବ ଏହି ଗ୍ରହର ସମସ୍ତ ଲୋକ ।'ଷ୍ଟିଲ୍ କହିଛନ୍ତି, ଅଧିକରୁ ଅଧିକ ଲୋକ, ଖାସକରି ସମାଜ ଏବଂ ରାଜନୈତିକ କ୍ଷେତ୍ରରେ କ୍ଲାଇମେଟ୍ ଆକ୍ସନ ଚାହୁଁଛନ୍ତି । କାରଣ ସେମାନେ ନିଜର ଦୈନନ୍ଦୀନ ଜୀବନରେ ଏବଂ ଘରୋଇ ବଜେଟରେ ଜଳବାୟୁ ସଂକଟକୁ ଅନୁଭବ କରୁଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ବୈଶ୍ୱିକ ଏଜେଣ୍ଡାର ଭିଡ଼ ଭିତରେ ଜଳବାୟୁ ସଂକଟ ବହୁ ତଳେ ରହିଯାଇଛି । ଯେତେବେଳେ ବିକାଶଶୀଳ ଦେଶକୁ ସ୍ୱଚ୍ଛ ଇନ୍ଧନର ଯୋଗାଣ ଏବଂ ଖରାପ ପାଣିପାଗର ମ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଆଜିର ସମୟରେ ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି । ଦୁନିଆର ସବୁ ଦେଶ ଏହି ସମସ୍ୟାର ସାମନା କରୁଛନ୍ତି । ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟରେ ୟୁଏନ ଜଳବାୟୁ ମୁଖ୍ୟ ଷ୍ଟିଲ ସାଇମନ ବଡ଼ ଚେତାବନୀ ଦେଇଛନ୍ତି । ସବୁ ସରକାର, ପୁଞ୍ଜିପତି ଏବଂ ଡେଭଲପମେଣ୍ଟ ବ୍ୟାଙ୍କ ନିକଟରେ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ କେବଳ ଦୁଇ ବର୍ଷର ସମୟ ଅଛି ବୋଲି ସେ କହିଛନ୍ତି ।
ଷ୍ଟିଲ ଲଣ୍ଡନରେ ଚେଥମ୍ ହାଉସ୍ ଥିଙ୍କ ଟ୍ୟାଙ୍କରେ ଏକ ଭାଷଣ ଦେଇ କହିଛନ୍ତି, 'ନ୍ୟୁ ଜେନେରେସନର କ୍ଲାଇମେଟ୍ ଯୋଜନା ସହ, ଆମ ପାଖରେ ଏବେ ବି ସବୁଜ ଗ୍ୟାସ ନିର୍ଗମନ କମ କରିବାର ସୁଯୋଗ ଅଛି । କିନ୍ତୁ ଏବେ ଆମକୁ ମଜଭୁତ ପ୍ଲାନର ଆବଶ୍ୟକତା ରହିଛି ।' ୟୁଏନ, ଜଳବାୟୁ ପ୍ରମୁଖ ଜୋର ଦେଇ କହିଛନ୍ତି, 'ଦୁନିଆକୁ ରକ୍ଷା କରିବା ପାଇଁ ବାସ୍ତବରେ ଦୁଇ ବର୍ଷ କାହା ପାଖରେ ଅଛି ? ଏହାର ଜବାବ ଏହି ଗ୍ରହର ସମସ୍ତ ଲୋକ ।'
ଷ୍ଟିଲ୍ କହିଛନ୍ତି, ଅଧିକରୁ ଅଧିକ ଲୋକ, ଖାସକରି ସମାଜ ଏବଂ ରାଜନୈତିକ କ୍ଷେତ୍ରରେ କ୍ଲାଇମେଟ୍ ଆକ୍ସନ ଚାହୁଁଛନ୍ତି । କାରଣ ସେମାନେ ନିଜର ଦୈନନ୍ଦୀନ ଜୀବନରେ ଏବଂ ଘରୋଇ ବଜେଟରେ ଜଳବାୟୁ ସଂକଟକୁ ଅନୁଭବ କରୁଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ବୈଶ୍ୱିକ ଏଜେଣ୍ଡାର ଭିଡ଼ ଭିତରେ ଜଳବାୟୁ ସଂକଟ ବହୁ ତଳେ ରହିଯାଇଛି । ଯେତେବେଳେ ବିକାଶଶୀଳ ଦେଶକୁ ସ୍ୱଚ୍ଛ ଇନ୍ଧନର ଯୋଗାଣ ଏବଂ ଖରାପ ପାଣିପାଗର ମୁକାବିଲାରେ ସହଯୋଗ କରିବା ଉପରେ ସର୍ବସମ୍ମତିର ଆବଶ୍ୟକତା ଥିଲା ।