ଦୁନିଆର ସବୁଠାରୁ ଭୟାନକ ସହର; ଏଠି ଭୁତକୁ କିଣନ୍ତି ଲୋକେ !
ନୂଆଦିଲ୍ଲୀ ୨୭।୦୩: ସାଧାରଣତଃ ଅନେକ ସମୟରେ ହଣ୍ଟେଡ୍ ହାଉସ୍ କିମ୍ବା ଭୁତ କଥା ଶୁଣିବାକୁ ମିଳିଥାଏ । କିନ୍ତୁ କେବେ ଭୂତ ସହର ବିଷୟରେ କେହି ଶୁଣିଛନ୍ତି କି ? ବୋଧହୁଏ ନାଁ । କିନ୍ତୁ ଏପରି ଏକ ସହର ରହିଛି ବ୍ରିଟେନ୍ରେ । ଅନେକ ଏହାକୁ ମିଛ ବୋଲି ଭାବୁଥିବେ । କିନ୍ତୁ ଏହାକୁ ଦୁନିଆର ସବୁଠାରୁ ଭୟଙ୍କର ସହର ଭାବରେ ଘୋଷଣା କରିଛି ଇଣ୍ଟରନ୍ୟାସନାଲ ଭୂତ ଅନୁସନ୍ଧାନ ଫାଉଣ୍ଡେସନ ।ଖାସ୍ କଥା ହେଉଛି ଏହି ସହରକୁ ପ୍ରତିବର୍ଷ ଦେଶ-ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଏହି ସହରର ନାମ ହେଉଛି ୟର୍କ । ସହରଟି ପୁରୁଣା ବିଲ୍ଡିଂରେ ଭର୍ତ୍ତି ହୋଇ ରହିଛି । ଏଠାରେ ୧୨ଶ ଶତାବ୍ଦୀର ନର୍ମାନ ହାଉସ୍ ଓ ୧୩୧୬ରେ ନିର୍ମିତ ଲେଡିଜ୍ ରୋ ମଧ୍ୟ ସାମିଲ ରହିଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଲ୍ଡିଂରେ ଭୂତଙ୍କ ବାସ ହେଉଥିବା ଆଲୋଚନା ହୁଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ଏକ ଗଳି ଅଛି ଯେଉଁଠି ଭିଡ଼ ଲାଗି ରହିଥାଏ । କୁହାଯାଏ କି ଲୋକମାନେ ନିଜ ପାଇଁ ଭୂତ କିଣିବା ପାଇଁ ଧାଡିରେ ଠିଆ ହୁଅନ୍ତି । ଏହି ଗଳିରେ ଏକ ନିର୍ଦ୍ଦିଷ୍ଟ କୋଠା ରହିଛି । ଯାହାକୁ ୧୭୮୦ ମସିହାରେ ନିର୍ମାଣ କରାଯାଇଥିଲା । ଏବେ ଏହି କୋଠାର ତଳ ମହଲା ବିକ୍ରି ପାଇଁ ବ୍ୟବହାର କରାଯାଉଛି । ଏମିତିକି ଏହାର ଉପର ମହଲା କର୍ମଶାଳା ଭାବରେ ବ୍ୟବହୃତ ହେଉଛି । ତେବେ ଏଠାରେ ଆପଣ ଆପଣଙ୍କ ଭୂତ ତିଆରି କରି ଏହା
ନୂଆଦିଲ୍ଲୀ ୨୭।୦୩: ସାଧାରଣତଃ ଅନେକ ସମୟରେ ହଣ୍ଟେଡ୍ ହାଉସ୍ କିମ୍ବା ଭୁତ କଥା ଶୁଣିବାକୁ ମିଳିଥାଏ । କିନ୍ତୁ କେବେ ଭୂତ ସହର ବିଷୟରେ କେହି ଶୁଣିଛନ୍ତି କି ? ବୋଧହୁଏ ନାଁ । କିନ୍ତୁ ଏପରି ଏକ ସହର ରହିଛି ବ୍ରିଟେନ୍ରେ । ଅନେକ ଏହାକୁ ମିଛ ବୋଲି ଭାବୁଥିବେ । କିନ୍ତୁ ଏହାକୁ ଦୁନିଆର ସବୁଠାରୁ ଭୟଙ୍କର ସହର ଭାବରେ ଘୋଷଣା କରିଛି ଇଣ୍ଟରନ୍ୟାସନାଲ ଭୂତ ଅନୁସନ୍ଧାନ ଫାଉଣ୍ଡେସନ ।

ଖାସ୍ କଥା ହେଉଛି ଏହି ସହରକୁ ପ୍ରତିବର୍ଷ ଦେଶ-ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଏହି ସହରର ନାମ ହେଉଛି ୟର୍କ । ସହରଟି ପୁରୁଣା ବିଲ୍ଡିଂରେ ଭର୍ତ୍ତି ହୋଇ ରହିଛି । ଏଠାରେ ୧୨ଶ ଶତାବ୍ଦୀର ନର୍ମାନ ହାଉସ୍ ଓ ୧୩୧୬ରେ ନିର୍ମିତ ଲେଡିଜ୍ ରୋ ମଧ୍ୟ ସାମିଲ ରହିଛି ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଲ୍ଡିଂରେ ଭୂତଙ୍କ ବାସ ହେଉଥିବା ଆଲୋଚନା ହୁଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ଏକ ଗଳି ଅଛି ଯେଉଁଠି ଭିଡ଼ ଲାଗି ରହିଥାଏ । କୁହାଯାଏ କି ଲୋକମାନେ ନିଜ ପାଇଁ ଭୂତ କିଣିବା ପାଇଁ ଧାଡିରେ ଠିଆ ହୁଅନ୍ତି । ଏହି ଗଳିରେ ଏକ ନିର୍ଦ୍ଦିଷ୍ଟ କୋଠା ରହିଛି । ଯାହାକୁ ୧୭୮୦ ମସିହାରେ ନିର୍ମାଣ କରାଯାଇଥିଲା ।

ଏବେ ଏହି କୋଠାର ତଳ ମହଲା ବିକ୍ରି ପାଇଁ ବ୍ୟବହାର କରାଯାଉଛି । ଏମିତିକି ଏହାର ଉପର ମହଲା କର୍ମଶାଳା ଭାବରେ ବ୍ୟବହୃତ ହେଉଛି । ତେବେ ଏଠାରେ ଆପଣ ଆପଣଙ୍କ ଭୂତ ତିଆରି କରି ଏହାକୁ କିଣିପାରିବେ । ଏହାବ୍ୟତୀତ ଆପଣ ଏଠାରେ ଭୂତ ସମ୍ବନ୍ଧୀୟ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ତଥା ରହସ୍ୟମୟ ସୁନ୍ଦର ଚିତ୍ର ମଧ୍ୟ ଦେଖି ପାରିବ ।

କୁହାଯାଏ ଏହି ଗଳିରେ ଭୁତଙ୍କ ବାସ ରହିଛି । ଗତବର୍ଷ ହିଁ ଏଠାରେ ଅନେକ ଲୋକ ଭୁତଙ୍କୁ ଦେଖିଥିବା ଦାବି କରିଥିଲେ । କାରଣ ସେମାନଙ୍କ ସହ ଏଠାରେ ଅତି ଅଜବ ଘଟଣାମାନ ଘଟିଥିଲା । ଏହି ସବୁ ଘଟଣାକୁ ସିସିଟିଭିରେ କଏଦ ମଧ୍ୟ କରାଯାଇଥିଲା ।