ଦୁନିଆର ସବୁଠାରୁ ଲମ୍ବା ୱେଡିଂ ଗାଉନ, ଲମ୍ବା ୮ହଜାର ମିଟର

ଫ୍ରାନ୍ସ ୨୧/୮: ଜାଣିଛନ୍ତି କି ଦୁନିଆର ଲମ୍ବା ୱେଡିଂ ଡ୍ରେସ କେତେ ଲମ୍ବା । ୟେ ୱେଡିଂ ଡ୍ରେସ ଏତେ ଲମ୍ବା କି ମାଉଣ୍ଟେନ ଆଭରେଷ୍ଟ କୁ ବି ଲୁଚାଇ ପାରିବ । ଏହି ୱେଡିଂ ଗାଉନର ଲମ୍ବା ପ୍ରାୟ ୮ କିଲୋମିଟର ବା ୮ ହଜାର ମିଟର । ଦୁନିଆର ସବୁ ଠାରୁ ଲମ୍ବା ଡ୍ରେସ ପାଇଁ ଏହା ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ତେବେ କିଏ ଏହି ଦୁହ୍ଲନ ? ବିଶ୍ବର ସବୁଠୁ ଲମ୍ବା ଡ୍ରେସ ପିନ୍ଧି ଗିନିଜ ବୁକ୍‌ ଅଫ ରେକର୍ଡରେ ନାଁ କରିପାରିଛନ୍ତି । ଫ୍ରାନ୍ସର କ୍ରାଉଡି ସହରରେ ଆୟୋଜିତ ହୋଇଥିଲା ସବୁଠୁ ମହଙ୍ଗା ବାହାଘର । ଏଠି କନିଆ ଅପେକ୍ଷା ତାଙ୍କର ଗାଉନ ଅଧିକ ଚର୍ଚ୍ଚାରେ ଥିଲା । ଏହି ଚର୍ଚ୍ଚିତ ଗାଉନର ଲମ୍ବା ଥିଲା ୮ହଜାର ୯୫ ମିଟର । ଯାହାର ନାଁ ଥିଲା World’s longest wedding dress train ।  ଏହାକୁ ସମ୍ଭାଳିବାକୁ  କନିଆ ସହ ଥିଲେ ୧୫ ଜଣ ସାଥୀ । ଗାଉନ ଏତେ ଲମ୍ବା ଯେ ଏଭରେଷ୍ଟ ପର୍ବତକୁ ମଧ୍ୟ ଘୋଡାଇ ପାରିବ । ଏଭରେଷ୍ଟର ଉଚ୍ଚତା ୮ହଜାର ୮ଶହ ୪୯ ମିଟର । ଅର୍ଥାତ ଏହି ଗାଉନଟାରୁ ଟିକିଏ ଅଧିକ । ୮କିଲୋମିଟରର ଲମ୍ବା ଗାଉନକୁ ତିଆରି କରିବାକୁ ପ୍ରାୟ ୨ ମାସ ସମୟ ଲାଗିଥିଲା । ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଏହି ଡ୍ରେସକୁ ଡାଇନାମିକ ପ୍ରୋଜେକ୍ଟ ନାମରେ ଏକ କଂପାନୀ ତିଆରି କରିଥିଲା ।୨୦୧୭ ଡିସେମ୍ବର ୯ରେ ମହିଳା ଜଣକ ଗିନିଜ ବୁକ ଅଫ ରେକର୍ଡରେ ନାଁ କରି ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ବିବାହ ପରେ ଲମ୍ବା ଗ

ଦୁନିଆର ସବୁଠାରୁ ଲମ୍ବା ୱେଡିଂ ଗାଉନ, ଲମ୍ବା ୮ହଜାର ମିଟର

ଫ୍ରାନ୍ସ ୨୧/୮: ଜାଣିଛନ୍ତି କି ଦୁନିଆର ଲମ୍ବା ୱେଡିଂ ଡ୍ରେସ କେତେ ଲମ୍ବା । ୟେ ୱେଡିଂ ଡ୍ରେସ ଏତେ ଲମ୍ବା କି ମାଉଣ୍ଟେନ ଆଭରେଷ୍ଟ କୁ ବି ଲୁଚାଇ ପାରିବ । ଏହି ୱେଡିଂ ଗାଉନର ଲମ୍ବା ପ୍ରାୟ ୮ କିଲୋମିଟର ବା ୮ ହଜାର ମିଟର । ଦୁନିଆର ସବୁ ଠାରୁ ଲମ୍ବା ଡ୍ରେସ ପାଇଁ ଏହା ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ତେବେ କିଏ ଏହି ଦୁହ୍ଲନ ? ବିଶ୍ବର ସବୁଠୁ ଲମ୍ବା ଡ୍ରେସ ପିନ୍ଧି ଗିନିଜ ବୁକ୍‌ ଅଫ ରେକର୍ଡରେ ନାଁ କରିପାରିଛନ୍ତି । 

ଫ୍ରାନ୍ସର କ୍ରାଉଡି ସହରରେ ଆୟୋଜିତ ହୋଇଥିଲା ସବୁଠୁ ମହଙ୍ଗା ବାହାଘର । ଏଠି କନିଆ ଅପେକ୍ଷା ତାଙ୍କର ଗାଉନ ଅଧିକ ଚର୍ଚ୍ଚାରେ ଥିଲା । ଏହି ଚର୍ଚ୍ଚିତ ଗାଉନର ଲମ୍ବା ଥିଲା ୮ହଜାର ୯୫ ମିଟର । ଯାହାର ନାଁ ଥିଲା World’s longest wedding dress train ।  ଏହାକୁ ସମ୍ଭାଳିବାକୁ  କନିଆ ସହ ଥିଲେ ୧୫ ଜଣ ସାଥୀ । ଗାଉନ ଏତେ ଲମ୍ବା ଯେ ଏଭରେଷ୍ଟ ପର୍ବତକୁ ମଧ୍ୟ ଘୋଡାଇ ପାରିବ । ଏଭରେଷ୍ଟର ଉଚ୍ଚତା ୮ହଜାର ୮ଶହ ୪୯ ମିଟର । ଅର୍ଥାତ ଏହି ଗାଉନଟାରୁ ଟିକିଏ ଅଧିକ । 

୮କିଲୋମିଟରର ଲମ୍ବା ଗାଉନକୁ ତିଆରି କରିବାକୁ ପ୍ରାୟ ୨ ମାସ ସମୟ ଲାଗିଥିଲା । ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଏହି ଡ୍ରେସକୁ ଡାଇନାମିକ ପ୍ରୋଜେକ୍ଟ ନାମରେ ଏକ କଂପାନୀ ତିଆରି କରିଥିଲା ।୨୦୧୭ ଡିସେମ୍ବର ୯ରେ ମହିଳା ଜଣକ ଗିନିଜ ବୁକ ଅଫ ରେକର୍ଡରେ ନାଁ କରି ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ବିବାହ ପରେ ଲମ୍ବା ଗାଉନକୁ ଅନେକ ଭାଗରେ କାଟି ବିକ୍ରି କରାଯାଇଥିଲା । ସେଥିରୁ ଯାହା ଅର୍ଥ ମିଳିଥିଲା ଦାନ କରିଦିଆଯାଇଥିଲା । ପୂର୍ବରୁ ଚାଇନାର ଜଣେ ମହିଳା ଲମ୍ବା ଗାଉନ ପିନ୍ଧି ରେକର୍ଡ କରିଥିଲେ ।